ETV Bharat / state

ପ୍ଲାଜମା ଦାନ କରି କମାଇଲେ କୋରୋନା ଦୁଃଖ - three odraf army

କୋରୋନାରେ ସଂକ୍ରମିତ ହୋଇଥିବାର ଦୁଃଖ ଉପରେ କୋରାପୁଟ ଓଡ୍ରାଫରେ କାର୍ଯ୍ୟରତ ତିନିଜଣ ସିପାହି ନିଜ ପ୍ଲାଜମା ଦାନ କରି ବିଜୟ ହାସଲ କରି କୋରାପୁଟ ପାଇଁ ଗର୍ବ ଓ ଗୌରବ ଆଣିଦେଇଛନ୍ତି । ଅଧିକ ପଢନ୍ତୁ..

ପ୍ଲାଜମା ଦାନ କରି କମାଇଲେ କୋରୋନା ଦୁଃଖ
ପ୍ଲାଜମା ଦାନ କରି କମାଇଲେ କୋରୋନା ଦୁଃଖ
author img

By

Published : Jul 29, 2020, 10:41 PM IST

କୋରାପୁଟ: କୋରୋନାରେ ସଂକ୍ରମିତ ହୋଇଥିବାର ଦୁଃଖ ଉପରେ କୋରାପୁଟ ଓଡ୍ରାଫରେ କାର୍ଯ୍ୟରତ ତିନିଜଣ ସିପାହି ନିଜ ପ୍ଲାଜମା ଦାନ କରି ବିଜୟ ହାସଲ କରି କୋରାପୁଟ ପାଇଁ ଗର୍ବ ଓ ଗୌରବ ଆଣିଦେଇଛନ୍ତି । କିଛିଦିନ ପୂର୍ବେ ଓଡ୍ରାଫର ସିପାହୀ ଭାବେ କଲିକତାରେ ବାତ୍ୟା ପ୍ରପୀଡ଼ିତ ଲୋକଙ୍କ ସେବାରେ ଯାଇ ଓଡିଶା ଫେରିଲାବେଳକୁ ସେମାନେ କରୋନା ସଂକ୍ରମିତ ହୋଇଯାଇଥିଲେ । କରୋନା ରେ ସଂକ୍ରମିତ ହୋଇଯାଇଥିବା ଯୋଗୁଁ ମନରେ ଦୁଃଖ ଭରିଯାଇଥିଲା । କିନ୍ତୁ କରୋନା ସହ ଯୁଦ୍ଧରେ ସଫଳତାର ସହ ବିଜୟ ହାସଲ କରି କୋରାପୁଟ ଫେରିଆସି କାର୍ଯ୍ୟରେ ପୁଣିଥରେ ଯୋଗ ଦେଇଥିଲେ ସେମାନେ ।

ପ୍ଲାଜମା ଦାନ କରି କମାଇଲେ କୋରୋନା ଦୁଃଖ

ତେବେ ତାର କିଛିଦିନ ମଧ୍ୟରେ କରୋନା ସଂକ୍ରମିତ ଅନ୍ୟମାନେ ସୁସ୍ଥ ହେବା ପାଇଁ ସେମାନଙ୍କୁ କଟକ ଯାଇ ପ୍ଲାଜମା ଦାନ କରିବାର ସୁଯୋଗ ମିଳିଥିଲା । ଏହି ନିମନ୍ତ୍ରଣ ସେମାନଙ୍କ ମଧ୍ୟରେ କରୋନା ସଂକ୍ରମଣ ରୁ ମୁକ୍ତି ପାଇଥିବାର ଆନନ୍ଦକୁ ଦ୍ବିଗୁଣିତ କରିଥିଲା ବୋଲି ଶବର ମାଝୀ ଜଣାଇଛନ୍ତି ।

ଓଡ଼ିଶାରେ ପ୍ରଥମ ଥର ପାଇଁ ଏହି ତିନିଜଣଙ୍କ ପ୍ଲାଜମା ସଂଗ୍ରହ କରାଯାଇ ଅନ୍ୟମାନଙ୍କୁ ସୁସ୍ଥ କରାଯାଇଥିବା ଦେଖି କୋରାପୁଟ ଓଡ୍ରାଫ ର ଅନ୍ୟ ସିପାହୀ ମଧ୍ୟ ଅନୁପ୍ରାଣିତ ହେଉଥିବା ଏହି ୟୁନିଟ ର ସବ ଇନ୍ସପେକ୍ଟର ସୁଜିତ କୁମାର ହୋତା ଜଣାଇଛନ୍ତି । ସାଥି ସିପାହୀ ଙ୍କ ଏପରି ସ୍ବେଛାକୃତ ପ୍ଲାଜମା ଦାନ କୋରାପୁଟ ର ଓଡ୍ରାଫ ୟୁନିଟ ଓ ଜିଲ୍ଲାକୁ ଗୌରବାନ୍ୱିତ କରିଥିବା ସାଥି ସିପାହୀ ମତ ରଖିଛନ୍ତି

କୋରାପୁଟରୁ ସିଏଚ ଶାନ୍ତାକାର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.