ETV Bharat / state

୧୭ ବର୍ଷରୁ କମ୍‌ ଫୁଟବଲ ପ୍ରତିଯୋଗିତା ଆରମ୍ଭ, କ୍ରୀଡାବିତଙ୍କ ଅସନ୍ତୋଷ - ଅସନ୍ତୋଷ ପ୍ରକାଶ କଲେ କ୍ରୀଡାବିତ

ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ କ୍ରମେ ମଙ୍ଗଳବାର ଠାରୁ କୋରାପୁଟ ପୋଲିସ ପ୍ୟାରେଡ ପଡ଼ିଆରେ ଉଦଘାଟିତ ହୋଇଥିବା ଜିଲ୍ଲା ସ୍ତରୀୟ ଆନ୍ତଃ ବିଦ୍ୟାଳୟ ସ୍ତରୀୟ ଫୁଟବଲ ପ୍ରତିଯୋଗିତା । ବିଦ୍ୟାଳୟରେ ଖେଳପଡିଆ ନଥାଇ ସରକାରଙ୍କ ଫୁଟବଲ ଟୁର୍ଣ୍ଣାମେଣ୍ଟ ଆୟୋଜନକୁ ନେଇ କ୍ରୀଡାବିତ୍ ଅସନ୍ତୋଷ ପ୍ରକାଶ କରିଛନ୍ତି । ଅଧିକ ପଢନ୍ତୁ

୧୭ ବର୍ଷରୁ କମ ଫୁଟବଲ ପ୍ରତିଯୋଗିତା ଆରମ୍ଭ, ଅସନ୍ତୋଷ ପ୍ରକାଶ କଲେ କ୍ରୀଡାବିତ

author img

By

Published : Oct 12, 2022, 9:34 AM IST

କୋରାପୁଟ: ଆରମ୍ଭ ହେଲା ଆନ୍ତଃବିଦ୍ୟାଳୟ ଫୁଟବଲ ପ୍ରତିଯୋଗିତା । ୧୭ ବର୍ଷରୁ କମ ଉଭୟ ବାଳକ ଓ ବାଳିକା ବର୍ଗରେ ଏହି ପ୍ରତିଯୋଗିତାରେ ଆରମ୍ଭ ହୋଇଛି । ଫିଫା ୧୭ ବର୍ଷରୁ କମ ବିଶ୍ବକପକୁ ପ୍ରଚାର ଓ ପ୍ରସାର କରିବା ଲକ୍ଷ୍ୟରେ ଏହି ଆୟୋଜନ କରାଯାଇଛି । ଓଡିଶାର କୋଣ ଅନୁକୋଣରେ ଏହି ଫିଫା ବିଶ୍ବକପର କ୍ରେଜ ବୃଦ୍ଧି କରିବା ପାଇଁ ଏପରି ଆୟୋଜନ ହାତକୁ ନେଇଛନ୍ତି ରାଜ୍ୟ ସରକାର ।

