କୋରାପୁଟ: ଶହୀଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଛାତ୍ର ସଂସଦର ଦ୍ବିତୀୟ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । କୋରାପୁଟ ଭଳି ସୁନ୍ଦର ସ୍ଥାନର ଉନ୍ନତ ଜଳବାୟୁ ଓ ପରିବେଶ ଛାତ୍ରଛାତ୍ରୀଙ୍କୁ କଳା ଓ ବହୁବିଧ ସକାରାତ୍ମକ ଦକ୍ଷତା ପ୍ରଦର୍ଶନ କରିବା ପାଇଁ ପ୍ରୋତ୍ସାହିତ କରୁଛି । ନିଜକୁ ବ୍ୟକ୍ତ କରିବା ପାଇଁ ବ୍ୟାପକ ସୁଯୋଗ ରହିଛି ବୋଲି କହିଛନ୍ତି ଛାତ୍ର ସଂସଦ ସଭାପତି ଦେବବ୍ରତ ବେହେରା ମତ ରଖିଛନ୍ତି ।
ଦୁଇଦିନ ଧରି ଚାଲିବାକୁ ଥିବା ଏହି ଉତ୍ସବର ଶୁଭ ଉଦଘାଟନ କରି ନାଲକୋର ସିଏମଡି ଶ୍ରୀଧର ପାତ୍ର ଛାତ୍ରଛାତ୍ରୀଙ୍କୁ ଉଦବୋଧନ ଦେଇ ନିଃସ୍ବାର୍ଥ ସେବା ଯୋଗାଇଦେବାରେ ବ୍ରତୀ ହେବା ପାଇଁ ପରାମର୍ଶ ଦେଇଥିଲେ।
କୋରାପୁଟରୁ ସିଏଚ ଶାନ୍ତାକାର, ଇଟିଭି ଭାରତ