ETV Bharat / state

ଟିକରାଗଡ ପାହାଡ: ଏଠି ଆଦିବାସୀଙ୍କ ବୀରଗାଥା କହେ ପୋତା ପଥର - ଆଦିବାସୀଙ୍କ ବିଶ୍ବାସ

କୋରାପୁଟ ଜିଲ୍ଲା ବୈପାରିଗୁଡ଼ା ବ୍ଲକ ଅନ୍ତର୍ଗତ ପ୍ରସିଦ୍ଧ ଶୈବ ପୀଠ ନିକଟବର୍ତୀ ଘଞ୍ଚ ଜଙ୍ଗଲ ମଧ୍ୟରେ ଆଦିବାସୀଙ୍କ ବୀରଗାଥା ଲୁଚି ରହିଛି । ଜାଣନ୍ତୁ କଣ ।

Tribals faith
koraput Tribals faith
author img

By

Published : Jun 15, 2023, 3:25 PM IST

Tribals faith

କୋରାପୁଟ: ନିରୀହ ଆଦିବାସୀ ଭାରି ବିଶ୍ବାସୀ । ଛନ୍ଦ କପଟ କିଠି ଜାଣେନାହିଁ ସେ । ସମସ୍ତଙ୍କୁ ଆପଣାର କରୁଥିବା ମଣିଷର ବିଶ୍ବାସ ଭାରି ଗଭୀର । ସେମିତି କିଛି ବିଶ୍ବାସର ସହ ବଞ୍ଚନ୍ତି କୋରାପୁଟ ଜିଲ୍ଲାର ଆଦିବାସୀ ମଣିଷ । ଇତିହାସ ପୃଷ୍ଠାର ଅନ୍ତରାଳେ କୋରାପୁଟ ଜିଲ୍ଲା ବୈପାରିଗୁଡ଼ା ବ୍ଲକ ଅନ୍ତର୍ଗତ ପ୍ରସିଦ୍ଧ ଶୈବ ପୀଠ ନିକଟବର୍ତୀ ଘଞ୍ଚ ଜଙ୍ଗଲ ମଧ୍ୟରେ ଆଦିବାସୀଙ୍କ ବୀରଗାଥା ଲୁଚି ରହିଛି ।

ରାମଗିରି ନିକଟସ୍ଥ ପୂଜାରିପୁଟର ଟିକରାଗଡ ପାହାଡ଼ରେ ଏକ ପାର୍ଶ୍ବରେ ମା' ବୁଢି ଠାକୁରାଣୀ ପୂଜା ପାଉଥିବା ବେଳେ ସେହି ପାହାଡ଼ର ଅପର ପାର୍ଶ୍ବରେ ପାହାଡ ତଳକୁ ଖସି ଯାଉଥିବା ବେଳେ ଖମ୍ବ ଭଳି ପୋତା ଯାଇ ଥିବା ଶହ ଶହ ପଥର ଦେଖିବାକୁ ମିଳେ । ଓଡ଼ିଶା ଇତିହାସ ପୁସ୍ତକରେ ସ୍ଥାନ ପାଇନଥିବା ଏହି ଅଞ୍ଚଳ ବିଷୟରେ କଥିତ ଇତିହାସ ଏହି ଅଞ୍ଚଳର ଆଦିବାସୀ ଜନଜାତିର ସମର କୌଶଳ ଓ ବୀରତ୍ବର କାହାଣୀରେ ଭରି ରହିଛି । ବହୁ ବର୍ଷ ପୂର୍ବେ ଏହି ପାହାଡ ନିକଟରେ ଜଣେ ପଠାଣ ଶାସକ ଗୋଟାଏ ଗଡ ନିର୍ମାଣ କରି ଶାସନ କରୁଥିଲେ । ତାଙ୍କ ଶାସନରେ ଅତିଷ୍ଠ ହୋଇ ପଡିଥିଲେ ଅଞ୍ଚଳର ଆଦିବାସୀ ଜନଜାତି ଅସହାୟ ଅବସ୍ଥାରେ ରହିଥିଲେ ।

