ETV Bharat / state

କିଛି ଦିନ ପରେ କଲେଜ ଯାଇଥାଆନ୍ତେ, ମାଟ୍ରିକ ପରୀକ୍ଷା ଦେବା ବେଳେ ଛାତ୍ରଙ୍କ ମୃତ୍ୟୁ - ପରୀକ୍ଷା ଦେଉଥିବା ସମୟରେ ଛାତ୍ର ମୃତ

ମାଟ୍ରିକ ପରୀକ୍ଷା ଦେଉଥିବା ବେଳେ ଛାତ୍ରର ଘଟିଛି ମୃତ୍ୟୁ । ଏଭଳି ଦୁଃଖଦ ଘଟଣା କୋରାପୁଟ ଦାମନଯୋଡ଼ି ଅଞ୍ଚଳରେ ଘଟିଛି । ଅଧିକ ପଢନ୍ତୁ

10th Student dies
10th Student dies
author img

By

Published : Mar 16, 2023, 8:41 PM IST

ମାଟ୍ରିକ ପରୀକ୍ଷା ଦେବା ବେଳେ ଛାତ୍ରଙ୍କ ମୃତ୍ୟୁ

କୋରାପୁଟ: ଆଉ କିଛି ଦିନ ଯାଇଥିଲେ ଛାତ୍ର ଜଣକ କଲେଜ ମାଟି ମାଡ଼ିଥାନ୍ତା । ହେଲେ ସମସ୍ତ ଆଶା ପାଣି ଫୋଟକା ପରି ମିଳେଇ ଯାଇଛି । ମାଟ୍ରିକ ପରୀକ୍ଷା ଦେଉଥିବା ସମୟରେ ଛାତ୍ରର ମୃତ୍ୟୁ ଘଟିଛି । ଜିଲ୍ଲାର ଦାମନଯୋଡି ନିକଟ ମାଥାଲପୁଟ ସ୍ଥିତ ମାଲୁ ସାଉଁନ୍ତା ସରକାରୀ ଉଚ୍ଚ ବିଦ୍ୟାଳୟର ଜଣେ ଛାତ୍ରର ମୃତ୍ୟୁ ଘଟିଥିବା ସୂଚନା ମିଳିଛି । ପୂର୍ବରୁ ଛାତ୍ରର ହୃତପିଣ୍ଡରେ ସମସ୍ୟା ଥିବା ଜଣାପଡ଼ିଛି ।

ମୃତ ଛାତ୍ରର ନାମ କୋରାପୁଟ ବ୍ଲକ ଅନ୍ତର୍ଗତ ଉମୁରି ଗ୍ରାମର ନାବାଳକ କୁନା ପୂଜାରୀ । ଦାମନଯୋଡି ନିକଟ ମାଥାଲପୁଟ ସ୍ଥିତ ମାଲୁ ସାଉଁନ୍ତା ସରକାରୀ ଉଚ୍ଚ ବିଦ୍ୟାଳୟର କୁନା ପାଠ ପଢୁଥିଲା । ଆଜି ସ୍ଥାନୀୟ ସରସ୍ବତୀ ବିଦ୍ୟାମନ୍ଦିର ପରୀକ୍ଷା କେନ୍ଦ୍ରରେ ଓଡ଼ିଶା ମାଧ୍ୟମିକ ଶିକ୍ଷା ବୋର୍ଡ ଦ୍ବାରା ପରିଚାଳିତ ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷା ଦେଉଥିଲା । କୁନା ପରୀକ୍ଷା କେନ୍ଦ୍ରରେ ପରୀକ୍ଷା ଦେଉଥିବା ବେଳେ ହଠାତ ମୁର୍ଚ୍ଛା ହୋଇଯାଇଥିଲା । ତା ମୁହଁ ଉପରେ ପାଣି ଛାଟିଲା ପରେ ମଧ୍ୟ କୁନାର ଚେତା ନଫେରିବା ଯୋଗୁଁ ତାକୁ ବିଦ୍ୟାଳୟ କର୍ତ୍ତୃପକ୍ଷ ଆମ୍ବୁଲାନ୍ସ ଯୋଗେ ତୁରନ୍ତ ନାଲକୋ ଡାକ୍ତରଖାନାକୁ ସ୍ଥାନାନ୍ତର କରିଥିଲେ ।

