ETV Bharat / state

ତିଳୋତ୍ତମାଙ୍କ ଆଖିରୁ ଲୁହ ପୋଛିବ କିଏ?

ତିଳୋତ୍ତମାଙ୍କ ଦୁଃଖ । ଗାଲରେ ଅସ୍ବାଭାବିକ ଭାବେମୋଟା ଚର୍ମ ବଢୁଥିବା ଯୋଗୁଁ ବିବାହ ଯୋଗ୍ୟ ବୟସରେ ଉପନୀତ ହୋଇଥିଲେ ହେଁ ହାତରୁ ଦୁଇ ହାତ ହୋଇପାରୁନାହାଁନ୍ତି ।

author img

By

Published : Oct 8, 2019, 4:29 AM IST

Updated : Oct 8, 2019, 1:04 PM IST

ଫଟୋ ସୌଜନ୍ୟ- ସମ୍ବାଦଦାତା, କୋରାପୁଟ

କୋରାପୁଟ: ତିଳୋତ୍ତମାଙ୍କ ଆଖିରୁ ଏତେ ଲୁହ ଝରି ଚାଲିଛି ଯେ ବନ୍ଦ ହେବାର ନାଁ ନେଉନାହିଁ । କୋରାପୁଟ ବ୍ଲକର ମହାଦେଇପୁଟ ପଞ୍ଚାୟତ ଅନ୍ତର୍ଗତ ପଣସପୁଟ ବାସିନ୍ଦା ତିଳୋତ୍ତମା । ପିଲାଟି ବେଳୁ ତିଳୋତ୍ତମାଙ୍କ ଡାହାଣ ଗାଲରେ ଅସ୍ବାଭାବିକ ଭାବେ ଚର୍ମ ବଢି ଝୁଲିପଡୁଥିବା ଯୋଗୁଁ ତାଙ୍କ ସ୍ବପ୍ନ ଏବେ ଅଧୁରା ।

ତିଳୋତ୍ତମାଙ୍କ ପାଇଁ ନିଜ ଗାଁରେ ତାଙ୍କ ବୟସର ଅନ୍ୟ ଝିଅଙ୍କ ଭଳି ମୁକ୍ତ ଆକାଶ ତଳେ ଖେଳକୁଦ କରିବା ସ୍ବପ୍ନ ଭାବେ ରହିଗଲା । ଘରର ଆର୍ଥିକ ପରିସ୍ଥିତି ଠିକ ନଥିବା ଯୋଗୁଁ ଡାକ୍ତରଙ୍କ ପରାମର୍ଶ ଅନୁଯାୟୀ ଅସ୍ତ୍ରୋପଚାର କରାଇବା ସମ୍ଭବ ହୋଇପାରିନଥିବା ତିଳୋତ୍ତମା ଜଣାଇଛନ୍ତି ।

ଭିଡିଓ ସୌଜନ୍ୟ- ସମ୍ବାଦଦାତା, କୋରାପୁଟ

ପିଲାଟି ବେଳୁ ଛୋଟମୋଟ କାମ କରି ଘର ଚଳାଇବାରେ ନିଜ ସହଯୋଗ ବାଣ୍ଟି ଚାଲିଛନ୍ତି ତିଳୋତ୍ତମା । ଗତ ପଚିଶି ବର୍ଷ ଧରି ନିଜ ଚୁନିରେ ମୁହଁକୁ ଘୋଡାଇ ବାହ୍ୟ ଲଜ୍ଜାରୁ ନିଜକୁ ବଞ୍ଚାଇ ଚାଲିଛନ୍ତି । ହେଲେ ବଢିଚାଲିଥିବା ମୋଟା ଚର୍ମ ଯୋଗୁଁ ବିବାହ ଯୋଗ୍ୟ ବୟସ ଉପନ୍ନୀତ ହୋଇଥିଲେ ହେଁ ହାତରୁ ଦୁଇ ହାତ ହୋଇପାରୁନାହାଁନ୍ତି ।

ତେବେ ତିଳୋତ୍ତମାଙ୍କ ଜୀବନର ଏହି କରୁଣ କାହାଣୀ ସମ୍ପର୍କରେ ଜାଣିବା ପରେ ତାଙ୍କ ଚିକିତ୍ସା ପାଇଁ ସମସ୍ତ ପଦକ୍ଷେପ ନିଆଯିବ ବୋଲି ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ସୀମାଞ୍ଚଳ ମହାପାତ୍ର ପ୍ରତିଶ୍ରୁତି ଦେଇଛନ୍ତି ।

