ETV Bharat / state

ପାଚେରୀ ଭାଙ୍ଗିବାକୁ ନେଇ ଜିଲ୍ଲାପାଳଙ୍କ ଦ୍ବାରସ୍ଥ ହେଲେ ସୁନାବେଡା ବାସିନ୍ଦା

କୋରାପୁଟ ଜିଲ୍ଲା ସୁନାବେଡା ଡିପି କ୍ୟାମ୍ପ ଓ ଜଡାଗୁଡା ଗ୍ରାମରେ ଜବର ଦଖଲ କରି ଗତ ଷାଠିଏ ବର୍ଷ ଧରି ରହି ଆସୁଥିବା ଲୋକଙ୍କ ଘର ପାଚେରୀ ଭାଙ୍ଗିବାରୁ ଜିଲାପାଳଙ୍କ ଦ୍ବାରସ୍ଥ ହେଲେ ସାହି ବାସିନ୍ଦା ।

author img

By

Published : May 22, 2021, 10:17 AM IST

ପାଚେରୀ ଭାଙ୍ଗିବାକୁନେଇ ଜିଲ୍ଲାପାଳଙ୍କ ଦ୍ବାରସ୍ଥ ହେଲେ ସୁନାବେଡା ବାସିନ୍ଦା

କୋରାପୁଟ: ସୁନାବେଡା ଡିପି କ୍ୟାମ୍ପ ଓ ଜଡାଗୁଡା ଗ୍ରାମରେ ଜବର ଦଖଲ କରି ଗତ ଷାଠିଏ ବର୍ଷ ଧରି ରହି ଆସୁଥିବା ଲୋକଙ୍କ ଘର ପାଚେରୀ ଭାଙ୍ଗିବା ଘଟଣାକୁ ନେଇ ସେମିଳିଗୁଡା ତହସିଲଦାର ଓ ସୁନାବେଡା ପୌର ପ୍ରଶାସାନ ବିରୁଦ୍ଧରେ ଜିଲ୍ଲାପାଳଙ୍କ ଦ୍ବାରସ୍ଥ ହୋଇଛନ୍ତି ସାହି ବାସିନ୍ଦା । ଜିଲ୍ଲାପାଳଙ୍କ ସହ ଦେଖା ନ ହେବାରୁ ସେମାନେ କାର୍ଯ୍ୟାଳୟରେ ଅଭିଯୋଗ ପତ୍ର ଦେଇଛନ୍ତି ।

ଗୋଟେ ପଟେ କୋରୋନା ସମୟରେ ସରକାର ଓ ପ୍ରଶାସନ ଲୋକଙ୍କୁ ଘରୁ ନ ବାହାରିବାକୁ କହୁଥିବା ବେଳେ ଅପରପକ୍ଷେ ତହସିଲଦାର ଓ ସୁନାବେଡା ପୌର ଅଧିକାରୀ ମାନେ ଘରେ ଥିବା ଲୋକଙ୍କୁ ଜବର ଦଖଲ ଆଳରେ ଘର ଭାଙ୍ଗି ବେଘର କରୁଛନ୍ତି ବୋଲି ସାହି ବାସିନ୍ଦା ଅଭିଯୋଗ କରିଛନ୍ତି । ଦିନ ମଜୁରିଆ ଭାବେ କାମକରୁଥୁବା ଲୋକମାନେ ଦୀର୍ଘ ଦିନ ଧରି ସେଠାରେ ରହି ଆସୁଛନ୍ତି ତଥାପି ବିନା କୌଣସି ନୋଟିସ ରେ ପ୍ରଶାସନ ତାଙ୍କ ଘର ଭାଙ୍ଗିଥିବାରୁ ସେମାନେ ଅଭିଯୋଗ ଦେଇଛନ୍ତି ।

କୋରାପୁଟରୁ ସି.ଏଚ ଶାନ୍ତାକାର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.