ETV Bharat / state

ହୀରାଖଣ୍ଡ ଏକ୍ସପ୍ରେସ ନ ଅଟକିଲେ ଆନ୍ଦୋଳନ ଚେତାବନୀ - ହିରାଖଣ୍ଡ ଏକ୍ସପ୍ରେସ ନଅଟକିଲେ ଆନ୍ଦୋଳନ ଚେତାବନୀ

ଦୀର୍ଘ ଦିନ ପରେ ଜଗଦଲପୁର–ଭୁବନେଶ୍ବର ମଧ୍ୟରେ ହୀରାଖଣ୍ଡ ସ୍ଵତନ୍ତ୍ର ଏକ୍ସପ୍ରେସ ପୁଣିଥରେ ଚଳାଚଳ କରିବ । ଭୁବନେଶ୍ବରରୁ ଏହା 20 ତାରିଖ ଦିନ ବାହାରୁଥିବାବେଳେ ଜଗଦଲପୁରରୁ ତା’ ପରଦିନ ଭୁବନେଶ୍ଵର ଅଭିମୁଖେ ଯାତ୍ରା ଆରମ୍ଭ କରିବ । ଅଧିକ ପଢନ୍ତୁ...

ହିରାଖଣ୍ଡ ଏକ୍ସପ୍ରେସ ନଅଟକିଲେ ଆନ୍ଦୋଳନ ଚେତାବନୀ

author img

By

Published : Mar 25, 2021, 5:23 PM IST

କୋରାପୁଟ : ଦୀର୍ଘ ଦିନ ପରେ ଜଗଦଲପୁର–ଭୁବନେଶ୍ବର ମଧ୍ୟରେ ହୀରାଖଣ୍ଡ ସ୍ଵତନ୍ତ୍ର ଏକ୍ସପ୍ରେସ ପୁଣିଥରେ ଚଳାଚଳ କରିବ । ଭୁବନେଶ୍ବରରୁ ଏହା 20 ତାରିଖ ଦିନ ବାହାରୁଥିବାବେଳେ ଜଗଦଲପୁରରୁ ତା’ ପରଦିନ ଭୁବନେଶ୍ଵର ଅଭିମୁଖେ ଯାତ୍ରା ଆରମ୍ଭ କରିବ । ଏନେଇ ରେଳ ବିଭାଗ ପକ୍ଷରୁ ବିଜ୍ଞପ୍ତି ଓ ସମୟ ସାରଣୀ ପ୍ରକାଶ ପାଇଥିବା କୋରାପୁଟ ରେଳଷ୍ଟେସନ ମ୍ୟାନେଜର ଏନକେ ଭିତରିଆ ସୂଚନା ପ୍ରଦାନ କରିଛନ୍ତି । କୋଭିଡ କଟକଣାକୁ ଆଖିରେ ରଖି ଗତ କିଛି ମାସ ହେବ ଜଗଦଲପୁରରୁ ରାୟଗଡା ଓ ସମ୍ବଲପୁର ଦେଇ ଭୁବନେଶ୍ବରକୁ ହୀରାଖଣ୍ଡ ଏକ୍ସପ୍ରେସ ସପ୍ତାହକୁ ତିନିଦିନ ଯାତ୍ରା କରୁଥିବାବେଳେ ଆସନ୍ତା ମାସ ଏହା ଜଗଦଲପୁରରୁ ବାହାରି କୋରାପୁଟ, ରାୟଗଡା, ବିଜୟନଗର ଓ ବ୍ରହ୍ମପୁର ଦେଇ ଭୁବନେଶ୍ବର ଯିବ ।

ହିରାଖଣ୍ଡ ଏକ୍ସପ୍ରେସ ନଅଟକିଲେ ଆନ୍ଦୋଳନ ଚେତାବନୀ
ଏହାକୁ ସମ୍ପୂର୍ଣ୍ଣ ରୂପେ ଏକ୍ସପ୍ରେସ ଭାବେ ପରିବର୍ତ୍ତନ କରିଥିବା କାରଣରୁ ସମୟକୁ ଆଖି ଆଗରେ ରଖି ଅନେକ ଛୋଟ ଷ୍ଟେସନରେ ଏହାର ରହଣିକୁ ରଦ୍ଦ କରାଯାଇଛି । ତେବେ ଭୁବନେଶ୍ବର ନିକଟସ୍ଥ ନିରାକାରପୁର ଓ କାଲୂପଡାଘାଟ ଷ୍ଟେସନ ଭଳି ଛୋଟ ଷ୍ଟେସନରେ ହୀରାଖଣ୍ଡର ରହଣି ସୁବିଧା ରଖାଯାଇଥିବା ବେଳେ କୋରାପୁଟ ଜିଲ୍ଲାର ଏକ ଗୁରୁତ୍ବପୂର୍ଣ୍ଣ ଷ୍ଟେସନ ଲକ୍ଷ୍ମୀପୁରକୁ ତାଲିକାରୁ ବାଦ ଦେବାକୁ ନେଇ ଜିଲ୍ଲାରେ ତୀବ୍ର ଅସନ୍ତୋଷ ଦେଖା ଦେଇଛି । ତୁରନ୍ତ ରେଳ ବିଭାଗ ଲକ୍ଷ୍ମୀପୁରରେ ହୀରାଖଣ୍ଡର ରହଣି ପାଇଁ ନିଷ୍ପତ୍ତି ନନେଲେ ଆନ୍ଦୋଳନ କରାଯିବ ବୋଲି କୋରାପୁଟ ଜିଲ୍ଲା ବିକାଶ ମଞ୍ଚ ଚେତାବନୀ ଦେଇଛି ।

କୋରାପୁଟରୁ ସି.ଏଚ ଶାନ୍ତାକାର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.