ETV Bharat / state

ଲୁକାୟିତ ଲୋକକଳାକୁ ବଞ୍ଚାଇବାକୁ ପ୍ରୟାସ, ହାତ ତିଆରି କଣ୍ଢେଇ ମାଧ୍ୟମରେ ହେବ ଶିକ୍ଷାଦାନ

ଲୁକାୟିତ ଲୋକକଳାକୁ ବଞ୍ଚାଇବାକୁ ପ୍ରୟାସ । କୋରାପୁଟରେ ହାତ ତିଆରି କଣ୍ଢେଇ ମାଧ୍ୟମରେ ଦିଆଯିବ ଶିକ୍ଷାଦାନ । ଅଧିକ ପଢନ୍ତୁ

author img

By

Published : Feb 1, 2023, 10:47 AM IST

ହାତ ତିଆରି କଣ୍ଢେଇ ମାଧ୍ୟମରେ ହେବ ଶିକ୍ଷାଦାନ
ହାତ ତିଆରି କଣ୍ଢେଇ ମାଧ୍ୟମରେ ହେବ ଶିକ୍ଷାଦାନ
ହାତ ତିଆରି କଣ୍ଢେଇ ମାଧ୍ୟମରେ ହେବ ଶିକ୍ଷାଦାନ

କୋରାପୁଟ: ଲୁକାୟିତ ଲୋକକଳା ମାଧ୍ୟମରେ ଛାତ୍ରଛାତ୍ରୀଙ୍କୁ କିଭଳି ଶିକ୍ଷାଦାନ ଦିଆଯିବ ସେନେଇ କୋରୋପୁଟରେ ପ୍ରଶିକ୍ଷଣ ଦିଆଯାଇଛି । ବିଭିନ୍ନ ପପେଟ୍ରି ଦ୍ବାରା ଶିଶୁକୁ କିଭଳି ଭାବେ ପାଠ ପ୍ରତି ଆଗ୍ରହ ପ୍ରକାଶ କରାଯିବ ସେନେଇ ପ୍ରୟାସ କରାଯାଇଛି । ସପ୍ତମ ଶ୍ରେଣୀ ପର୍ଯ୍ୟନ୍ତ ଏହାର ଉଦାଦେୟତା ଯଥେଷ୍ଟ ରହିଛି ବୋଲି କହିଛନ୍ତି କୋରାପୁଟ ଜଗନ୍ନାଥ ବିଦ୍ୟାପୀଠର ବିଜ୍ଞାନ ଶିକ୍ଷକ ସିଦ୍ଧାର୍ଥ ଶଙ୍କର ମହାପାତ୍ର ।

ହାତ ତିଆରି କଣ୍ଢେଇ ମାଧ୍ୟମରେ ଶିକ୍ଷାଦାନ ପିଲାମାନଙ୍କ ମଧ୍ୟରେ କଳ୍ପନା, ସୃଜନଶୀଳତା ଏବଂ ପର୍ଯ୍ୟବେକ୍ଷଣ ଦକ୍ଷତା ବିକାଶରେ ସହାୟକ ହୋଇଥାଏ । ଶିକ୍ଷାଦାନରେ ପପେଟ୍ରି ବା କଣ୍ଢେଇ ବ୍ୟବହାର କରିବା ଦ୍ୱାରା ପିଲାମାନଙ୍କୁ ସାମାଜିକ ତଥା ଭାବଗତ ଦିଗରେ ବିକାଶ କରିବାକୁ ସମର୍ଥନ ମିଳିଥାଏ ବୋଲି ଶିକ୍ଷକମାନେ କହିଛନ୍ତି । ପିଲାଏ କଣ୍ଢେଇଗୁଡିକୁ ବନ୍ଧୁ ଭାବରେ ଦେଖନ୍ତି ଏବଂ ସାମାଜିକ ପାରସ୍ପରିକ କାର୍ଯ୍ୟରେ ନିୟୋଜିତ ହେବାରେ ଅଧିକ ଆରାମଦାୟକ ଅନୁଭବ କରନ୍ତି । ଏହା କହିଛନ୍ତି ଆଞ୍ଚଳିକସ୍ତରୀୟ କର୍ମଶାଳା ଆୟୋଜନ କରିଥିବା ବାଲେଶ୍ବର ସାମନ୍ତ ଚନ୍ଦ୍ରଶେଖର ବିଜ୍ଞାନ କ୍ଲବର ଆବାହକ ମିଲନ କୁମାର ରାଉଳ କହିଛନ୍ତି । କଣ୍ଢେଇ ଗୁଡିକ ମାଧ୍ୟମରେ ପିଲାମାନଙ୍କୁ ସେମାନଙ୍କର ଦକ୍ଷତା ଏବଂ ସୃଜନଶୀଳତାକୁ ଉନ୍ନତ କରିବାକୁ ଉତ୍ସାହିତ କରାଯାଇ ପାରିବାର ସମ୍ଭାବନା ଉଜ୍ଜ୍ୱଳ ରହିଛି । କଣ୍ଢେଇ ଗୁଡିକ ମାଧ୍ୟମରେ ପିଲାମାନଙ୍କୁ ଭୂମିକା ନିର୍ବାହ ପାଇଁ ଏକ ସୁଯୋଗ ପ୍ରଦାନ କରାଯାଇ ପାରେ । ଯାହା ସେମାନଙ୍କୁ ନୂତନ ବ୍ୟକ୍ତିତ୍ୱ ଏବଂ ଧାରଣା ବିକାଶ କରିବା ସହ ସେମାନଙ୍କର କଳ୍ପନା ବିକାଶ ପାଇଁ ସହଯୋଗ କରିଥାଏ ବୋଲି ଭୁବନେଶ୍ବରରୁ ଆସିଥିବା ବରିଷ୍ଠ ସାଧନ କର୍ମୀ ବସନ୍ତ କୁମାର ସାହୁ ମତବ୍ୟକ୍ତ କରିଛନ୍ତି ।

