କୋରାପୁଟ: ଏଣିକି କୋରାପୁଟର ସମସ୍ତ ପୌରପାଳିକା ଓ ଵିଜ୍ଞାପିତ ଅଞ୍ଚଳ ପରିଷଦରେ ଜନସାଧାରଣ ବାସଗୃହ ଟିକସ ପୈଠ ପାଇଁ ଯେ କୌଣସି ଜନସେବା କେନ୍ଦ୍ରର ସହାୟତା ନେଇପାରିବେ ।
ଏହାସହ ଲୋକେ ବ୍ୟକ୍ତିଗତ ଇଣ୍ଟରନେଟ ବ୍ୟବହାର କରି ୱେବସାଇଟରେ ମଧ୍ୟ ଟିକସ ପୈଠ କରିପାରିବେ ବୋଲି କୋରାପୁଟ ପୌରପରିଷଦର କାର୍ଯ୍ୟନିର୍ବାହୀ ଅଧିକାରୀ ଗୌର ଚନ୍ଦ୍ର ପଟ୍ଟନାୟକ ଜଣାଇଛନ୍ତି ।
ଗୁରୁବାର ଏନେଇ କୋରାପୁଟ ପୌରପରିଷଦ ସଭାଗୃହରେ କୋରାପୁଟ, ସୁନାବେଡା ଓ ଜୟପୁର ପୌରପରିଷଦ ତଥା କୋଟପାଡ଼ ବିଜ୍ଞାପିତ ଅଞ୍ଚଳ ପରିଷଦର କାର୍ଯ୍ୟନିର୍ବାହୀ ଅଧିକାରୀ ଓ କର୍ମଚାରୀଙ୍କୁ ନେଇ ଜିଲ୍ଲାସ୍ତରୀୟ ତାଲିମ ଶିବିର ଆୟୋଜିତ ହୋଇଯାଇଛି ।
କୋରାପୁଟରୁ ସିଏଚ୍ ଶାନ୍ତାକାର, ଇଟିଭି ଭାରତ