କୋରାପୁଟ: ଧାର୍ମିକ ଅନୁଷ୍ଠାନ ଆସନ୍ତା ଦୁଇମାସ ପର୍ଯ୍ୟନ୍ତ ବନ୍ଦ ରଖିବା ପାଇଁ ପ୍ରସ୍ତାବ । ଦଶହରା ଓ କାର୍ତ୍ତିକ ମାସରେ ଜନସାଧାରଣଙ୍କ ପ୍ରବଳ ସମାଗମ ହେବାର ଆଶଙ୍କା କରି କୋରାପୁଟ ଜିଲ୍ଲାରେ ସମସ୍ତ ମନ୍ଦିର, ଗିର୍ଜା, ମସଜିଦ ଭଳି ସମସ୍ତ ଧାର୍ମିକ ଅନୁଷ୍ଠାନକୁ ଅନ୍ତତଃ ପକ୍ଷେ ଆସନ୍ତା ଦୁଇମାସ ପର୍ଯ୍ୟନ୍ତ ବନ୍ଦ ରଖିବା ପାଇଁ ଶନିବାର ଏ ସଂକ୍ରାନ୍ତରେ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଜିଲ୍ଲାସ୍ତରୀୟ ବୈଠକରେ ମତ ପ୍ରକାଶ ପାଇଛି ।
ଲକ୍ଷ୍ମୀପୁର ଓ କୋରାପୁଟ ବିଧାୟକ, ଜିଲ୍ଲାପରିଷଦ ଅଧ୍ୟକ୍ଷ, ରାଜ୍ୟ ବିହନ ନିଗମ ଅଧ୍ୟକ୍ଷ ତଥା ଜିଲ୍ଲାସ୍ତରୀୟ ଅଧିକାରୀଙ୍କ ଉପସ୍ଥିତିରେ ଅନୁଷ୍ଠିତ ଏହି ବୈଠକର ନିଷ୍ପତ୍ତିକୁ ରାଜ୍ୟ ସରକାରଙ୍କ ପାଖକୁ ପଠାଇ ଦିଆଯିବ ବୋଲି ଜିଲ୍ଲାପାଳ ମଧୁସୂଦନ ମିଶ୍ର ଜଣାଇଛନ୍ତି ।
କୋରାପୁଟରୁ ସିଏଚ ଶାନ୍ତାକାର, ଇଟିଭି ଭାରତ