ETV Bharat / state

ସ୍ବାବ ସଂଗ୍ରହର 5 ଦିନ ପରେ ଆସିଲା ରିପୋର୍ଟ, 54 ଜଣଙ୍କ କୋରୋନା ପଜେଟିଭ - report came after 5 days of swab test

କୋରାପୁଟ ଜିଲ୍ଲାରେ ଆଜି ଚିହ୍ନଟ ହୋଇଥିବା 97 ଜଣ କୋରୋନା ସଂକ୍ରମିତଙ୍କ ମଧ୍ୟରୁ 54 ଜଣଙ୍କ ସ୍ବାବ 5 ଦିନ ପୂର୍ବେ ସଂଗ୍ରହ କରାଯାଇଥିବା ଜିଲ୍ଲାପାଳ ମଧୁସୂଦନ ମିଶ୍ର ଜଣାଇଛନ୍ତି ।

koraput
ସ୍ବାବ ସଂଗ୍ରହର 5 ଦିନ ପରେ ଆସିଲା ରିପୋର୍ଟ
author img

By

Published : Aug 3, 2020, 7:42 PM IST

କୋରାପୁଟ: ରାଜ୍ୟରେ ଦିନକୁ ଦିନ ବେକାବୁ ହେଉଛି କୋରୋନା । ସଂକ୍ରମଣ ରୋକିବାକୁ ପରୀକ୍ଷା ଚାଲିଥିବାବେଳେ କୋରାପୁଟ ଜିଲ୍ଲାରେ ଆଜି ଚିହ୍ନଟ ହୋଇଥିବା 97 ଜଣ କୋରୋନା ସଂକ୍ରମିତଙ୍କ ମଧ୍ୟରୁ 54 ଜଣଙ୍କ ସ୍ବାବ 5 ଦିନ ପୂର୍ବେ ସଂଗ୍ରହ କରାଯାଇଥିବା ଜିଲ୍ଲାପାଳ ମଧୁସୂଦନ ମିଶ୍ର ଜଣାଇଛନ୍ତି ।

5ଦିନ ପୂର୍ବରୁ କରାଯାଇଥିବା ସ୍ବାବ ସଂଗ୍ରହର ରିପୋର୍ଟ ଆଜି(ସୋମବାର) ଆସିଥିବା ଜଣାପଡିଛି । ସୂଚନା ଅନୁସାରେ, ପାଞ୍ଚ ଦିନ ପୂର୍ବେ କୋରାପୁଟସ୍ଥିତ ସହୀଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜରେ ଥିବା ପରୀକ୍ଷା କେନ୍ଦ୍ର ଦୁଇଦିନ ପାଇଁ ବନ୍ଦ ଥିବା ଯୋଗୁଁ ସେହି ସମୟରେ ସଂଗୃହିତ ସ୍ବାବ ନମୁନାକୁ କଟକସ୍ଥିତ ଏସସିବି ମେଡିକାଲ କଲେଜକୁ ପଠାଇ ଦିଆଯାଇଥିଲା ।

ସ୍ବାବ ସଂଗ୍ରହର 5 ଦିନ ପରେ ଆସିଲା ରିପୋର୍ଟ

ଆଜି ତାର ରିପୋର୍ଟ ଆସି ପହଞ୍ଚିବା ପରେ ସେହି 54 ଜଣ କୋରୋନା ପଜିଟିଭ ଥିବା ଜଣାପଡିଛି । ତେବେ ସେମାନେ 5 ଦିନ ହେବ କ୍ବାରେଣ୍ଟାଇନରେ ଥିଲେ ଓ ବର୍ତମାନ ସେଠାରୁ ସେମାନଙ୍କୁ କୋଭିଡ ହସ୍ପିଟାଲକୁ ସ୍ଥାନାନ୍ତର କରିଦିଆଯିବ ବୋଲି ସୂଚନା ମିଳିଛି ।

ଆଜିର ସଂକ୍ରମଣ ତାଲିକାରେ ଜୟପୁର ସହରର ବିଭିନ୍ନ ଗଳିକନ୍ଦିରେ 48 ଜଣ ସଂକ୍ରମିତ ହୋଇଥିବା ଚିହ୍ନଟ ହେବା ପରେ ଲୋକଙ୍କ ମଧ୍ୟରେ ଆଶଙ୍କା ବୃଦ୍ଧି ପାଇଛି । ତେବେ କୋଭିଡ ନିୟମାବଳୀକୁ ଠିକ ରୂପେ ପାଳନ କଲେ ଜିଲ୍ଲାରୁ କୋରୋନା ଅପସରିଯିବ ବୋଲି ଜିଲ୍ଲାପାଳ ଶ୍ରୀମିଶ୍ର ମତବ୍ୟକ୍ତ କରିଛନ୍ତି ।

କୋରାପୁଟରୁ ସିଏଚ ଶାନ୍ତାକାର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.