ETV Bharat / state

ଭକ୍ତିର ସୁଅରେ ଭାସିଗଲା କଟକଣା, ଶେଷ ସୋମବାର ଶୁଭିଲା ବୋଲବମ୍ ସ୍ବର - corona news

ଗତକାଲି ଥିଲା ଶ୍ରାବଣ ମାସର ଶେଷ ସୋମବାର । କଟକଣାକୁ ପଛରେ ପକାଇ ପିଲାଙ୍କ ସହ କିଛି ପରିବାରର ସଦସ୍ୟ ମଧ୍ୟ ଗାଁ ମନ୍ଦିର ଗୁଡିକରେ ପୂଜାର୍ଚ୍ଚନା କରିବା ଦେଖାଯାଇଛି । ତେବେ ସହର ବାସୀଙ୍କ ଭଳି ଆଦିବାସୀଙ୍କ ଘରେ ଘରେ ପୂଜା ଘର ନଥିବା ଯୋଗୁଁ ସପ୍ତାହକୁ ଥରେ ମନ୍ଦିର ଖୋଲି ପୂଜାର୍ଚ୍ଚନା କରିବା କିମ୍ବା ବୋଲ ବମ ଭଳି ସାମୁହିକ ପର୍ବକୁ କଟକଣା ଥାଇ ମଧ୍ୟ ଭାବ ଓ ପ୍ରେମର ଧାରାରେ ବହିଯାଇଛନ୍ତି।

ଭକ୍ତିର ସୁଅରେ ଭାସିଗଲା କଟକଣା , ଶେଷ ସୋମବାର ଶୁଭିଲା ବୋଲବମ୍ ଧ୍ବନି

author img

By

Published : Jul 28, 2020, 1:45 PM IST

କୋରାପୁଟ: କୋରୋନା ସଂକ୍ରମଣକୁ ଆଖିରେ ରଖି ସରକାରଙ୍କ ତରଫରୁ ମନ୍ଦିର ଖୋଲିବା ଉପରେ ଓ ଯାନିଯାତ୍ରା କରିବା ଉପରେ ନିଷେଧାଦେଶ ରହିଛି । ସରକାରଙ୍କ ପ୍ରତିଟି ନିର୍ଦେଶକୁ ଗତ କିଛି ମାସ ଧରି ଧୈର୍ଯ୍ୟର ସହ ମାନି ଆସୁଥିବା ବେଳେ କୋରାପୁଟ ଜିଲ୍ଲାର ଆଭ୍ୟନ୍ତରୀଣ ଅଞ୍ଚଳରେ ବିଶେଷ କରି ପିଲାଙ୍କ ମଧ୍ୟରେ ଧୈର୍ଯ୍ୟର ବନ୍ଧ ଭାଙ୍ଗିବାରେ ଲାଗିବା ଦେଖାଗଲାଣି ।

ଶ୍ରାବଣ ମାସ ଆସିଲେ ଗତ କିଛି ବର୍ଷ ହେବ ଗାଁ ଗଣ୍ଡାରେ ବୋଲ ବମ ଯାତ୍ରାରେ ମାତି ଯାଆନ୍ତି ଆବାଳ ବୃଦ୍ଧ ବନିତା । ତେବେ ବର୍ତ୍ତମାନ ବୋଲବମ ଉପରେ ନିଷେଧାଦେଶ ଜାରି ହୋଇଥିବା ଯୋଗୁଁ ଯୁବଗୋଷ୍ଠୀ ଏଥିରୁ ନିଜକୁ ଦୂରେଇ ରଖିଥିଲେ ବି ପିଲାମାନେ ଏହି ସମୟର ଆନନ୍ଦକୁ ସାଉଁଟି ନେବାରେ ଲାଗିଛନ୍ତି ।

ଗତକାଲି ଥିଲା ଶ୍ରାବଣ ମାସର ଶେଷ ସୋମବାର । କଟକଣାକୁ ପଛରେ ପକାଇ ପିଲାଙ୍କ ସହ କିଛି ପରିବାରର ସଦସ୍ୟ ମଧ୍ୟ ଗାଁ ମନ୍ଦିର ଗୁଡିକରେ ପୂଜାର୍ଚ୍ଚନା କରିବା ଦେଖାଯାଇଛି ।

ତେବେ ସହର ବାସୀଙ୍କ ଭଳି ଆଦିବାସୀଙ୍କ ଘରେ ଘରେ ପୂଜା ଘର ନଥିବା ଯୋଗୁଁ ସପ୍ତାହକୁ ଥରେ ମନ୍ଦିର ଖୋଲି ପୂଜାର୍ଚ୍ଚନା କରିବା କିମ୍ବା ବୋଲବମ ଭଳି ସାମୂହିକ ପର୍ବକୁ କଟକଣା ଥାଇ ମଧ୍ୟ ଭାବ ଓ ପ୍ରେମର ଧାରାରେ ବହିଯାଇଛନ୍ତି। ଗାଁ ଗଣ୍ଡାରେ ପିଲାମାନଙ୍କ ସମେତ ଅନ୍ୟମାନେ ଛୋଟ ଆକାରରେ ନିଜ ଠାକୁରଙ୍କ ସେବା କରିଥାଇପାରନ୍ତି ବୋଲି କୋରାପୁଟର ଅବସରପ୍ରାପ୍ତ ଜିଲ୍ଲା ସଂସ୍କୃତି ଅଧିକାରୀ ସନ୍ୟାସୀ ପୂଜାରୀ ମତରଖିଛନ୍ତି ।

କୋରୋପୁଟରୁ ସି. ଏଚ୍.ଶାନ୍ତାକାର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.