ETV Bharat / state

କୋରାପୁଟର ପାରମ୍ପରିକ ସୁଆଁ ଅଧିକ ପୁଷ୍ଟିକର, ଗବେଷଣାରୁ ସ୍ପଷ୍ଟ

author img

By ETV Bharat Odisha Team

Published : Jan 16, 2024, 12:32 PM IST

koraput Suan: କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ଏକ ଗବେଷଣା ଅନୁଯାୟୀ, କୋରାପୁଟରେ ଆଦିମ ଜନଜାତିଙ୍କ ଦ୍ୱାରା କରାଯାଉଥିବା ପାରମ୍ପରିକ ସୁଆଁ ଅଧିକ ପୁଷ୍ଟିକର । ଅଧିକ ପଢନ୍ତୁ

କୋରାପୁଟର ପାରମ୍ପରିକ ସୁଆଁ ପ୍ରଜାତି ଅଧିକ ପୃଷ୍ଟିକର

କୋରାପୁଟ: କୋରାପୁଟର ଜନଜାତିମାନଙ୍କ ଦ୍ୱାରା ଚାଷ କରାଯାଉଥିବା ପାରମ୍ପରିକ ସୁଆଁ ଅଧିକ ପୃଷ୍ଟିକର । ପାଖାପାଖି 14 ପ୍ରକାରର ସୁଆଁର ଗୁଣାତ୍ମକ ମାନର ପରୀକ୍ଷା ପରେ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ଜୈବ ବିଭିଦତା ଓ ପ୍ରାକୃତିକ ସମ୍ବଳ ବିଭାଗର ଗବେଷକମାନେ ଏହି ମତ ଦେଇଛନ୍ତି । ଉକ୍ତ ଗବେଷଣାରୁ ଜଣାପଡିଛି ଯେ, ତିନି ପ୍ରକାର ପାରମ୍ପରିକ ସୁଆଁ ଯଥା-ମାମି ସୁଆଁ, କଳା ସୁଆଁ ଏବଂ ବଡ଼ ସୁଆଁରେ ଅନ୍ୟ ସୁଆଁ ପ୍ରଜାତିଠାରୁ ଅଧିକ ପରିମାଣରେ ପୋଷାକତତ୍ତ୍ୱ ଭରି ରହିଛି । ଏହି ପାରମ୍ପରିକ ତଥା ଦେଶୀ ସୁଆଁରେ ପ୍ରୋଟିନ, ଫାଇବର, ଭିଟାମିନ, ଆଣ୍ଟିଅକ୍ସିଡେଣ୍ଟ, ମିନେରାଲ୍ସର ମାତ୍ରା ଅଧିକ ରହିଛି । ଏହାର ଗୁଣାତ୍ମକ ମାନ ହାଇବ୍ରିଡ ଭେରାଇଟର ବୋଲି ଜଣାପଡିଛି ।

ରାଜ୍ୟ ସରକାରଙ୍କ ମିଲେଟ ମିଶନ ଜରିଆରେ ପାରମ୍ପରିକ ଖାଦ୍ୟଶସ୍ୟକୁ ଅଧିକ ଗୁରୁତ୍ୱ ଦିଆଯାଉଥିବା ବେଳେ କୋରାପୁଟରୁ ଏକ ଖୁସି ଖବର ଆସିଛି । କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ଜୈବ ବିଭିଦତା ଓ ପ୍ରାକୃତିକ ସମ୍ବଳ ବିଭାଗର ଗବେଷକ ସହାୟକ ପ୍ରଫେସର ଡ଼. ଦେବବ୍ରତ ପଣ୍ଡା କହିଛନ୍ତି, "କୋରାପୁଟର ଜନଜାତିମାନଙ୍କ ଦ୍ବାରା ଚାଷ କରାଯାଉଥିବା ପାରମ୍ପରିକ ସୁଆଁ ଅଧିକ ପୁଷ୍ଟିକର । ଅନ୍ୟ ସୁଆଁ ପ୍ରଜାତିଠାରୁ ଜନଜାତିମାନଙ୍କ ଦ୍ବାରା କରାଯାଉଥିବା ମାମି ସୁଆଁ, କଳା ସୁଆଁ ଏବଂ ବଡ଼ ସୁଆଁରେ ଅଧିକ ପରିମାଣରେ ପୋଷାକତତ୍ତ୍ୱ ଭରି ରହିଛି । ଏହି ଦେଶୀ ସୁଆଁରେ ଅଧିକ ପ୍ରୋଟିନ, ଫାଇବର, ଭିଟାମିନ, ଆଣ୍ଟିଅକ୍ସିଡେଣ୍ଟ, ମିନେରାଲ୍ସ ରହିଛି । ଏହାର ଗୁଣାତ୍ମକ ମାନ ହାଇବ୍ରିଡ ଭେରାଇଟ ।"

