ETV Bharat / state

Fighter Jet Mig exhibition: ସୁନାବେଡାରେ ଆରମ୍ଭ ହେଲା ମିଗ ବିମାନ ପ୍ରଦର୍ଶନୀ

author img

By

Published : Dec 13, 2021, 10:18 PM IST

ଆଜାଦି କା ଅମୃତ ମହୋତ୍ସବ ପାଳନ ଅବସରରେ ସୁନାବେଡା HAL ମିଗ ବିମାନର ବିଭିନ୍ନ ଯନ୍ତ୍ରପାତିର ନମୁନା ଓ ଏହି ବିମାନର ଦକ୍ଷତାର ଫଟୋ ଚିତ୍ର ପ୍ରଦର୍ଶନୀ ଆରମ୍ଭ ହୋଇଯାଇଛି । ଅଧିକ ପଢନ୍ତୁ

ହାଲ ଦ୍ୱାରା ସୁନାବେଡ଼ାରେ ଆରମ୍ଭ ହେଲା ମିଗ ବିମାନର ପ୍ରଦର୍ଶନୀ

କୋରାପୁଟ: ସ୍ବାଧୀନତାର ୭୫ ବର୍ଷ ଉପଲକ୍ଷେ ସୁନାବେଡା HAL ରେ ଫଟୋ ଚିତ୍ର ପ୍ରଦର୍ଶନୀ । ଆଜାଦି କା ଅମୃତ ମହୋତ୍ସବ ପାଳନ ଅବସରରେ ସୁନାବେଡା ସ୍ଥିତ ହିନ୍ଦୁସ୍ତାନ ଏରୋନାଟିକ୍ସ ଲିମିଟେଡ଼ (HAL) ଆନୁକୂଲ୍ୟରେ ନିଜ ମ୍ୟୁଜିୟମ ପରିସର ମଧ୍ୟରେ ମିଗ ବିମାନର ବିଭିନ୍ନ ଯନ୍ତ୍ରପାତିର ନମୁନା ଓ ଏହି ବିମାନର ଦକ୍ଷତାର ଫଟୋ ଚିତ୍ର ପ୍ରଦର୍ଶନୀ ଆରମ୍ଭ ହୋଇଯାଇଛି (Fighter Jet Mig exhibition) ।

ଆଜିର ଉଦଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ପଟ୍ଟାଙ୍ଗି ବିଧାୟକ ପ୍ରିତମ ପାଢ଼ୀ ଯୋଗଦେଇ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ଏହା ସହ ମିଗ ବିମାନର ନମୁନା ଓ ବିଭିନ୍ନ ଯନ୍ତ୍ରପାତିକୁ ପରିଦର୍ଶନ କରିଏହି ଅଞ୍ଚଳର ଲୋକଙ୍କ ମଧ୍ୟରେ ଓ ବିଶେଷ କରି ଛାତ୍ରଛାତ୍ରୀଙ୍କ ମଧ୍ୟରେ ଏହା ବିଶେଷ ଆଗ୍ରହ ସୃଷ୍ଟି କରିବ ବୋଲି ବିଧାୟକ ମତ ରଖିଛନ୍ତି । ଆସନ୍ତା ସପ୍ତାହ ବ୍ୟାପି ଚାଲିବାକୁ ଥିବା ଏହି ପ୍ରଦର୍ଶନୀ ମାଧ୍ୟମରେ ଛାତ୍ରଛାତ୍ରୀ ମାନେ ଗତ 75 ବର୍ଷରେ ବିମାନ ନିର୍ମାଣ କ୍ଷେତ୍ରରେ ଭାରତ କରିଥିବା ଅଗ୍ରଗତି ସମ୍ପର୍କରେ ଜାଣିବାକୁ ପାଇବେ ବୋଲି ହାଲର କାର୍ଯ୍ୟକାରୀ ନିର୍ଦ୍ଦେଶକ ପ୍ରମୋଦ କୁମାର କହିଛନ୍ତି ।

କୋରାପୁଟରୁ ସିଏଚ ଶାନ୍ତାକାର,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.