ETV Bharat / state

ପାରମ୍ପରିକ ବିହନ ସଂରକ୍ଷଣ ପ୍ରତି ଗୁରୁତ୍ବ, ଚାଷୀଙ୍କୁ ନୂଆ ଆଶା ଦେଖାଇବ ବିହନ ମେଳା

author img

By

Published : Apr 21, 2023, 9:04 PM IST

କୋରାପୁଟ ଜିଲ୍ଲା ବୈପାରିଗୁଡା ଠାରେ ଆୟୋଜିତ ହୋଇଯାଇଛି ବିହନ ମେଳା । ଅଧିକ ପଢ଼ନ୍ତୁ

agriculture seeds exhibition in koraput
କୋରାପୁଟରେ ବିହନ ମେଳା
କୋରାପୁଟରେ ବିହନ ମେଳା

କୋରାପୁଟ: ଜିଲ୍ଲାର ବୈପାରିଗୁଡା ଠାରେ ସିୱାଇଏସଡି ସ୍ବେଚ୍ଛାସେବୀ ସଂଗଠନ ଆନୁକୂଲ୍ୟରେ ଆୟୋଜିତ ହୋଇଯାଇଛି ବିହନ ମେଳା । ଅନୁଷ୍ଠିତ ମେଳାରେ କ୍ଷୁଦ୍ର ଶସ୍ୟ, ଡାଲି ଜାତୀୟ ଫସଲ, ଧାନ ଓ ପନିପରିବାର 120ରୁ ଉର୍ଦ୍ଧ୍ବ ପାରମ୍ପରିକ ବିହନର ପ୍ରଦର୍ଶନୀ ହୋଇଛି । ଉଭୟ କୋରାପୁଟ ଓ ରାୟଗଡ଼ା ଜିଲ୍ଲାର ବହୁ ଚାଷୀ ଏହି ମେଳାରେ ସାମିଲ ହୋଇଛନ୍ତି । ଏହି ପରିପ୍ରେକ୍ଷୀରେ ମେଳାରେ ଯୋଗ ଦେଇଥିବା ଚାଷୀମାନେ ବିହନ ସମ୍ପର୍କରେ ପରସ୍ପରର ଅଭିଜ୍ଞତା ନେବା ସହ ଜୈବିକ ଚାଷ ସମ୍ପର୍କରେ ଆଲୋଚନା କରିଥିଲେ ।

ଏହା ମଧ୍ୟ ପଢ଼ନ୍ତୁ: ଗବେଷଣା କେନ୍ଦ୍ର ପାଲଟିଛି ତାପସଙ୍କ ବଗିଚା, ଚାଷୀଙ୍କ ବିକାଶ ପାଇଁ ତିଆରି କରିବେ ମିଲେଟ ସ୍କୁଲ

ବର୍ତ୍ତମାନ ଚାଷୀ ଅଧିକ ଅମଳ ଆଶା କରି ଜମିରେ ରାସାୟନିକ ସାରର ପ୍ରୟୋଗ କରୁଛନ୍ତି । ଯାହା ଫଳରେ ଦିନକୁ ଦିନ ମାଟିର ଉର୍ବରତା କମିବାରେ ଲାଗିଛି । ତେଣୁ ଲୋପ ପାଇଯାଉଥିବା ବିଭିନ୍ନ ପାରମ୍ପରିକ କିସମର ଚାଷ ସମ୍ପର୍କରେ ଚାଷୀଙ୍କୁ ଅବଗତ କରିବା ପାଇଁ ଏହି ମେଳାର ଆୟୋଜନ କରାଯାଇଛି । ମେଳାରେ ଯୋଗ ଦେଇଥିବା ଚାଷୀମାନେ ପରସ୍ପରଠାରୁ ବିହନ ସଂରକ୍ଷଣ କ୍ଷେତ୍ରରେ ତାଙ୍କ ଅଭିଜ୍ଞତା ପଚାରି ବୁଝିବା ସହ ନିଜ ପାଖରେ ଥିବା ବିହନ ଓ ଅଭ୍ୟାସ କରିଥିବା ଜୈବିକ ପ୍ରଣାଳୀର ଚାଷର ପ୍ରଦର୍ଶନ କରିଥିଲେ । ଏନେଇ ଜୟପୁର ଆଇଟିଡିଏ ପ୍ରକଳ୍ପ ନିର୍ଦେଶକ ଗୋପୀନାଥ ସାରକା କହିଛନ୍ତି, "ଏହି ବିହନ ମେଳା ବର୍ତ୍ତମାନ ଚାଷୀ, ଗବେଷକ ଓ ସ୍ବେଚ୍ଛାସେବୀଙ୍କ ମଧ୍ୟରେ ସୀମିତ ନରହି ସରକାରୀ ଯୋଜନାରେ ସ୍ଥାନ ପାଇଥିବାରୁ ଚାଷୀକୁଳ ଉପକୃତ ହୋଇପାରୁଛନ୍ତି । ଜୈବିକ ଚାଷର ପ୍ରସାର ପାଇଁ ସରକାରଙ୍କ ବିଭିନ୍ନ ଯୋଜନା ସମ୍ପର୍କରେ ଏଠାରେ ଚାଷୀଙ୍କୁ ଅବଗତ କରାଯାଇଛି ।"

ତେବେ ଅନୁଷ୍ଠିତ ବିହନ ମେଳାରେ ଚାଷୀ କିପରି ଜୈବିକ ଖତର ପ୍ରୟୋଗ କରିବା ସହ ଏହାର ପ୍ରଚାରପ୍ରସାର କରିପାରିବେ ସେ ସଂକ୍ରାନ୍ତରେ ସୂଚନା ପ୍ରଦାନ କରାଯାଇଥିଲା । ମୃତ୍ତିକା ସଂରକ୍ଷଣ ଓ ମୃତ୍ତିକାର ସ୍ୱାସ୍ଥ୍ୟ ପରୀକ୍ଷା କରି ଫସଲ ଯୋଜନା ପ୍ରସ୍ତୁତି କରିବା ଦ୍ବାରା ଚାଷୀ କିପରି ଲାଭବାନ ହୋଇପାରିବେ ସେନେଇ ବିଶେଷଜ୍ଞ ଆଲୋଚନା କରିଥିଲେ । ଚାଷୀଙ୍କ ଆଲୋଚନା ଚକ୍ରରେ ଅନେକ ନୂତନ ତଥ୍ୟ ପ୍ରଦାନ କରାଯାଇଛି । ପାରମ୍ପରିକ ବିହନର ବ୍ୟବହାର କ୍ରମେ କ୍ରମେ କମି ଆସୁଥିବା ବେଳେ ଏପରି ସମାବେଶ ପାରମ୍ପରିକ ବିହନର ପୁନରୁଦ୍ଧାର କରିବାରେ ସହାୟକ ହୋଇଥିବା ସ୍ଥାନୀୟ ଚାଷୀ ମତ ରଖିଛନ୍ତି ।

ଇଟିିଭି ଭାରତ, କୋରାପୁଟ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.