ଏହାମଧ୍ୟ ପଢନ୍ତୁ..Millet Mission: 25 ବର୍ଷ ପରେ ଚାଷୀ କ୍ଷେତକୁ ଫେରିଲା ଆଦିବାସୀଙ୍କ ପାରମ୍ପରିକ ଖାଦ୍ୟ ଖେଡ଼ଜନା

ଜାନୁଆରୀ 13 ତାରିଖରେ ଏକ ଅନ୍ତର୍ଜାତୀୟ ଜର୍ଣ୍ଣାଲ ପ୍ଲାଣ୍ଟରେ ଏହି ଗବେଷଣା ସମ୍ବନ୍ଧରେ ଛାତ୍ରୀ ପ୍ରମିଳା ମୁନି, ଅଲୌକିକା ପଣ୍ଡା ଓ ସ୍ୱାମୀନାଥନ ଫାଉଣ୍ଡସନର ବୈଜ୍ଞାନିକ ଡ଼ କାର୍ତ୍ତିକ ଲେଙ୍କା ଓ ପ୍ରଶାନ୍ତ ପରିଡାଙ୍କ ସହ ମିଶି ପ୍ରକାଶ କରିଛନ୍ତି ।

ଅନ୍ୟପଟେ ଏହି ସଫଳ ଗବେଷଣା ପାଇଁ ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଚକ୍ରଧର ତ୍ରିପାଠୀ ଓ ଜୈବ ବିଭିଦତା ଓ ପ୍ରାକୃତିକ ସମ୍ବଳ ସଂରକ୍ଷଣ ବିଭାଗର ମୁଖ୍ୟ ପ୍ରଫେସର ଶରତ କୁମାର ପଲୀତା ଉଚ୍ଚ ପ୍ରଶଂସା କରିଛନ୍ତି ଓ ଆଗାମୀ ଦିନରେ ଅଧିକ ମିଲେଟ ଗବେଷଣା କରିବା ପାଇଁ ପ୍ରୋତ୍ସାହିତ କରିଛନ୍ତି । ଏହି ଦେଶୀ ସୁଆଁର ଗୁଣସୂତ୍ରକୁ ପରୀକ୍ଷା କରି ଆଗାମୀ ଦିନରେ ନୂତନ ଗୁଣାତ୍ମକ ସୁଆଁ ତିଆରି କରାଯାଇ ପାରିବ ବୋଲି କହିଛନ୍ତି ଡ଼. ପଣ୍ଡା । ଏହି ବିରଳ ସୁଆଁକୁ ପ୍ରଚାର ପ୍ରସାର ଓ ସଂରକ୍ଷଣ କରାଗଲେ ଏହା ଆଦିବାସୀଙ୍କର ଆର୍ଥିକ ଉନ୍ନତି ସହିତ କୋରାପୁଟକୁ ଏକ ସ୍ୱତନ୍ତ୍ର ପରିଚୟ ଦେଇପାରିବ ବୋଲି ଆଶା ବ୍ୟକ୍ତ କରିଛନ୍ତି ।

ଆନ୍ତର୍ଜାତୀୟ ସ୍ତରରେ ମିଲେଟ ମିଶନକୁ ପ୍ରାଧାନ୍ୟ ଦିଆଯାଉଥିବା ବେଳେ କେନ୍ଦ୍ରୀୟ ବିଶ୍ବ ବିଦ୍ୟାଳୟ ଦ୍ୱାରା କୋରପୁଟ ଅଞ୍ଚଳର ଏହି ତିନି ପ୍ରକାରର ସୁଆଁକୁ ନେଇ କରାଯାଇଥିବା ଗବେଷଣା ସୁଆଁ ଭବିଷ୍ୟତରେ କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କ ମଧ୍ୟରେ ନୂତନ ଆଶା ସଞ୍ଚାରିତ କରିବ ବୋଲି ଓଡିଶା ମିଲେଟ ମିଶନର ବିଶିଷ୍ଟ ଗବେଷକ ତଥା କୃଷି ଅଧିକାରୀ ତାପସ ଚନ୍ଦ୍ର ରାୟ ମତ ପ୍ରକାଶ କରିଛନ୍ତି ।

ଇଟିଭି ଭାରତ, କୋରାପୁଟ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.