ETV Bharat / state

କୋଟିଆ ପ୍ରତି ରାଜ୍ୟ ସରକାରଙ୍କ ପାତର ଅନ୍ତର ନୀତି, ଅସନ୍ତୁଷ୍ଟ ଲୋକେ - discrimination among villagers

ଓଡିଶା ଆନ୍ଧ୍ର ସୀମାନ୍ତ ଅଞ୍ଚଳରେ ଥିବା କୋରାପୁଟ ଜିଲ୍ଲା ଅନ୍ତର୍ଗତ କୋଟିଆ ପଞ୍ଚାୟତର ସାମଗ୍ରିକ ବିକାଶ ପାଇଁ ଓଡିଶା ସରକାରଙ୍କ ଦ୍ବାରା 150 କୋଟି ଟଙ୍କାର ଯୋଜନା କାର୍ଯ୍ୟକାରୀ ହେଉଥିବା ବେଳେ ଏହି ଅର୍ଥର ବିନିଯୋଗ କେବଳ ଆନ୍ଧ୍ରପ୍ରଦେଶ ପଟକୁ ଲାଗିଥିବା ଗ୍ରାମ ଗୁଡିକରେ ଖର୍ଚ୍ଚ କରାଯାଉଥିବା ଅଭିଯୋଗ ହୋଇଛି । ଅଧିକ ପଢନ୍ତୁ...

କୋଟିଆ ପଞ୍ଚାୟତର ବିକାଶ ଯୋଜନାରେ ପାତର ଅନ୍ତର ଅଭିଯୋଗ

author img

By

Published : Apr 16, 2021, 7:10 AM IST

କୋରାପୁଟ: ଓଡିଶା ଆନ୍ଧ୍ର ସୀମାନ୍ତ ଅଞ୍ଚଳରେ ଥିବା କୋରାପୁଟ ଜିଲ୍ଲା ଅନ୍ତର୍ଗତ କୋଟିଆ ପଞ୍ଚାୟତର ସାମଗ୍ରିକ ବିକାଶ ପାଇଁ ଓଡିଶା ସରକାରଙ୍କ ଦ୍ବାରା 150 କୋଟି ଟଙ୍କାର ଯୋଜନା କାର୍ଯ୍ୟକାରୀ ହେଉଥିବା ବେଳେ ଏହି ଅର୍ଥର ବିନିଯୋଗ କେବଳ ଆନ୍ଧ୍ରପ୍ରଦେଶ ପଟକୁ ଲାଗିଥିବା ଗ୍ରାମ ଗୁଡିକରେ ଖର୍ଚ୍ଚ କରାଯାଉଥିବା ଅଭିଯୋଗ ହୋଇଛି ।

ଓଡିଶା ଓ ଆନ୍ଧ୍ରପ୍ରଦେଶ ମଧ୍ୟରେ ସୀମା ବିବାଦକୁ ନେଇ ଚାଲିଥିବା ଦ୍ଵନ୍ଦ ଅନ୍ତର୍ଗତ କୋଟିଆ, ଫଗୁଣସିନେରୀ, ଫାଟୁସିନେରୀ, ତଲଗଞ୍ଜଇପଦର, ଧୂଳିପଦର ଓ ନେରେଡିବାଲାସା ଭଳି ଗ୍ରାମ ଗୁଡିକରେ ହିଁ ସମସ୍ତ ଅର୍ଥ ବିନିଯୋଗ କରାଯାଉଥିବା ବେଳେ ରାସ୍ତାଘାଟ, ଜଳ, ଜୀବନଜୀବୀକା, ଶିକ୍ଷା ଓ ସ୍ୱାସ୍ଥ୍ୟ କ୍ଷେତ୍ରରେ ବହୁ ଅସୁବିଧାର ସମ୍ମୁଖୀନ ହେଉଥିବା କୋଟିଆର ଉପରମୁଣ୍ଡରେ ଥିବା ଗ୍ରାମ ଗୁଡିକ ପ୍ରତି ଓଡିଶା ପ୍ରଶାସନ ଆଡ ଆଖିରେ ମଧ୍ୟ ଦୃଷ୍ଟି ଦେଉନଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି ।