କୋରାପୁଟରୁ ସି.ଏଚ ଶାନ୍ତାକାର, ଇଟିଭି ଭାରତ

Intro:ତିଲୋତ୍ତମାଙ୍କ ଆଖିରୁ ଏତେ ଲୁହ ଝରି ଚାଲିଛି ଯେ ବନ୍ଦ ହେବାର ନାଁ ନେଉନାହିଁ । କୋରାପୁଟ ବ୍ଲକ ର ମହାଦେଇପୁଟ ପଂଚାୟତ ଅନ୍ତର୍ଗତ ପଣଶପୁଟ ବାସିନ୍ଦା ତିଳୋତ୍ତମା ।Body:ପିଲାଟି ବେଳୁ ତିଲୋତ୍ତମାଙ୍କ ଡାହାଣ ଗାଲରେ ଅସ୍ୱାଭାଭିକ ଭାବେ ଚର୍ମ ବିକୃତ ହୋଇ ଓହଳିପଡୁଥିବା ଯୋଗୁଁ ତିଲୋତ୍ତମାଙ୍କ ପାଇଁ ନିଜ ଗାଁ ରେ ତାଙ୍କ ବୟସର ଅନ୍ୟ ଝିଅ ଙ୍କ ଭଳି ମୁକ୍ତ ଆକାଶ ତଳେ ଖେଳକୁଦ କରିବା ସ୍ୱପ୍ନ ଭାବେ ରହିଗଲା । ଘରର ଆର୍ଥିକ ପରିସ୍ଥିତି ଠିକ ନଥିବା ଯୋଗୁଁ ଡାକ୍ତରଙ୍କ ପରାମର୍ଶ ଅନୁଯାୟୀ ଅସ୍ତ୍ରୋପଚାର କରାଇବା ସମ୍ଭବ ହୋଇପାରିନଥିବା ତିଲୋତ୍ତମା ଜଣାଇଛନ୍ତି । ପିଲାଟିବେଳୁ ଛୋଟମୋଟ କାମ କରି ଘର ଚଳାଇବାରେ ନିଜ ସହଯୋଗ ବାଣ୍ଟି ଚାଲିଛନ୍ତି ତିଳୋତ୍ତମା ।ଗତ ପଚିଶ ବର୍ଷ ଧରି ନିଜ ଚୁନି ରେ ମୁହଁକୁ ଘୋଡାଇ ବାହ୍ୟ ଲଜ୍ଜା ରୁ ନିଜକୁ ବଞ୍ଚାଇ ଚାଲିଥିଲେହେଁ ମୁହଁ ରେ ବଢିଚାଲିଥିବା କଳା ରଙ୍ଗର ମୋଟା ଚର୍ମ ଯୋଗୁଁ ବିବାହ ଯୋଗ୍ୟ ବୟସ ଉପନୀତ ହୋଇଥିଲେହେଁ ହାତରୁ ଦୁଇହାତ କରିପାରୁନଥିବା ଦୁଃଖ ପରିବାରବର୍ଗଙ୍କୁ କେତେଯେ ମର୍ମାହତ କରିଛି ସେ ସମ୍ପର୍କରେ ଚିନ୍ତା କରି ତିଲୋତ୍ତମାଙ୍କ ଆଖିରେ ଆଉ କିଛି ଲୁହ ଭରିଯିବାହିଁ ସାର ହୋଇଛି । Conclusion:ତେବେ ତିଲୋତ୍ତମାଙ୍କ ଜୀବନର ଏହି କରୁଣ କାହାଣୀ ସମ୍ପର୍କରେ ଜାଣିବା ପରେ ତାଙ୍କ ଚିକିତ୍ସା ପାଇଁ ସମସ୍ତ ପଦକ୍ଷେପ ନିଆଯିବ ବୋଲି ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ସୀମାଞ୍ଚଳ ମହାପାତ୍ର ପ୍ରତିଶ୍ରୁତି ଦେଇଛନ୍ତି ।
.................
Byte : ତିଳୋତ୍ତମା ମୁଦୁଲି

Byte : ତିଳୋତ୍ତମା ଙ୍କ ଭାଉଜ
Byte : ଚୈତନ ଖିଲ , ଗ୍ରାମବାସୀ

Byte : ସୀମାଞ୍ଚଳ ମହାପାତ୍ର , ଡିଏସଏସଓ
P2C : ଶାନ୍ତାକାର
...........
ଶାନ୍ତାକାର
କୋରାପୁଟ
Last Updated : Oct 8, 2019, 1:04 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.