ଏହା ମଧ୍ୟ ପଢନ୍ତୁ: ପୂର୍ବତନ ଆଇନମନ୍ତ୍ରୀ ଶାନ୍ତି ଭୂଷଣଙ୍କ ପରଲୋକ, ଦୁଃଖ ପ୍ରକାଶ କରିଲେ କେନ୍ଦ୍ର ଆଇନ ମନ୍ତ୍ରୀ ଓ ଉପରାଷ୍ଟ୍ରପତି

କେନ୍ଦ୍ର ସରକାରଙ୍କ ଦ୍ବାରା ବର୍ତ୍ତମାନ ପ୍ରୟୋଗ କରାଯାଉଥିବା ଜାତୀୟ ଶିକ୍ଷା ନୀତିର ଆଧାରରେ କଣ୍ଢେଇକୁ ଏକ ଶିକ୍ଷା ଗ୍ରହଣର ବଳିଷ୍ଠ ମାଧ୍ୟମ ଭାବେ କିପରି ଵ୍ୟଵହାର କରାଯାଇ ପାରିବ ତାହା ଏହି ପାଞ୍ଚଦିନ ଧରି ଚାଲିଥିବା କର୍ମଶାଳାରେ ଶିଖିବାର ସୁଯୋଗ ସୃଷ୍ଟି ହୋଇଥିଲା । ସୁନାବେଡାର ବିଜ୍ଞାନ ଶିକ୍ଷକ ସିଦ୍ଧାର୍ଥ ଶଙ୍କର ମହାପାତ୍ର ଏହାକୁ ନେଇ ପ୍ରତିକ୍ରିୟା ଦେଇଛନ୍ତି । କେନ୍ଦ୍ର ସରକାରଙ୍କ ବିଜ୍ଞାନ ଓ ପ୍ରଯୁକ୍ତି ମନ୍ତ୍ରଣାଳୟର ସହଯୋଗରେ ଆୟୋଜିତ ଏହି କର୍ମଶାଳାରେ କୋରାପୁଟ , ନବରଙ୍ଗପୁର ଓ ଅନ୍ୟାନ୍ୟ ଜିଲ୍ଲାରୁ ଯୋଗ ଦେଇଥିବା 50 ଜଣ ଶିକ୍ଷକ ଏହି କୌଶଳ ଆଧାରରେ ପାଠ ପଢ଼ାଇବା ସହ ଛାତ୍ରଛାତ୍ରୀଙ୍କୁ କଣ୍ଢେଇ ପ୍ରସ୍ତୁତି ସମ୍ପର୍କରେ ଅବଗତ କରାଇବେ ବୋଲି କହିଛନ୍ତି ବାଲେଶ୍ବର ସାମନ୍ତ ଚନ୍ଦ୍ରଶେଖର ବିଜ୍ଞାନ କ୍ଲବର ଆବାହକ ।

ଇଟିଭି ଭାରତ, କୋରାପୁଟ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.