ETV Bharat / state

କୋରାପୁଟ ଓ ପୁରୀର ଝିଅ ଜାତୀୟ ଚେସ ପ୍ରତିଯୋଗିତା ପାଇଁ ମନୋନୀତ

author img

By

Published : Apr 3, 2022, 8:21 PM IST

ପୁରୀର ଶ୍ରୀଷ୍ଟି ଶ୍ରେୟାଶି ଓ କୋରାପୁଟର ବିଷ୍ଣୁପ୍ରିୟା ମାଝୀ କୋଏମ୍ବାଟୁରରେ ଖେଳାଯିବାକୁ ଥିବା 18 ବର୍ଷରୁ କମ ବୟସର ପିଲାଙ୍କ ପାଇଁ ଜାତୀୟ ଚେସ ଚାମ୍ପିଅନସିପରେ ଅଂଶଗ୍ରହଣ କରିବା ପାଇଁ ମନୋନୀତ ହୋଇଛନ୍ତି । ଏହି ଚାମ୍ପିଆନସିପ ଚଳିତ ମାସରେ ଅନୁଷ୍ଠିତ ହେବ । ଅଧିକ ପଢନ୍ତୁ

କୋରାପୁଟ ଓ ପୁରୀର ଝିଅ ଜାତୀୟ ଚେସ ପ୍ରତିଯୋଗିତା ପାଇଁ ମନୋନୀତ
କୋରାପୁଟ ଓ ପୁରୀର ଝିଅ ଜାତୀୟ ଚେସ ପ୍ରତିଯୋଗିତା ପାଇଁ ମନୋନୀତ

କୋରାପୁଟ : ପୁରୀର ଶ୍ରୀଷ୍ଟି ଶ୍ରେୟାଶି ଓ କୋରାପୁଟର ବିଷ୍ଣୁପ୍ରିୟା ମାଝୀ କୋଏମ୍ବାଟୁରରେ ଖେଳାଯିବାକୁ ଥିବା 18 ବର୍ଷରୁ କମ ବୟସର ପିଲାଙ୍କ ପାଇଁ ଜାତୀୟ ଚେସ ଚାମ୍ପିଅନସିପରେ ଅଂଶଗ୍ରହଣ କରିବା ପାଇଁ ମନୋନୀତ ହୋଇଛନ୍ତି । ଏହି ଚାମ୍ପିଆନସିପ ଚଳିତ ମାସରେ ଅନୁଷ୍ଠିତ ହେବ ।

ଅଲ ଓଡିଶା ଚେସ ଚମ୍ପିଅନସିପ ଓ କୋରାପୁଟସ୍ଥିତ କଳିଙ୍ଗ ଫାଉଣ୍ଡେସନର ମିଳିତ ଆନୁକୁଲ୍ୟରେ ଆୟୋଜିତ ହୋଇଥିବା ରାଜ୍ୟସ୍ତରୀୟ ଚେସ ଚାମ୍ପିଅନସିପର ବାଳିକା ବିଭାଗରେ ଏହି ଦୁଇଜଣ ବିଜୟୀ ହୋଇଥିଲେ । ଜାତୀୟ ସ୍ତରୀୟ ପ୍ରତିଯୋଗିତାରେ ଭାଗ ନେବାର ସୁଯୋଗ ପାଇଥିବା ଏହି ଚାମ୍ପିଅନସିପକୁ ପରିଚାଳନା କରୁଥିବା ରାଜ୍ୟ ଏଫ୍ଆଇଡିଇର ଆର୍ବିଟେର ଜ୍ୟୋତି ନନ୍ଦ ଜଣାଇଛନ୍ତି । ତେବେ ଏହି ରାଜ୍ୟସ୍ତରୀୟ ଚାମ୍ପିଅନସିପ ୨ ଦିନ ଧରି ଚାଲିଥିଲା ।

ସେହିପରି ବାଳକ ବିଭାଗରେ କୋରାପୁଟର ପୂର୍ଣ୍ଣ ଖିଲ ଓ ରାୟଗଡାର ଲେଲି ଜକାକା ମଧ୍ୟ ଜାତୀୟ ସ୍ତରରେ ଖେଳିବା ପାଇଁ ମନୋନୀତ ହୋଇଥିବା ସେ ଜଣାଇଛନ୍ତି । ଏହି ପ୍ରତିଯୋଗିତାରେ ରାଜ୍ୟର ବିଭିନ୍ନ ଅଞ୍ଚଳରୁ 32 ଜଣ ଶିଶୁ ଓ କିଶୋର ଚେସ ଖେଳାଳି ଯୋଗ ଦେଇଥିଲେ ବୋଲି କଳିଙ୍ଗ ଫାଉଣ୍ଡେସନର ନିର୍ଦେଶକ ପ୍ରଦୀପ ମହାନ୍ତି ଜଣାଇଛନ୍ତି । ଏହି ପ୍ରତିଯୋଗିତାରେ ଭାଗ ନେଇଥିବା ସ୍ଥାନୀୟ ଖେଳାଳିଙ୍କ କ୍ରୀଡାର ମାନ ବହୁତ ଉଚ୍ଚସ୍ତରର ଥିବା ରାଜ୍ୟ ଏଫ୍ଆଇଡିଇର ଆର୍ବିଟେର ମତ ଦେଇଛନ୍ତି । ପ୍ରଥମ ଥର ପାଇଁ ଜାତୀୟ ସ୍ତରରେ ଖେଳିବା ପାଇଁ ସୁଯୋଗ ମିଳିଥିବା ଯୋଗୁଁ ପିଲାମାନେ ଯେତିକି ଉତ୍ସାହିତ ହୋଇଛନ୍ତି । କୋରାପୁଟରେ ପ୍ରଥମ ଥର ସଫଳତାର ସହ ରାଜ୍ୟସ୍ତରୀୟ ଚେସ ଚାମ୍ପିଅନସିପ ଆୟୋଜନ କରି ଆୟୋଜକ ମଧ୍ୟ ବେଶ ସନ୍ତୋଷ ପ୍ରକାଶ କରିଛନ୍ତି ।

କୋରାପୁଟରୁ ସିଏଚ .ଶାନ୍ତାକାର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.