ETV Bharat / state

ଜୀବନ-ମରଣର ଦୋଛକିରେ ତିଳୋତ୍ତମା

ସ୍ବାମୀଙ୍କ ହସଖୁସିରେ ଆଗକୁ ବଢୁଥିବା ବେଳେ ହଠାତ୍‌ ରୋଗର ଶିକାର ହେଲେ କୋରାପୁରର ତିଳୋତ୍ତମା । ଚିକିତ୍ସା ପାଇଁ ପାଖରେ ସମ୍ବଳ ନାହିଁ । ଅପେକ୍ଷା ସରକାରୀ ସହାୟତାକୁ ।

author img

By

Published : Apr 21, 2019, 2:35 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, କୋରାପୁଟ

କୋରାପୁଟ: ବଞ୍ଚିବାକୁ ଢେର୍ ଇଚ୍ଛା । ହେଲେ ଭାଗ୍ୟ ସାଥ୍‌ ଦେଉନି । ସ୍ବାମୀ ସାଙ୍ଗରେ ହସଖୁସିରେ ରହିବା ବଦଳରେ ବଞ୍ଚିବାକୁ ରାହା ଖୋଜୁଛି ଜଣେ ରୋଗିଣା ସ୍ତ୍ରୀ । ଆମେ କହୁଛୁ କୋରାପୁଟ ସୁନାବେଡାର ତିଳୋତ୍ତମା ଭୋଇଙ୍କ କଥା । ବୟସର ଅପରାହ୍ନରେ ଥାଇ ମଧ୍ୟ ତାଙ୍କୁ ଘାରିଛି ରୋଗ ଚିନ୍ତା ।

କୋରାପୁଟର ଜିଲ୍ଲାରେ ସୁନାବେଡାରେ ରୁହନ୍ତି ବୀରବର ଭୋଇ ଓ ତାଙ୍କ ପତ୍ନୀ ତିଳୋତ୍ତମା ଭୋଇ । ଗତ 6 ମାସ ତଳେ ବେଶ୍ ହସଖୁସିରେ ଚାଲିଥିଲା ତାଙ୍କ ପରିବାର । ପରିବାର କହିଲେ ବୀରବର ଭୋଇ, ପତ୍ନୀ ତିଳୋତ୍ତମା ଓ 2 ପୁଅକୁ ନେଇ ଚାଲିଥିଲା ତେଲଲୁଣର ସଂସାର । ହେଲେ ହଠାତ୍‌ ତିଳୋତ୍ତମାଙ୍କ ପେଟ ଓ ଗୋଡ ହାତ ଅସ୍ବାଭାବିକ୍ ଫୁଲିବାକୁ ଲାଗିଥିଲା । ଦିନକୁ ଦିନ ଯନ୍ତ୍ରଣା ଅସହ୍ୟ ହେବାକୁ ଲାଗିଥିଲା । ସ୍ତ୍ରୀକୁ ଯନ୍ତ୍ରଣାରେ ଦେଖି ସ୍ବାମୀ ପ୍ରଥମେ କୋରାପୁଟ୍ ମେଡିକାଲରେ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲେ । ମେଡିକାଲରୁ 2 ଦିନ ଫେରିବାପରେ ପୁଣି ଯନ୍ତ୍ରଣାରେ ଛଟପଟ୍ ହୋଇଥିଲେ ତିଳୋତ୍ତମା ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କୋରାପୁଟ

ସ୍ତ୍ରୀକୁ ଭଲ କରିବା ପାଇଁ ସେ ନିଜ ଚା’ ଦୋକାନକୁ ବିକ୍ରି କରି ଧାର କରଜ କରି ତିଳୋତ୍ତମାଙ୍କୁ ଭୁବନେଶ୍ବର ଏମସ୍ ନେଇଥିଲେ । ସେଠାରେ ପରୀକ୍ଷା ପରେ ଜଣାପଡିଥିଲା ସେ ଥାଇରଏଡ୍‌ ସହ ହୃଦରୋଗରେ ପୀଡିତ । ସେଠାରେ କିଛିଦିନ ଚିକିତ୍ସିତ ହେବା ପରେ ଗୋଟାଏ ମାସର ଔଷଧ ଧରି ଘରକୁ ଫେରିଥିଲେ । କିନ୍ତୁ ଘରକୁ ଫେରିବାର କିଛିଦିନ ପରେ ହିଁ ପୁଣିଥରେ ଅସହ୍ୟ ବ୍ୟଥା ଅନୁଭବ କରିଥିଲେ ।

ଆର୍ଥିକ ଅନଟନରେ ପେଷି ହୋଇଯାଉଥିବା ବିରବରଙ୍କ ପାଇଁ ପୁଣିଥରେ ଏମସ ନେଇଯିବା ପାଇଁ ସମ୍ବଳର ଅଭାବ । ତେଣୁ ସେ ବ୍ୟସ୍ତ ବିବ୍ରତ ହୋଇପଡିଛନ୍ତି । ଘରେ ନିଜେ ଦୁଇମୁଠା ଖାଇବା ସହ ଦୁଇପୁଅଙ୍କୁ ପୋଷିବା ସମ୍ଭବ ହୋଇନପାରୁଥିବା ସ୍ଥିତିରେ କାହାକୁ ବା ପୁଣିଥରେ ଆର୍ଥିକ ସହାୟତା ପାଇଁ ହାତ ପାତିବେ । ପାଖପଡ଼ୋଶୀ ବିଗତ ଦିନମାନଙ୍କରେ କିଛି କିଛି ସହଯୋଗ କରିବାକୁ ଆଗେଇ ଆସିଥିଲେବି ପତ୍ନୀଙ୍କ ପାଇଁ କେବଳ ସରକାରୀ ସାହାଯ୍ୟ ହିଁ ସାହା ଭରଷା ବୋଲି ବିରବର ମତ ରଖିଛନ୍ତି ।

କୋରାପୁଟରୁ ସି.ଏଚ ଶାନ୍ତାକାର, ଇଟିଭି ଭାରତ

Intro:Body:Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.