ETV Bharat / state

ଆସୁଛି କୋଭିଡ କର୍ମକର୍ତ୍ତାଙ୍କ ପାଇଁ ସନ୍ଦେଶ, ଜାରି ହେବ ହେଲ୍ପଲାଇନ ନମ୍ବର - କୋରାପୁଟ ଖବର

କୋରୋନା ସଂକ୍ରମଣର ପରୀକ୍ଷା କରିବା ପାଇଁ ସ୍ବାବ ଦେବା ପରେ ତାର ଫଳାଫଳକୁ ନେଇ ଲୋକେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ପରିଲକ୍ଷିତ ହୋଇଛି । ଏହି କଥାକୁ ଗୁରୁତ୍ବର ସହ ନେଇଛନ୍ତି କୋରାପୁଟ ଜିଲ୍ଲାପାଳ। ଲୋକଙ୍କ ପାଇଁ ଜାରି ହେବ ନୂଆ ହେଲ୍ପଲାଇନ ନମ୍ବର।

ଆସୁଛି କୋଭିଡ କର୍ମକର୍ତ୍ତାଙ୍କ ପାଇଁ ସନ୍ଦେଶ, ଜାରି ହେବ ହେଲ୍ପଲାଇନ ନମ୍ବର

author img

By

Published : Aug 8, 2020, 7:34 PM IST

କୋରାପୁଟ: ଜିଲ୍ଲାରେ କୋଭିଡର ସୂଚନାକୁ ନେଇ ଆଉ ଦ୍ଵନ୍ଦ୍ବ ରହିବ ନାହିଁ । କୋରୋନା ସଂକ୍ରମଣର ପରୀକ୍ଷା କରିବା ପାଇଁ ସ୍ବାବ ଦେବା ପରେ ତାର ଫଳାଫଳକୁ ନେଇ ଲୋକେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ପରିଲକ୍ଷିତ ହୋଇଛି । ଏହି କଥାକୁ ଗୁରୁତ୍ବର ସହ ନେଇଛନ୍ତି କୋରାପୁଟ ଜିଲ୍ଲାପାଳ ।

ଆସୁଛି କୋଭିଡ କର୍ମକର୍ତ୍ତାଙ୍କ ପାଇଁ ସନ୍ଦେଶ, ଜାରି ହେବ ହେଲ୍ପଲାଇନ ନମ୍ବର

ସହରଠୁ ଗାଁ ଗଣ୍ଡାରେ କୋଭିଡ ଯୋଦ୍ଧା ଭାବେ କାର୍ଯ୍ୟ କରୁଥିବା ପ୍ରଶାସନିକ କର୍ମକର୍ତାଙ୍କ ସହ ଉତ୍ତମ ବାର୍ତ୍ତା ବିନିମୟ କରି କୋଭିଡ ବିରୁଦ୍ଧରେ ସଂଗ୍ରାମକୁ ଆହୁରି ସୁଦୃଢ କରିବା ପାଇଁ ଜିଲ୍ଲା ପ୍ରଶାସନ ତରଫରୁ ସନ୍ଦେଶ ନାଁ ରେ ଜିଲ୍ଲାସ୍ତରରେ ଏକ ସୂଚନା ଡେସ୍କ ଖୋଲାଯିବ ବୋଲି ଜିଲ୍ଲାପାଳ ମଧୁସୂଦନ ମିଶ୍ର ଜଣାଇଛନ୍ତି ।

ଏଥି ସହିତ ପରୀକ୍ଷା କରିବା ପରେ କୋରୋନା ପଜିଟିଭ କିମ୍ବା ନେଗେଟିଭ ଜାଣିବା ପାଇଁ ସାଧାରଣ ଲୋକଙ୍କ ବ୍ୟବହାର ଉଦ୍ଦେଶ୍ୟରେ ଏକ ହେଲ୍ପ ଲାଇନ ନମ୍ବର ଅତିଶୀଘ୍ର ଜାରି କରାଯିବ ବୋଲି ସେ ସୂଚନା ପ୍ରଦାନ କରିଛନ୍ତି । ଶନିବାର ସୁ୍ଦ୍ଧା ଜିଲ୍ଲାରେ ସମୁଦାୟ 50 ଜଣ କୋରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ଜିଲ୍ଲାପାଳ ଜଣାଇଛନ୍ତି ।

କୋରୋପୁଟରୁ ସିଏଚ୍ ଶାନ୍ତାକାର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.