କୋରାପୁଟ: ସୁଙ୍କି ଠାରୁ ଚାନ୍ଦିଲି ପର୍ଯ୍ୟନ୍ତ ଯାଇଥିବା 26 ନଂ ଜାତୀୟ ରାଜପଥ ଏବେ ମରଣାଯନ୍ତା ପାଲଟିଛି । ରାସ୍ତା ସାରା ଖାଲି ଗାତ । ସେପଟେ ବର୍ଷାରେ ଜମି ରାସ୍ତାରେ ଜମୁଛି ପାଣି । ଫଳରେ ଦୁର୍ଘଟଣା ଘଟିବାର ସମ୍ଭାବନା ରହୁଥିବା ନେଇ ଅଭିଯୋଗ ହୋଇଛି । ବିଶେଷ କରି ସୁନାବେଡାରୁ କୋରାପୁଟ ଓ କୋରାପୁଟର ଜୟପୁର ମଧ୍ୟରେ ଥିବା 5 କିମିର ଘାଟି ରାସ୍ତା ଖାଲଢିପରେ ଭର୍ତ୍ତି। ଫଳରେ ଭୟବିତ ଅବସ୍ଥାରେ ରାସ୍ତା କାଟୁଛନ୍ତି ଗାଡି ଚାଳକ ।
ରାସ୍ତାର ସାରା ଖାଲି ଗାତ ଥିବାବେଳେ ବାଇକ ଚାଳକ ସର୍ପିଳ ଗତିରେ ଖସି ପଳାଉଛନ୍ତି କିନ୍ତୁ ଗାତରେ ଫସି ରହୁଛି ବଡଯାନ। ପ୍ରତି ତିନି ବର୍ଷରେ ଓ 5 ବର୍ଷରେ ଥରେ ଜାତୀୟ ରାଜପଥରେ ବଡଧରଣର ମରାମତି କାମ କରାଯାଇଥାଏ । କିନ୍ତୁ ଯେଉଁ ଦୁର୍ଦ୍ଦଶାକୁ ସେହି ଦୁର୍ଦ୍ଦଶା ।
ସେପଟେ, ବର୍ଷାଦିନ ସମସ୍ତ ରାସ୍ତାର ମରାମତି କରାଯାଉଥିବା କହିଛନ୍ତି ସୁନାବେଡା ସ୍ଥିତ ଜାତୀୟ ରାଜପଥ କାର୍ଯ୍ୟାଳୟର ଅତିରିକ୍ତ ନିର୍ବାହୀ ଯନ୍ତ୍ରୀ ଏସ.ସେଠୀ ଜଣାଇଛନ୍ତି ।
କୋରାପୁଟରୁ ସି.ଏଚ. ଶାନ୍ତାକାର, ଇଟିଭି ଭାରତ