କୋରାପୁଟ: କୋଟିଆ ସୀମା ବିବାଦକୁ ନେଇ ମୁଖ୍ୟମନ୍ତ୍ରୀସ୍ତରୀୟ ଆଲୋଚନା ପରେ ଏନେଇ ଉଚ୍ଚସ୍ତରୀୟ କମିଟି ଗଠନ କରିବାକୁ ପ୍ରସ୍ତାବ ରଖାଯାଇଛି । ତେବେ ଏନେଇ କୋରାପୁଟରେ ତୀବ୍ର ପ୍ରତିକ୍ରିୟା ପାଇଛି । ମୁଖ୍ୟମନ୍ତ୍ରୀସ୍ତରୀୟ ଆଲୋଚନା ପରେ ଉଚ୍ଚସ୍ତରୀୟ କମିଟି ଗଠନ ର ପ୍ରସ୍ତାବ ଦେବା ଓ କୋରାପୁଟରେ ସର୍ବଦଳୀୟ ବୈଠକ ଡକାଯିବା ଏକ ଓଲଟା ପ୍ରକ୍ରିୟା ବୋଲି ଅଭଯୋଗ ହୋଇଛି ।
ଗତ ମଙ୍ଗଳବାର ଆନ୍ଧ୍ର ଓ ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କ ମଧ୍ୟ କୋଟିଆ ସମେତ ଅନେକ ବିଷୟରେ ଆଲୋଚନା ହୋଇଥିଲା । ତେବେ କୋଟିଆକୁ ନେଇ ଦୁଇ ମୁଖ୍ୟମନ୍ତ୍ରୀଙ୍କ ବୈଠକ ହେବା ପୂର୍ବରୁ ଉଚ୍ଚସ୍ତରୀୟ କମିଟି ତୃଣମୂଳ ସ୍ତରରେ କାର୍ଯ୍ୟ କରି ସେମାନଙ୍କ ମତ ପ୍ରସ୍ତୁତ କରିବା କଥା । ଏହାକୁ ନେଇ ଉଭୟ ମୁଖ୍ୟମନ୍ତ୍ରୀ ଆଲୋଚନା କରିଥାନ୍ତେ । କିନ୍ତୁ ତାହା ନହୋଇ ମୁଖ୍ୟମନ୍ତ୍ରୀମାନଙ୍କ ବୈଠକ ଶେଷ ହେବାପରେ ଉଚ୍ଚସ୍ତରୀୟ କମିଟି ଗଠନ କରିବା ପାଇଁ ପ୍ରସ୍ତାବ ଦେବା ଓ କୋରାପୁଟରେ ସର୍ବଦଳୀୟ ବୈଠକ ଡକାଯିବାରେ କୌଣସି ଯଥାର୍ଥତା ନାହିଁ । ଏହାକୁ ନେଇ କ୍ଷୋଭ ପ୍ରକାଶ କରିଛନ୍ତି କୋରାପୁଟର ପୂର୍ବତନ ଜିଲ୍ଲାପାଳ ଗଦାଧର ପରିଡା ।
ତେବେ କୋଟିଆ ସୁରକ୍ଷା ପାଇଁ ଲଢେଇ ଜାରି ରହିବ ଏବଂ କୋଟିଆରେ ଆନ୍ଧ୍ରର ବାରମ୍ବାର ଅନୁପ୍ରବେଶ ଘଟଣାକୁ ବରଦାସ୍ତ କରାଯିବ ନାହିଁ । ଆଗାମୀ ଦିନରେ ଏହି ମାମଲା ସଂସଦରେ ଉପସ୍ଥାପନ କରାଯିବ । କୋଟିଆ ପ୍ରସଙ୍ଗକୁ ନେଇ ଏହା କରିଛନ୍ତି ସାଂସଦ ସପ୍ତଗିରି ଉଲ୍ଲାକା ।
କୋରାପୁଟରୁ ସିଏଚ୍ ଶାନ୍ତାକାର, ଇଟିଭି ଭାରତ