ETV Bharat / state

ପଣ୍ଡି ଘାଟରେ ପଡ଼ିରହିଲା ପର୍ଯ୍ୟଟନ ଡଙ୍ଗା - ପର୍ଯ୍ୟଟନ ଶିଳ୍ପ

ମୋଟର ବୋଟ ରେ କୋଲାବ ଜଳଭଣ୍ଡାର ମଧ୍ୟରେ ବୁଲି ଆସିବା ଦେଶୀୟ ଓ ବିଦେଶୀ ପର୍ଯ୍ୟଟଙ୍କ ପାଇଁ ବିଶେଷ ଆକର୍ଷଣ ସୃଷ୍ଟି କରିଥିଲା । କିନ୍ତୁ ଗତ ବର୍ଷେ ହେବ ସେହି ମୋଟର ବୋଟ ଅକାମି ହୋଇ ପଣ୍ଡି ଘାଟରେ ପଡି ରହିଛି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, କୋରାପୁଟ
author img

By

Published : Aug 4, 2019, 1:13 AM IST

କୋରାପୁଟ: ଜିଲ୍ଲା ସଦର ମହକୁମା ନିକଟ ପରଜା ପଣ୍ଡି ଘାଟରୁ ପର୍ଯ୍ୟଟନ ବିଭାଗ ଦ୍ବାରା ପରିଚାଳିତ ମୋଟର ବୋଟ ରେ କୋଲାବ ଜଳଭଣ୍ଡାର ମଧ୍ୟରେ ବୁଲି ଆସିବା ଦେଶୀୟ ଓ ବିଦେଶୀ ପର୍ଯ୍ୟଟଙ୍କ ପାଇଁ ବିଶେଷ ଆକର୍ଷଣ ସୃଷ୍ଟି କରିଥିଲା । କିନ୍ତୁ ଗତ ବର୍ଷେ ହେବ ସେହି ମୋଟର ବୋଟ ଅକାମି ହୋଇ ପଣ୍ଡି ଘାଟରେ ପଡି ରହିଛି । ତେବେ କୁହାଯାଇପାରେ କୋଲାବ ଜଳଭଣ୍ଡାର ଆଡକୁ ଅନାଇରହି ବିଗତ ଦିନଗୁଡିକର ସୁବର୍ଣ୍ଣ ମୁହୂର୍ତ୍ତ ଗୁଡିକୁ ମନେ ପକାଉଛି ଅକାମି ହୋଇପଡିଥିବା ମୋଟର ବୋଟ ।

ଭିଡ଼ିଓ ସୌଜନ୍ୟ: ସମ୍ବାଦଦାତା, କୋରାପୁଟ

ପର୍ଯ୍ୟଟକ ଏହି ମୋଟର ବୋଟ ଯୋଗେ ଜଳଭଣ୍ଡାର ମଧ୍ୟରେ ଦ୍ବୀପ ଭଳି ଥିବା କାନ୍ସପବ୍ଲି ପର୍ବତକୁ ବୁଲିବାକୁ ଯାଇଥାନ୍ତି । ସେଠାରେ ସମୟ ବିତାଇବା ସହିତ କେଚେଲା ରେ ଥିବା ଜୈନ ପ୍ରତିମୂର୍ତ୍ତି, ଶ୍ରୀଅରବିନ୍ଦ ପୂର୍ଣାଙ୍ଗ ଶିକ୍ଷା କେନ୍ଦ୍ରର ସୌରତାପ ଓ ବାୟୁ ଚକି ରେ ପରିଚାଳିତ ଶିକ୍ଷାକେନ୍ଦ୍ର ପରିବେଶ କୁ ଦେଖି ଆନନ୍ଦିତ ହୁଅନ୍ତି ।