ତେବେ ସେଠାରେ ଡାକ୍ତର ଶରୀର ପରୀକ୍ଷା କରି କୁନା ମୃତ୍ୟୁବରଣ କରିଥିବା ଘୋଷଣା କରିଥିଲେ ବୋଲି କୋରାପୁଟ ଜିଲ୍ଲା ଶିକ୍ଷାଧିକାରୀ ରାମଚନ୍ଦ୍ର ନାହକକହିଛନ୍ତି । ପରୀକ୍ଷା କେନ୍ଦ୍ରରେ ଛାତ୍ରର ମୃତ୍ୟୁ ଘଟଣାର ଖବର ପାଇ ଦାମନଯୋଡି ପୋଲିସ ମେଡିକାଲ ପହଞ୍ଚି ପ୍ରାଥମିକ ତଦନ୍ତ କରିବା ଆରମ୍ଭ କରିଛି । କୁନାର ମୃତଦେହକୁ କୋରାପୁଟ ଆଣି ମୃତ୍ୟୁର କାରଣ ସମ୍ପର୍କରେ ଅଧିକ ଜାଣିବା ପାଇଁ ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଓ ହସ୍ପିଟାଲରେ ମୃତଦେହ ବ୍ୟବଚ୍ଛେଦ କରାଯାଇଛି । ତେବେ କୁନା ଆଗରୁ ମଧ୍ୟ ୨ଥର ମୁର୍ଚ୍ଛା ହୋଇଯାଇଥିଲା ଓ ତାକୁ ଲମତାପୁଟ ସ୍ଥିତ ଆଶାକିରଣ ହସ୍ପିଟାଲରେ ଚିକିତ୍ସା କରାଯାଇଥିଲା ବୋଲି କୁନାର ବାପା ରାମ ପୁଜାରୀ କହିଛନ୍ତି ।

ଏହା ବି ପଢନ୍ତୁ- ମାଟ୍ରିକ ପରୀକ୍ଷା ଦେଇ ଫେରୁଥିବା ଛାତ୍ରୀଙ୍କୁ ଅପହରଣ ଉଦ୍ୟମ

ଆଶାକିରଣ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ସମୟରେ କୁନାର ହୃତପିଣ୍ଡରେ କିଛି ସମସ୍ୟା ଥିବା ଡାକ୍ତର ସୂଚନା ଦେଇ ତାକୁ ବିଶାଖାପାଟଣା ନେଇ ଉନ୍ନତ ଚିକିତ୍ସା ପ୍ରଦାନ କରିବା ପାଇଁ ପରାମର୍ଶ ଦେଇଥିଲେ । ପରୀକ୍ଷା ସରିଲେ କୁନାକୁ ବିଶାଖାପାଟଣାରେ ଚିକିତ୍ସା କରିବା ପାଇଁ ଯୋଜନା କରିଥିବା ବେଳେ ଆଜି ହଠାତ ଏପରି ଭାବେ କୁନାର ଅକାଳ ବିୟୋଗରେ ସମଗ୍ର ପରିବାର ମର୍ମାହତ ହୋଇପଡ଼ିଛନ୍ତି ।

ଆଉ ଏକ ଘଟଣାରେ ଲକ୍ଷ୍ମୀପୁର ବ୍ଲକ ଅନ୍ତର୍ଗତ କାକିରିଗୁମ୍ମା ନିକଟସ୍ଥ ଲଛମଣି ଗ୍ରାମରେ ୨୭ ବର୍ଷୀୟ ଆଦିବାସୀ ମହିଳା ପଦ୍ମା ସାଉଁତା ଓ ତାଙ୍କର ୨ବର୍ଷୀୟ କୁନି ଝିଅ ମାରିଆମ ସାଉଁତାଙ୍କ ମୃତଦେହକୁ ବନ୍ଦ କୋଠରୀ ମଧ୍ୟରେ ପଙ୍ଖାରୁ ଝୁଲୁଥିବା ଅବସ୍ଥାରେ ପୋଲିସ ଉଦ୍ଧାର କରିଛି । ଏହା ଏକ ହତ୍ୟା ନା ଆତ୍ମହତ୍ୟା ତାର ତଦନ୍ତ ଚାଲିଥିବା ବେଳେ କୋରାପୁଟରୁ ଫୋରେନ୍ସିକ ଟିମ୍‌ ପହଞ୍ଚି ତନାଘନା ଆରମ୍ଭ କରିଛି । ଆଜି ଗୋଟିଏ ଦିନରେ ଦୁଇ ଦୁଇଟି ଅପମୃତ୍ୟୁର ଘଟଣା ଜିଲ୍ଲାବାସୀଙ୍କୁ ମର୍ମାହତ କରିଛି ।

ଇଟିଭି ଭାରତ, କୋରାପୁଟ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.