ତେବେ ସେହି ସମୟରେ ସୁଦୂର ନନ୍ଦପୁର ଅଞ୍ଚଳରୁ ପ୍ରତ୍ୟେକ ଦିନ ଏକ ଗାଈ ଏହି ପାହାଡ ପାଖକୁ ଘାସ ଚରି ଆସୁଥିଲା । ଏହାକୁ ଲକ୍ଷ୍ୟ କରିଥିଲେ ରାମଗିରି ବାସିନ୍ଦା ଯଦୁ ପାତ୍ର ଓ ପଦୁ ପାତ୍ର । ସୁଦୁର ନନ୍ଦପୁରରୁ ଚରିବାକୁ ଆସୁଥିବା ଏହି ଗାଈର ପିଛା କରିବା ସମୟରେ ସେମାନେ କରାଗଡ ପାହାଡ଼ରେ ପାର୍ଶ୍ବସ୍ତ ପଠାଣ ରାଜାଙ୍କ ଗଡ଼ରେ ପହଞ୍ଚିଥିଲେ । ଏହି ଦୁଇ ଜଣ ସାଥିରେ ବୁଢ଼ୀ ଠାକୁରାଣୀଙ୍କୁ ନେଇ ଆସିଥିଲେ । ଏହାପରେ କୁହାଯାଏ ଠାକୁରାଣୀଙ୍କ ନିର୍ଦ୍ଦେଶ ପରେ ଏଠାରେ ଦେବୀଙ୍କ ପୂଜର୍ଚ୍ଚନା ଆରମ୍ଭ ହେଲା । ତା ସହିତ ଦେବୀଙ୍କ ନିର୍ଦ୍ଦେଶରେ ହିଁ ଆଦିବାସୀଙ୍କମାନେ ରାଜାଙ୍କ ଅତ୍ୟାଚାର ବିରୁଦ୍ଧ ସ୍ୱର ଶାଣିତ କରି ଯୁଦ୍ଧ ଡାକରା ଦେଇଥିଲେ । ତେବେ ଟିକରାଗଡ ପାହାଡ ପାଦଦେଶରେ ଯେଉଁଠି ଦେବୀ ଠିଆ ହୋଇଥିଲେ, ସେଠାରେ ଆଜି ମଧ୍ୟ ଦେବୀଙ୍କ ପାଦକୁ ପୂଜା କରାଯାଉଛି । ଦେବୀଙ୍କ ଆଶୀର୍ବାଦରେ ହିଁ ସେହି ସମୟରେ ଆଦିବାସୀମାନେ ରାଜାଙ୍କ ସୈନ୍ୟଙ୍କୁ ମାତ ଦେଇଥିବା ମା' ବୁଢି ଠାକୁରାଣୀ ମନ୍ଦିର ପୂଜକ କହିଛନ୍ତି ।

ଅନେକ ଦିନ ଧରି ଚାଲିଥିବା ଏହି ଯୁଦ୍ଧରେ ଶାସକ ବର୍ଗ ସୈନିକଙ୍କ ମୃତ୍ୟୁ ହୋଇଥିଲା । ସୈନିକଙ୍କ ଚିହ୍ନ ସ୍ବରୂପ ତାଙ୍କ ପରିବାର ବର୍ଗ ସେହି ପାହାଡ଼ ଉପରେ ପଥର ପୋତି ଦେଇଥିଲେ । ଆଜି ମଧ୍ୟ ସେମାନଙ୍କ ପରିବାର ବର୍ଗ ସ୍ବତନ୍ତ୍ର ଉତ୍ସବ ସମୟରେ ସେହି ପାହାଡକୁ ଆସି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରୁଛନ୍ତି । ମା' ବୁଢି ଠାକୁରାଣୀଙ୍କ ସମର୍ଥନ ପ୍ରତି କୃତଜ୍ଞତା ଜ୍ଞାପନ କରି ଦେବୀଙ୍କୁ ସେହି ପାହାଡ଼ରେ ସ୍ଥାପନା କରି ସ୍ଥାନୀୟ ଲୋକେ ଆଜି ବି ପୂଜା କରୁଛନ୍ତି । ଘଞ୍ଚ ଜଙ୍ଗଲ ମଧ୍ୟରେ ପାହାଡ଼ର ପାଦଦେଶରେ ମା' ବୁଢି ଠାକୁରାଣୀଙ୍କ ପାଦକୁ ପୂଜା କରିବା ପରେ ଭକ୍ତମାନେ ପାହାଡ଼ ଶୀର୍ଷକୁ ଚାଲି ଚାଲି ଯାଇଥାନ୍ତି । ଆଜି ସମସ୍ତ ସମ୍ପ୍ରଦାୟର ଲୋକେ ଭ୍ରାତୃଭାବ ବଜାୟ ରଖି ଆସୁଥିବା ବେଳେ ଏହି ଅଞ୍ଚଳର ଆଦିବାସୀଙ୍କ ବୀରତ୍ବର ଗାଥାକୁ ଅନୁଶୀଳନ କରୁଛନ୍ତି ।

ଇଟିଭି ଭାରତ, କୋରାପୁଟ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.