କିନ୍ତୁ ଦେଢ଼ ବର୍ଷ ପୂର୍ବେ ସମ୍ବଲପୁର ନିକଟରେ ହୋଇଥିବା ଏକ ନୌକା ଦୁର୍ଘଟଣା ପରେ ପର୍ଯ୍ୟଟନ ବିଭାଗ ଏହି ବୋଟ ଯାତ୍ରାକୁ ରଦ୍ଦ କରିଦେଇଥିଲା । ପର୍ଯ୍ୟଟନ ବିଭାଗ ଦ୍ବାରା ପରିଚାଳିତ ଏହି ମୋଟର ବୋଟ ଓ ବୋଟ ଚାଳକଙ୍କ ଲାଇସେନ୍ସ ତଥା ଇନ୍ସୁରାନ୍ସ ନଥିବା ଯୋଗୁଁ ବିଭାଗ ଏହି ନିଷ୍ପତ୍ତି ନେଇଥିବା ବର୍ତମାନର ପର୍ଯ୍ୟଟନ ଅଧିକାରୀ ସୁରେନ୍ଦ୍ର ଲିମା ସୂଚନା ପ୍ରଦାନ କରିଛନ୍ତି ।

ତେବେ ଶନିବାର ମୋଟର ବୋଟରୁ ମୋଟରଟିକୁ ପର୍ଯ୍ୟଟନ ବିଭାଗ କାଢି ନେଇଥିବା ବେଳେ କେବଳ ପ୍ଲାଷ୍ଟିକ ଖେଳନା ଭଳି ବୋଟ ପଡିରହିଛି । ଯାହାକୁ ନେଇ ଦୁଃଖପ୍ରକାଶ କରିଛନ୍ତି ଗ୍ରାମବାସୀ ।

