ETV Bharat / state

କୋଟିଆ ନିର୍ବାଚନରେ ବିଶୃଙ୍ଖଳାକାରୀଙ୍କ ବିରୁଦ୍ଧରେ ନିଆଯିବ ଦୃଢ଼ କାର୍ଯ୍ୟାନୁଷ୍ଠାନ: ଜିଲ୍ଲାପାଳ - ନିର୍ବାଚନରେ ବିଶୃଙ୍ଖଳାକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ

କୋଟିଆରେ ନିର୍ବାଚନ ସମୟରେ ବିଶୃଙ୍ଖଳା ସୃଷ୍ଟିକାରୀଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ କହିଲେ କୋରାପୁଟ ଜିଲ୍ଲାପାଳ । ଅଧିକ ପଢନ୍ତୁ

ନିର୍ବାଚନରେ ବିଶୃଙ୍ଖଳା ସୃଷ୍ଟିକାରୀଙ୍କ ବିରୁଦ୍ଧରେ ନିଆଯିବ ଦୃଢ଼ କାର୍ଯ୍ୟାନୁଷ୍ଠାନ: ଜିଲ୍ଲାପାଳ

author img

By

Published : Jan 15, 2022, 6:29 PM IST

କୋରାପୁଟ: ଆନ୍ଧ୍ର ସୀମାବର୍ତ୍ତୀ କୋଟିଆ ପଞ୍ଚାୟତ ନିର୍ବାଚନରେ ବିଶୃଙ୍ଖଳା ସୃଷ୍ଟି କଲେ ସମ୍ପୃକ୍ତ ବ୍ୟକ୍ତିଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ କହିଲେ କୋରାପୁଟ ଜିଲ୍ଲାପାଳ ଅବଦଲ ଅକ୍ତର । ଆଗାମୀ ପଞ୍ଚାୟତ ନିର୍ବାଚନରେ କୋଟିଆ ପଞ୍ଚାୟତର ସମସ୍ତ 13 ଟି ୱାର୍ଡ ସହିତ ଜିଲ୍ଲାର ସମୁଦାୟ 2973 ଟି ୱାର୍ଡରେ ନିର୍ବାଚନ ହେବ ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି ।

ନିର୍ବାଚନରେ ବିଶୃଙ୍ଖଳା ସୃଷ୍ଟିକାରୀଙ୍କ ବିରୁଦ୍ଧରେ ନିଆଯିବ ଦୃଢ଼ କାର୍ଯ୍ୟାନୁଷ୍ଠାନ: ଜିଲ୍ଲାପାଳ

ଗତ କିଛିଦିନ ପୂର୍ବେ ମାଓ ପ୍ରଭାବିତ ଅଞ୍ଚଳ ବୋଲି କୁହାଯାଉଥିବା ଗ୍ରାମଗୁଡିକରେ ମଧ୍ୟ ବର୍ତ୍ତମାନ ଶାନ୍ତି ପ୍ରତିଷ୍ଠା ହୋଇଥିବା ଯୋଗୁଁ ସେହି ଅଞ୍ଚଳରେ ମଧ୍ୟ ସୁଚାରୁ ରୂପେ ନିର୍ବାଚନ ଅନୁଷ୍ଠିତ କରାଇବା ପାଇଁ ସମସ୍ତ ପଦକ୍ଷେପ ନିଆଯାଇଥିବା ସେ ଜଣାଇଛନ୍ତି । ଜିଲ୍ଲାରେ ପଞ୍ଚାୟତ ନିର୍ବାଚନକୁ ସୁଚାରୁ ରୂପେ ସମ୍ପାଦିତ କରିବା ପାଇଁ ବ୍ୟାପକ ପୋଲିସ ମୁତୟନ କରାଯିବ । ଶାନ୍ତି ଶୃଙ୍ଖଳା ପ୍ରତି ବିଶେଷ ଧ୍ୟାନ ଦିଆଯିବ ।

ଯେଉଁମାନେ ବିଶୃଙ୍ଖଳା କରିବେ ସେମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜିଲ୍ଲାପାଳ କହିଛନ୍ତି । ତେବେ ରାଜ୍ୟ ସରକାରଙ୍କ ଦ୍ବାରା ପ୍ରଦତ୍ତ କୋଭିଡ ନିୟମାବଳୀକୁ ପାଳନ କରି ଏହି ନିର୍ବାଚନ ଅନୁଷ୍ଠିତ ହେଉଥିବା ଯୋଗୁଁ ନାମାଙ୍କନ ପତ୍ର ଦାଖଲ କରିବା ଠାରୁ ଆରମ୍ଭ କରି ନିର୍ବାଚନ ରାଲି ପର୍ଯ୍ୟନ୍ତ ସମସ୍ତ ସ୍ଥାନରେ କୋଭିଡ ନିୟମକୁ କଡାକଡି ଭାବେ ପାଳନ କରାଯିବ ବୋଲି ଜିଲ୍ଲାପାଳ କହିଛନ୍ତି । ଭିଡିଓ କନଫରେନ୍ସିଂ ମାଧ୍ୟମରେ ଆଜି(ଶନିବାର) କୋରାପୁଟ ଜିଲ୍ଲାପାଳ ଏସ୍‌ପି, ଡିଆରଡିଏ ପ୍ରକଳ୍ପ ଅଧିକାରୀ ଓ ଅନ୍ୟାନ୍ୟ ଜିଲ୍ଲାସ୍ତରୀୟ ଅଧିକାରୀଙ୍କ ସହ ମୁଖ୍ୟ ଶାସନ ସଚିବ, ମୁଖ୍ୟ ନିର୍ବାଚନ କସମିଶନର ଏବଂ କମିଶନରଙ୍କ ସହ ଏନେଇ ଆଳୋଚନା କରିଛନ୍ତି ।

କୋରାପୁଟରୁ ସିଏଚ ଶାନ୍ତାକାର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.