ETV Bharat / state

କୋରାପୁଟରେ ଅପସ୍ମାର ରୋଗର ନିରାକରଣ ଅଭିଯାନ, ନୂତନ ଆଶା ସଞ୍ଚାର କଲା ସ୍ପ୍ରେଡ଼ ସଂଗଠନ - ସ୍ପ୍ରେଡ଼ ସଂଗଠନ

ସ୍ପ୍ରେଡ଼ ସଂଗଠନ ଦ୍ବାରା କୋରାପୁଟରେ ନୂତନ ଆଶାର ସଞ୍ଚାର ହେବାରେ ଲାଗିଛି । ଅପସ୍ମାର ରୋଗୀ ଭଲ ହେବା ସହ କାର୍ଯ୍ୟକ୍ଷମ ହୋଇପାରୁଛନ୍ତି । ଅଧିକ ପଢନ୍ତୁ

spread organization of koraput
spread organization of koraput
author img

By

Published : Mar 4, 2023, 12:17 PM IST

spread organization of koraput

କୋରାପୁଟ: ଦିନ ଥିଲା କୋରାପୁଟ ଜିଲ୍ଲାର କେନ୍ଦୁଗୁଡା ପଞ୍ଚାୟତରେ କିଛି ଲୋକ ଅପସ୍ମାର ବା ଏପିଲେପ୍ସି ରୋଗରେ ପୀଡିତ ହୋଇ ଦୁଃଖରେ ଜୀବନ ଜିଉଁଥିଲେ । ବାହାରକୁ ବାହାରି ନପାରି ଅନ୍ଧାର ଭିତରେ ଜୀବନ ଜିଉଁଥିଲେ । ହେଲେ ବର୍ତ୍ତମାନ ଅପସ୍ମାର ବା ଏପିଲେପ୍ସି ରୋଗରେ ପୀଡ଼ିତ ବ୍ୟକ୍ତିଙ୍କ ଜୀବନରେ ନୂଆ ଆଶା ସଞ୍ଚାର କରାଇଛି ସ୍ପ୍ରେଡ଼ ସଂଗଠନ । ସରକାରଙ୍କ ଉଦ୍ୟମରେ ଏହି ସଙ୍ଗଠନ ରୋଗୀଙ୍କ ପାଖକୁ ଯାଇ ଔଷଧ ଦେବା ସହ ଚିକିତ୍ସା ଦାୟିତ୍ବ ନେଉଛି । ରୋଗୀମାନେ ଭଲ ହୋଇ କାର୍ଯ୍ୟକ୍ଷମ ମଧ୍ୟ ହୋଇପାରୁଛନ୍ତି । ଏହାର ନିଚ୍ଛକ ଉଦାହରଣ ହେଉଛନ୍ତି କେନ୍ଦୁଗୁଡା ପଞ୍ଚାୟତ ଅନ୍ତର୍ଗତ କାଉଡିଗୁଡାର ବାସୁଦେବ ଦଳାଇ ଏବଂ ବଳରାମଙ୍କ ପରିବାର ।

ତିନି ବର୍ଷ ପୂର୍ବେ ବାସୁଦେବ ଦଳେଇଙ୍କ ସ୍ୱାସ୍ଥ୍ୟବସ୍ଥା ସମଗ୍ର ଗାଁ ପାଇଁ ଏକ ସମସ୍ୟା ହୋଇ ଦେଖାଯାଉଥିଲା । ମସ୍ତିଷ୍କ ଠିକ ଭାବେ କାମ କରୁନଥିବା ଯୋଗୁଁ ହଠାତ କେଉଁଆଡ଼େ ଚାଲିଯିବା ବାସୁଦେବଙ୍କ ପାଇଁ ନିତିଦିନିଆ ଘଟଣା ହୋଇସାରିଥିଲା । ଅନ୍ୟପଟେ ବାସୁଦେବଙ୍କ ବଡ ଭାଇ ବରୁଣ ଦଳେଇ ମଧ୍ୟ ଅନୁରୂପ ସମସ୍ୟା ଦେଇ ଗତି କରୁଥିବା ଯୋଗୁଁ ସ୍ୱାମୀ ଓ ତାଙ୍କ ଭାଇଙ୍କୁ ସେବା ଯୋଗାଇବା ବାସୁଦେବଙ୍କ ସ୍ତ୍ରୀଙ୍କ ପକ୍ଷେ ଏକ ବିରାଟ ସମସ୍ୟା ହୋଇ ଦେଖାଯାଇଥିଲା ।

