ETV Bharat / state

ପେଶାରେ ପୋଲିସ, ନିଶାରେ ମାଳି

କୁହାଯାଏ ସୌନ୍ଦର୍ଯ୍ୟ ଭଗବାନଙ୍କ ଅଭିବ୍ୟକ୍ତିର ନିକଟତମ ଉପଲବ୍ଧି । ପାର୍ଥିବ ଚକ୍ଷୁରେ ଏହି ଦିବ୍ୟ ସମ୍ଭାବନାକୁ ଦର୍ଶନ କରିବା ସହିତ ଅନ୍ତର୍ଚେତନାରେ ଆନନ୍ଦକୁ ପ୍ରତିଷ୍ଠା କରିବା ପାଇଁ ବିଭିନ୍ନ ବ୍ୟକ୍ତି ଭଳିକି ଭଳି ପ୍ରୟାସ କରିଥାନ୍ତି । ନିଜ ହାତରେ ଏହି ବଗିଚାକୁ କିପରି ଆହୁରି ଅଧିକ ସୁନ୍ଦର କରିହେବ ତାର ରୂପ ଦେଇ ଆସିଛନ୍ତି ଏସଡିପିଓ ନିରଞ୍ଜନ ବେହେରା । ଅଧିକ ଖବର ପଢନ୍ତୁ...

author img

By

Published : Feb 8, 2020, 2:45 PM IST

ପେଶାରେ ପୋଲିସ ନିଶାରେ ମାଳି
ପେଶାରେ ପୋଲିସ ନିଶାରେ ମାଳି

କୋରାପୁଟ: କୁହାଯାଏ ସୌନ୍ଦର୍ଯ୍ୟ ଭଗବାନଙ୍କ ଅଭିବ୍ୟକ୍ତିର ନିକଟତମ ଉପଲବ୍ଧି । ପାର୍ଥିବ ଚକ୍ଷୁରେ ଏହି ଦିବ୍ୟ ସମ୍ଭାବନାକୁ ଦର୍ଶନକରିବା ସହିତ ଅନ୍ତର୍ଚେତନାରେ ଆନନ୍ଦକୁ ପ୍ରତିଷ୍ଠା କରିବା ପାଇଁ ବିଭିନ୍ନ ବ୍ୟକ୍ତି ଭଳିକି ଭଳି ପ୍ରୟାସ କରିଥାନ୍ତି । ଏହି ଧାରାରେ ସୁନାବେଡାର ଉପଖଣ୍ଡ ଆରକ୍ଷୀ ଅଧିକାରୀ ଭାବେ କାର୍ଯ୍ୟରତ ନିରଞ୍ଜନ ବେହେରା ମଧ୍ୟ ନିଜ କର୍ମ କ୍ଷେତ୍ରରେ ପାରଦର୍ଶିତା ପ୍ରଦର୍ଶନ କଲା ଭଳି ସମୟ ମିଳିଲେ ନିଜ କାର୍ଯ୍ୟାଳୟର ଟିକି ବଗିଚାରେ ନୂତନ ଫୁଲଟିଏ ଫୁଟାଇବା କାର୍ଯ୍ୟରେ ଲାଗି ପଡୁଛନ୍ତି ।

ପେଶାରେ ପୋଲିସ ନିଶାରେ ମାଳି

ଫୁଲ ଓ ଫୁଲଗଛ ପ୍ରତି ତାଙ୍କ ଏହି ଅପୂର୍ବ ସ୍ନେହ ମମତାକୁ ଅନୁଭବ କରି ସେହି ବଗିଚାରେ ଘୁରି ବୁଲି ମଧୁ ସଂଗ୍ରହ କରୁଥିବା ମହୁମାଛି ମଧ୍ୟ ତାଙ୍କୁ ଆକ୍ରମଣ କରେ ନାହିଁ। ଯୁବ ବୟସରୁ ଜନ୍ମିଥିବା ଏହି ନିଆରା ପ୍ରେମ ଆଜିର କର୍ମ ବହୁଳ ସମୟରେ ମଧ୍ୟ ପଛକୁ ହଟିଯାଇନାହିଁ । ସକାଳେ , ସନ୍ଧ୍ୟା ହେଉ ବା ରାତିରେ ଯେତେବେଳେ ବି ସମୟ ମିଳେ , ସେ କିଛି ସମୟ ଏହି ବଗିଚାରେ ମାଳିଟିଏ ହୋଇଯାନ୍ତି ।

ନିଜ ହାତରେ ଏହି ବଗିଚାକୁ କିପରି ଆହୁରି ଅଧିକ ସୁନ୍ଦର କରିହେବ, ତାର ରୂପ ଦେଇ ଆସିଛନ୍ତି ଏସଡିପିଓ ନିରଞ୍ଜନ ବେହେରା । ବଗିଚାର ମାଳି ଏକା ହେଲେ ମଧ୍ୟ ଏଥିର ଆନନ୍ଦ ନେଇଥିବା ବ୍ୟକ୍ତି ଅନେକ। କାର୍ଯ୍ୟାଳୟକୁ ବିଭିନ୍ନ ସମସ୍ୟା ନେଇ ଆସୁଥିବା ବ୍ୟକ୍ତି ମଧ୍ୟ କିଛି ସମୟ ପ୍ରକୃତିର ଏହି ସୌନ୍ଦର୍ଯ୍ୟକୁ ଉପଭୋଗ କରି ତାଙ୍କ ରୁଚିପୂର୍ଣ୍ଣ କାର୍ଯ୍ୟ ପ୍ରତି କୃତଜ୍ଞତା ଜ୍ଞାପନ କରନ୍ତି । ସୌନ୍ଦର୍ଯ୍ୟ ପିପାସୁଙ୍କ ଏହି ଗ୍ରହଣ ଶୀଳତା ତାଙ୍କୁ ଆହୁରି ଅଧିକ ପ୍ରେରଣା ଯୋଗାଇଦିଏ ବୋଲି ସେ କହିଛନ୍ତି ।