କୋରାପୁଟରୁ ସିଏଚ୍ ଶାନ୍ତାକାର, ଇଟିଭି ଭାରତ

Intro:କୋରାପୁଟ ଜିଲ୍ଲା ରେ ପର୍ଯ୍ୟଟକଙ୍କୁ ଜିଲ୍ଲା ସଦର ମହକୁମା ନିକଟ ପରଜା ପଣ୍ଡି ଘାଟରୁ ପର୍ଯ୍ୟଟନ ବିଭାଗ ଦ୍ୱାରା ପରିଚାଳିତ ମୋଟର ବୋଟ ରେ କୋଲାବ ଜଳଭଣ୍ଡାର ମଧ୍ୟରେ ବୁଲି ଆସିବା ଦେଶୀୟ ଓ ବିଦେଶୀ ପର୍ଯ୍ୟଟଙ୍କ ପାଇଁ ବିଶେଷ ଆକର୍ଷଣ ସୃଷ୍ଟି କରିଥିଲା । କିନ୍ତୁ ଗତ ବର୍ଷେ ହେବ ସେହି ମୋଟର ବୋଟ ଅକାମି ହୋଇ ପଣ୍ଡି ଘାଟରେ ପଡି ରହି କୋଲାବ ଜଳଭଣ୍ଡାର ଆଡକୁ ଅନାଇରହି ବିଗତ ଦିନଗୁଡିକର ସୁବର୍ଣ୍ଣ ମୁହୂର୍ତ ଗୁଡିକୁ ମନେ ପକାଉଛି । Body:ପର୍ଯ୍ୟଟକ ଏହି ମୋଟର ବୋଟ ଯୋଗେ ଜଳଭଣ୍ଡାର ମଧ୍ୟରେ ଦ୍ବୀପ ଭଳି ରହିଥିବା କାନ୍ସପବ୍ଲି ପର୍ବତକୁ ଯାଇ କିଛି ସମୟ ବିତାଇବା ସହିତ କେଚେଲା ରେ ଥିବା ଜୈନ ପ୍ରତିମୂର୍ତ୍ତି ସହିତ ଶ୍ରୀଅରବିନ୍ଦ ପୂର୍ଣାଙ୍ଗ ଶିକ୍ଷା କେନ୍ଦ୍ରର ସୌରତାପ ଓ ବାୟୁ ଚକି ରେ ପରିଚାଳିତ ଶିକ୍ଷାକେନ୍ଦ୍ର ପରିବେଶ କୁ ଦେଖି ଆନନ୍ଦିତ ହେଉଥିଲେ ବୋଲି କୋରାପୁଟର ପୂର୍ବତନ ପର୍ଯ୍ୟଟନ ଅଧିକାରୀ ସନ୍ୟାସୀ ପୂଜାରୀ ଜଣାଇଛନ୍ତି । Conclusion:କିନ୍ତୁ ଦେଢ଼ ବର୍ଷ ପୂର୍ବେ ସମ୍ବଲପୁର ନିକଟରେ ହୋଇଥିବା ଏକ ନୌକା ଦୁର୍ଘଟଣା ପରେ ପର୍ଯ୍ୟଟନ ବିଭାଗ ଏହି ବୋଟ ଯାତ୍ରାକୁ ରଦ୍ଦ କରିଦେଇଥିଲା । ପର୍ଯ୍ୟଟନ ବିଭାଗ ଦ୍ୱାରା ପରିଚାଳିତ ଏହି ମୋଟର ବୋଟ ଓ ବୋଟ ଚାଳକଙ୍କ ଲାଇସେନ୍ସ ତଥା ଇନ୍ସୁରାନ୍ସ ନଥିବା ଯୋଗୁଁ ବିଭାଗ ଏହି ନିଷ୍ପତ୍ତି ନେଇଥିବା ବର୍ତମାନର ପର୍ଯ୍ୟଟନ ଅଧିକାରୀ ସୁରେନ୍ଦ୍ର ଲିମା ସୂଚନା ପ୍ରଦାନ କରିଛନ୍ତି ।
କିନ୍ତୁ କାରଣ ଯାହା ହେଉନା କାହିଁକି ଏହି ବୋଟ ସେବା ବନ୍ଦ ହୋଇଯିବା ଫଳରେ ପଣ୍ଡି ଗ୍ରାମବାସୀ ଓ କେଚେଲାର ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଯେଉଁମାନେ ପର୍ଯ୍ୟଟକଙ୍କୁ ସ୍ଵାଗତ କରିବାଠୁ ଆରମ୍ଭ କରି ସମସ୍ତ ଦାୟିତ୍ବ ନେଇ ଦୁଇ ପଇସା ଅର୍ଜନ କରୁଥିଲେ ସେତିକି ବନ୍ଦ ହୋଇଯାଇଥିବା ପଣ୍ଡି ଗ୍ରାମର ଟଙ୍କ ଜାନି ଜଣାଇଛନ୍ତି । ଆଜି ମୋଟର ବୋଟରୁ ମୋଟରଟିକୁ ପର୍ଯ୍ୟଟନ ବିଭାଗ କାଢି ନେଇଥିବା ବେଳେ କେବଳ ପ୍ଲାଷ୍ଟିକ ଖେଳନା ଭଳି ବୋଟ ଏକେଲା ଶୋଇରହି ଭବିଷ୍ୟତ ଆଡକୁ ଅନାଇ ରହିଥିବା ଅବସ୍ଥାକୁ ନେଇ ଗ୍ରାମବାସୀ ଦୁଃଖପ୍ରକାଶ କରିଛନ୍ତି ।
.........
Byte : ଟଙ୍କ ଜାନୀ , ଗ୍ରାମବାସୀ
Byte : ସନ୍ୟାସୀ ପୂଜାରୀ , ପୂର୍ବତନ ପଯ୍ୟଟନ ଅଧିକାରୀ
Byte : ସୁରେନ୍ଦ୍ର ଲିମା , ପର୍ଯ୍ୟଟନ ଅଧିକାରୀ
P2C : ଶାନ୍ତାକାର
..........
ଶାନ୍ତାକାର
କୋରାପୁଟ
............
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.