କୋଟିଆ ପଞ୍ଚାୟତର ବିକାଶ ଯୋଜନାରେ ପାତର ଅନ୍ତର ଅଭିଯୋଗ

ଆଜି କୋଟିଆ ଅଞ୍ଚଳରେ ବସବାସ କରୁଥିବା ବିଭିନ୍ନ ଆଦିବାସୀ ଜନଜାତିର ପରିବାରଙ୍କୁ ଭେଟି ସେମାନଙ୍କ ସମସ୍ୟା ତଥା ଆଶା ଓ ଉନ୍ନତି ଆଣିବାର ସମ୍ଭାବନା ସମ୍ପର୍କରେ ଆଲୋଚନା କରିବା ପାଇଁ କୋରାପୁଟ ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ଆଦିବାସୀ ସମାଜ ଗୁଡିକର ସଦସ୍ୟ ଓ ନେତୃବୃନ୍ଦ କୋଟିଆ ଗସ୍ତ କରିବା ସମୟରେ ବିକାଶ ଯୋଜନାର ଲାଭ ପାଇବାରୁ ବଞ୍ଚିତ ହେଉଥିବା ଗ୍ରାମବାସୀ ମଧ୍ୟ ନିଜ ନିଜ ଅଭିଯୋଗ ଉପସ୍ଥାପନ କରିଥିଲେ । ଆଦିବାସୀ ସମାଜର ନେତୃବୃନ୍ଦ କୋଟିଆ ଅଞ୍ଚଳର ବିଭିନ୍ନ ଗ୍ରାମର ଲୋକଙ୍କ ସହ କୋଟିଆ ନିକଟସ୍ଥ ଜାନିଗୁଡା ଠାରେ ଚର୍ଚ୍ଚା କରି ଅଞ୍ଚଳର ବାସ୍ତବିକ ଆବଶ୍ୟକତାକୁ ବୁଝିବା ପାଇଁ ଆସନ୍ତା ସପ୍ତାହରେ ତିନିଦିନ ଧରି କୋଟିଆ ପଞ୍ଚାୟତର ଗାଁକୁ ଚାଲ ଅଭିଯାନ କରିବାର ଏକ ଯୋଜନା ପ୍ରସ୍ତୁତ କରିଛନ୍ତି ।

ଓଡିଶା ସରକାରଙ୍କ ବିକାଶର ଧାରା ଓ ପ୍ରତିଶୃତି ସମେତ ଆନ୍ଧ୍ରପ୍ରଦେଶ ସରକାରଙ୍କ ଦ୍ବାରା ଦିଆଯାଉଥିବା ପ୍ରଲୋଭନର ପ୍ରଭାବକୁ ତନ୍ନ ତନ୍ନ କରି ପର୍ଯ୍ୟାଲୋଚନା କରିବା ପରେ ସ୍ଥାନୀୟ ଲୋକଙ୍କ ସହ ଆଲୋଚନା କରି ସରକାରଙ୍କ ନିକଟରେ ଏକ ଯୋଜନାର ରୂପରେଖ ପ୍ରସ୍ତୁତ କରି ପାରିବେ ବୋଲି ନେତୃବୃନ୍ଦ ସୂଚନା ପ୍ରଦାନ କରିଛନ୍ତି । ବିଗତ ଦିନଗୁଡିକରେ ବିଭିନ୍ନ ରାଜନୈତିକ ଦଳ, ଉଚ୍ଚ ପଦସ୍ଥ ପ୍ରଶାସନିକ ଅଧିକାରୀ ତଥା ବିଭିନ୍ନ ସାହିତ୍ୟ ସଂଗଠନ ଦ୍ୱାରା କୋଟିଆ ଅଞ୍ଚଳ ଗସ୍ତ କରାଯିବା ପରେ ଆଜି ଆଦିବାସୀ ନେତୃବୃନ୍ଦଙ୍କ କୋଟିଆ ଗସ୍ତକୁ ନେଇ ଅଞ୍ଚଳବାସୀଙ୍କ ମଧ୍ୟରେ ବିକାଶ ଦିଗରେ ଏକ ନୂତନ ଆଶା ସଞ୍ଚରିତ ହୋଇଛି ।

କୋରାପୁଟରୁ ସି.ଏଚ ଶାନ୍ତାକାର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.