କୋରାପୁଟରୁ ସି.ଏଚ ଶାନ୍ତାକାର, ଇଟିଭି ଭାରତ

Intro:କୁହାଯାଏ ସୌନ୍ଦର୍ଯ୍ୟ ଭଗବାନଙ୍କ ଅଭିବ୍ୟକ୍ତିର ନିକଟତମ ଉପଲବ୍ଧି । ପାର୍ଥିବ ଚକ୍ଷୁରେ ଏହି ଦିବ୍ୟ ସମ୍ଭାବନାକୁ ଦର୍ଶନକରିବା ସହିତ ଅନ୍ତର୍ଚେତନାରେ ଆନନ୍ଦ କୁ ପ୍ରତିଷ୍ଠା କରିବା ପାଇଁ ବିଭିନ୍ନ ବ୍ୟକ୍ତି ଭଳିକି ଭଳି ପ୍ରୟାସ କରିଥାନ୍ତି ।Body:ଏହି ଧାରାରେ ସୁନାବେଡା ର ଉପଖଣ୍ଡ ଆରକ୍ଷୀ ଅଧିକାରୀ ଭାବେ କାର୍ଯ୍ୟରତ ନିରଞ୍ଜନ ବେହେରା ମଧ୍ୟ ନିଜ କର୍ମ କ୍ଷେତ୍ରରେ ପାରଦର୍ଶିତା ପ୍ରଦର୍ଶନ କଲା ଭଳି ସମୟ ମିଳିଲେ ନିଜ କାର୍ଯ୍ୟାଳୟ ର ଟିକି ବଗିଚାରେ ନୂତନ ଫୁଲଟିଏ ଫୁଟାଇବା କାର୍ଯ୍ୟରେ ଲାଗି ପଡୁଛନ୍ତି । ଫୁଲ ଓ ଫୁଲଗଛ ପ୍ରତି ତାଙ୍କ ଏହି ଅପୂର୍ବ ସ୍ନେହ ମମତାକୁ ଅନୁଭବ କରି ସେହି ବବିଚାରେ ଘୁରିବୁଲି ମଧୁ ସଂଗ୍ରହ କରୁଥିବା ମହୁମାଛି ମଧ୍ୟ ତାଙ୍କୁ ଆକ୍ରମଣ କରେନାହିଁ। ଯୁବ ବୟସରୁ ଜନ୍ମିଥିବା ଏହି ନିଆରା ପ୍ରେମ ଆଜିର କର୍ମ ବହୁଳ ସମୟରେ ମଧ୍ୟ ପଛକୁ ହଟିଯାଇନାହିଁ । ସକାଳେ , ସନ୍ଧ୍ୟାରେ ହେଉ ବା ରାତିରେ , ଯେତେବେଳେ ସମୟ ମିଳେ , ସେ କିଛି ସମୟ ଏହି ବଗିଚାରେ ମାଳିଟିଏ ହୋଇଯାନ୍ତି । ନିଜ ହାତରେ ଏହି ବଗିଚାକୁ କିପରି ଆହୁରି ଅଧିକ ସୁନ୍ଦର କରିହେବ ତାର ରୂପ ଦେଇ ଆସିଛନ୍ତି ଶ୍ରୀ ବେହେରା । ବଗିଚା ର ମାଳି ଏକା ହେଲେ ମଧ୍ୟ ଏଥିର ଆନନ୍ଦ ନେଇଥିବା ବ୍ୟକ୍ତି ଅନେକ । କାର୍ଯ୍ୟାଳୟକୁ ବିଭିନ୍ନ ସମସ୍ୟା ନେଇ ଆସୁଥିବା ବ୍ୟକ୍ତି ମଧ୍ୟ କିଛି ସମୟ ପ୍ରକୃତି ର ଏହି ସୌନ୍ଦର୍ଯ୍ୟ କୁ ଉପଭୋଗ କରି ଶ୍ରୀ ବେହେରାଙ୍କ ରୁଚିପୁର୍ଣ୍ଣ କାର୍ଯ୍ୟ ପ୍ରତି କୃତଜ୍ଞତା ଜ୍ଞାପନ କରନ୍ତି । ସୌନ୍ଦର୍ଯ୍ୟ ପିପାସୁଙ୍କ ଏହି ଗ୍ରହଣଶୀଳତା ତାଙ୍କୁ ଆହୁରି ଅଧିକ ପ୍ରେରଣା ଯୋଗାଇଦିଏ ବୋଲି ଶ୍ରୀ ବେହେରା ଜଣାଇଛନ୍ତି ।Conclusion:ବାଇଟ : ନିରଞ୍ଜନ ବେହେରା , ଏସ୍ଡିପିଓ , ସୁନାବେଡା
.......
ଶାନ୍ତାକାର
କୋରାପୁଟ
........
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.