୧୭ ବର୍ଷରୁ କମ ଫୁଟବଲ ପ୍ରତିଯୋଗିତା ଆରମ୍ଭ, ଅସନ୍ତୋଷ ପ୍ରକାଶ କଲେ କ୍ରୀଡାବିତ

ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ କ୍ରମେ ମଙ୍ଗଳବାର ଠାରୁ କୋରାପୁଟ ପୋଲିସ ପ୍ୟାରେଡ ପଡ଼ିଆରେ ଉଦଘାଟିତ ହୋଇଥିବା ଜିଲ୍ଲା ସ୍ତରୀୟ ଆନ୍ତଃ ବିଦ୍ୟାଳୟ ସ୍ତରୀୟ ଫୁଟବଲ ପ୍ରତିଯୋଗିତା । ଏଥିରେ 14ଟି ବାଳକ ଦଳ ଓ ପାଞ୍ଚଟି ବାଳିକା ଦଳ ଅଂଶ ଗ୍ରହଣ କରିଥିବା ଜିଲ୍ଲା ଶିକ୍ଷା ଅଧିକାରୀ ରାମଚନ୍ଦ୍ର ନାହାକ ଜଣାଇଛନ୍ତି । କୋରାପୁଟ ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ରଘୁରାମ ପଡ଼ାଲ ଏହି ପ୍ରତିଯୋଗିତାକୁ ଉଦଘାଟନ କରି ଖେଳ ପଡିଆ ସମସ୍ୟାକୁ ଦୂର କରିବା ପାଇଁ ପ୍ରଚେଷ୍ଟା କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ । ସେହିପରି ଖେଳ ପଡିଆ ଥିବା ବିଦ୍ୟାଳୟ ଗୁଡିକରେ ରାଜ୍ୟ ସରକାରଙ୍କ ଦ୍ଵାରା ବଣ୍ଟନ କରା ଯାଉଥିବା ଫୁଟବଲକୁ ପହଞ୍ଚାଇବାରେ ପ୍ରାଧାନ୍ୟ ଦିଆଯିବ ବୋଲି ଡିଇଓ ରାମଚନ୍ଦ୍ର ନାହାକ ଜଣାଇଛନ୍ତି ।

ଏହା ମଧ୍ୟ ପଢନ୍ତୁ-Encounter In Kandhamal: ଯବାନଙ୍କ ଗୁଳିରେ ମହିଳା ମାଓବାଦୀ ନିହତ

ତେବେ ବିଦ୍ୟାଳୟରେ ଖେଳପଡିଆ ନଥାଇ ସରକାରଙ୍କ ଫୁଟବଲ ଟୁର୍ଣ୍ଣାମେଣ୍ଟ ଆୟୋଜନକୁ ନେଇ କ୍ରୀଡାବିତ୍ ଅସନ୍ତୋଷ ପ୍ରକାଶ କରିଛନ୍ତି । କୋରାପୁଟ ଜିଲ୍ଲାର ଅଧିକାଂଶ ବିଦ୍ୟାଳୟରେ ନା ଖେଳ ପଡିଆ ଅଛି ନା କ୍ରୀଡା ଶିକ୍ଷକ । ଜିଲ୍ଲାର ଏକମାତ୍ର ସରକାରୀ କ୍ରୀଡା ଛାତ୍ରାବାସରେ ଫୁଟବଲ ପ୍ରଶିକ୍ଷକ ନାହାନ୍ତି । ଏପରିକି କୋରାପୁଟ ଜିଲ୍ଲା ସଦର ମହକୁମାରେ ଗୋଟିଏ ହେଲେ ଖେଳ ପଡିଆ ପିଲାଙ୍କ ଖେଳିବା ପାଇଁ ଉନ୍ମୁକ୍ତ ନୁହେଁ । ଏପରିକି ସରକାରୀ ଉଚ୍ଚ ବିଦ୍ୟାଳୟର ନିଜସ୍ବ ଖେଳ ପଡିଆକୁ ଆଞ୍ଚଳିକ ପରିବହନ ଅଧିକାରୀଙ୍କ କାର୍ଯ୍ୟାଳୟ ତରଫରୁ ଗାଡ଼ି ଫିଟନେସ ଦେଖିବା ପାଇଁ ଅନେକ ଦିନ ଧରି ଅକ୍ତିଆର କରାଯାଇଛି ।

ତେବେ ଏପରି ସ୍ଥଳରେ ବିଦ୍ୟାଳୟ ସ୍ତରୀୟ ଫୁଟବଲ ପ୍ରତିଯୋଗିତା ଆୟୋଜନ କରିବା କିପରି ଭାବେ ପିଲାଙ୍କ ପାଇଁ ଉପଯୋଗୀ ହୋଇପାରିବ ବୋଲି ଜିଲ୍ଲାର ବିଶିଷ୍ଟ କ୍ରୀଡାବିତ୍ ତଥା ମୁନିସପାଲିଟି ଜିମ୍ନାଜିଅମର ସଭାପତି ଭବାନୀ ଶଙ୍କର ମିଶ୍ର ପ୍ରଶ୍ନ କରିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.