ଠିକ ସେହିପରି କେନ୍ଦୁଗୁଡା ପଞ୍ଚାୟତ ଅନ୍ତର୍ଗତ କାଉଡ଼ିଆଗୁଡା ରେ ବଳରାମ ଜାନମ ଓ ସ୍ତ୍ରୀ ସେମାନଙ୍କ ତିନି କୁନି ପୁଅଙ୍କ ଏପିଲିପ୍ସି ରୋଗ ଯୋଗୁଁ ଚିନ୍ତିତ ହୋଇପଡିଥିଲେ । ଘରେ ଓ ବାହାରେ ଚାଲୁଥିବା ବେଳେ ହଠାତ ମୁର୍ଚ୍ଛା ହୋଇଯିବା, ରାତିରେ ଅଦ୍ଭୁତ ଶବ୍ଦ ସୃଷ୍ଟି କରିବା ଓ ସମସ୍ତେ ଶୋଇଥିବା ବେଳେ ନିଦରୁ ଉଠି କେଉଁଆଡ଼େ ଚାଲିଯିବା ପରିବାର ପାଇଁ ଏକ ବିରାଟ ସମସ୍ୟା ହୋଇ ଦେଖାଯାଇଥିଲା । ତେବେ 2017ରେ କୋରାପୁଟ ଜିଲ୍ଲାର ଅଗ୍ରଣୀ ସ୍ବେଚ୍ଛାସେବୀ ସଂଗଠନ ସ୍ପ୍ରେଡ଼ ଓ ଜିଲ୍ଲା ପ୍ରଶାସନର ମିଳିତ ଉଦ୍ୟମରେ ଆରମ୍ଭ କରାଯାଇଥିବା ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଫଳରେ ବୈପାରିଗୁଡା ବ୍ଲକ ଅନ୍ତର୍ଗତ କେନ୍ଦୁଗୁଡା ପଞ୍ଚାୟତରେ ବାସ କରୁଥିବା 16 ଜଣ ମାନସିକ ରୋଗୀ ଓ ମୁର୍ଚ୍ଛା ରୋଗରେ ପୀଡିତ 4 ଜଣଙ୍କ ଜୀବନରେ ନୂତନ ଆଲୋକ ଆସିଛି ।

ଦେଶୀ ଜଡି ବୁଟି, ଗୁଣି ଗାରେଡିକୁ ଆଧାର କରି ଚିକିତ୍ସିତ ହେଉଥିବା କେନ୍ଦୁଗୁଡାର ବାସୁଦେବ ଦଳେଇ ଓ ତାଙ୍କ ବଡ ଭାଇ ବରୁଣ ଦଳେଇଙ୍କୁ ସରକାରୀ ଭାବେ ନିଃଶୁଳ୍କ ଔଷଧ ଦିଆଯିବା ପରେ ସେମାନେ ସୁସ୍ଥ ହେବାରେ ଲାଗିଛନ୍ତି । ବର୍ତ୍ତମାନ ବାସୁଦେବ ହାଟ ବଜାରକୁ ଯାଇ କୁକୁଡ଼ା ବ୍ୟବସାୟ କରିବାରେ ସକ୍ଷମ ହୋଇଥିବା ବେଳେ ଅବିବାହିତ ବଡଭାଇ ନିଜ କାମ ନିଜେ କରିବା ଓ ସ୍ଥିର ଚିତ୍ତରେ ଜୀବନ ଅତିବାହିତ କରୁଛନ୍ତି । କାଉଡ଼ିଆଗୁଡାର ବଳରାମ ଜାନମଙ୍କ ତିନିଜଣ ପୁଅ ମଧ୍ୟ ଔଷଧ ସେବନ କରି ବିଦ୍ୟାଳୟକୁ ଯାଉଛନ୍ତି । କୋରୋନା ସମୟରେ ସ୍ପ୍ରେଡ଼ ସଂଗଠନର କର୍ମକର୍ତ୍ତା ରୋଗୀଙ୍କ ଘରେ ଔଷଧ ପହଞ୍ଚାଇ ପ୍ରତିଦିନ ଔଷଧ ସେବନର ପ୍ରକ୍ରିୟାକୁ ଜାରି ରଖିବାରେ ସହାୟକ ହୋଇଥିଲେ ବୋଲି ବାସୁଦେବ ଜଣାଇଛନ୍ତି । ଜିଲ୍ଲା ପ୍ରଶାସନ ମଧ୍ୟ ଏହି ଦୁର୍ବଳ ମାନସିକ ସ୍ୱାସ୍ଥ୍ୟ ସମ୍ପନ୍ନ ବ୍ୟକ୍ତିଙ୍କୁ ସମସ୍ତ ସୁବିଧା ଯୋଗାଇ ଦେବେ ବୋଲି ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ସୀମାଞ୍ଚଳ ମହାପାତ୍ର ଜଣାଇଛନ୍ତି ।

ଇଟିଭି ଭାରତ, କୋରାପୁଟ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.