ETV Bharat / state

ବଢୁଛି ଚିତ୍ରିତ ଦୀପର ଆଦର - ରଂଗରଙ୍ଗିଆ ମାଟିଦୀପ

ଆସନ୍ତାକାଲି ହେଉଛି ଆଲୋକର ପର୍ବ ଦୀପାବଳୀ। ଆଉ ଏହି ଅବସରରେ ଦୀପର ବେଶ ଚାହିଦା ମଧ୍ୟ ରହିଛି। ତେବେ କୋରାପୁଟରେ କୁମ୍ଭାର ଓ ଶିଳ୍ପୀଙ୍କ ଦ୍ବାରା ନିର୍ମିତ ସ୍ବତନ୍ତ୍ର ରୂପ ଓ ରଙ୍ଗର ଦୀପ ଗ୍ରାହକଙ୍କୁ ଆକୃଷ୍ଟ କରିଥାଏ।

ଫଟୋ ସୌଜନ୍ୟ : ସମ୍ବାଦଦାତା, ଇଟିଭି ଭାରତ
author img

By

Published : Oct 26, 2019, 10:15 AM IST

କୋରାପୁଟ: ଆସନ୍ତାକାଲି ପାଳିତ ହେବ ଆଲୋକର ପର୍ବ ଦୀପାବଳୀ। ଆଉ ଏହି ଅବସରରେ ଘରେ ଘରେ ଜଳିବ ଭଳିକି ଭଳି ଦୀପ। ଦିନକୁ ଦିନ ପାରମ୍ପରିକ ଭାବେ କୁମ୍ଭାରଙ୍କ ଦ୍ବାରା ନିର୍ମିତ ହେଉଥିବା ମାଟି ଦୀପର ଚାହିଦା କମିଯାଉଛି। ତେବେ କୋରାପୁଟରେ ବିଗତ ତିନି ବର୍ଷ ହେବ କୁମ୍ଭାର ଓ ଚିତ୍ରଶିଳ୍ପୀଙ୍କ ମଧ୍ୟରେ ରହିଛି ଏକ ନିଆରା ସମ୍ପର୍କ।

ଭିଡିଓ ସୌଜନ୍ୟ : ସମ୍ବାଦଦାତା, ଇଟିଭି ଭାରତ

କୋରାପୁଟ ଆଖପାଖରେ କୁମ୍ଭାରଙ୍କ ଦ୍ବାରା ତିଆରି ହେଉଥିବା ଦୀପକୁ ସ୍ବତନ୍ତ୍ର ରୂପ ଓ ରଙ୍ଗ ଦେଇଥାନ୍ତି ଚିତ୍ରଶିଳ୍ପୀ। ଫଳରେ ଶାଗମାଛ ଦର ବଦଳରେ ଦୀପ ଉଚିତ ମୂଲ୍ୟରେ ବିକ୍ରି ହୋଇପାରୁଛି। ଏଠାକାର ଶିଳ୍ପୀ ଦମ୍ପତ୍ତି ଜଗଦିଶ ସାହୁ ଓ ତାଙ୍କ ପତ୍ନୀ ଶିବାନୀ ପ୍ରିୟଦର୍ଶିନୀ ବର୍ଷ ତମାମ ମାଟିରେ ବିଭିନ୍ନ ସାମଗ୍ରୀ ତିଆରି କରିବା ସହ ଦେଶର ବିଭିନ୍ନ ସ୍ଥାନରେ ଏହାକୁ ବିକ୍ରି କରିଥାନ୍ତି। ଏହି ଦୀପକୁ ଦୀପାବଳୀର ବ୍ୟବହାର କରିବା ପରେ ସେଗୁଡିକୁ ପୋଛାପୋଛି କରି ଘରେ ଏକ ସୌନ୍ଦର୍ଯ୍ୟବର୍ଦ୍ଧକ ଜିନିଷ ଭାବେ ସାଇତି ରଖାଯାଇ ପାରୁଥିବାରୁ ଏହାର ଆଦର ବୃଦ୍ଧି ପାଇଛି ବୋଲି ଚିତ୍ରଶିଳ୍ପୀ ସାହୁ ଜଣାଇଛନ୍ତି।

କୋରାପୁଟରୁ ସିଏଚ ଶାନ୍ତାକାର, ଇଟିଭି ଭାରତ

Intro:ଦୀପାବଳୀ ଆସିଛି । ଘରେ ଘରେ ଲାଗିବ ଭଳିକି ଭଳି ଦୀପ । ଅନେକ ସମୟରେ କୁମ୍ଭାର ମାନଙ୍କ ଦ୍ୱାରା ତିଆରି ହେଉଥିବା ମାଟି ଦୀପର ଚାହିଦା କମିଯାଉଥିବା ଅଭିଯୋଗ ଆସିଥାଏ । ତେବେ କୋରାପୁଟରେ ଗତ ତିନି ବର୍ଷ ଧରି ଚାଲିଛି କୁମ୍ଭାର ଓ ଚିତ୍ରଶିଳ୍ପୀଙ୍କ ମଧ୍ୟରେ ଏକ ନିଆରା ସମ୍ପର୍କ ।Body:କୋରାପୁଟ ଆଖପାଖରେ କୁମ୍ଭାର ମାନେ ତିଆରି କରୁଥିବା ଦୀପ ଗୁଡିକୁ ସ୍ୱତନ୍ତ୍ର ରୂପ ଓ ରଙ୍ଗ ଭରିଦେବା ଫଳରେ ଏ ପର୍ଯ୍ୟନ୍ତ ଶାଗମାଛ ଦରରେ ବିକ୍ରିହେଉଥିବା ପ୍ରଦୀପ ଗୁଡିକ ଏକ ସମ୍ମାନଜନକ ମୂଲ୍ୟ ରେ ବିକ୍ରି ହେଇପାରୁଛି । କୋରାପୁଟର ଶିଳ୍ପୀ ଦମ୍ପତ୍ତି ଜଗଦିଶ ସାହୁ ଓ ତାଙ୍କ ପତ୍ନୀ ଶିବାନୀ ପ୍ରିୟଦର୍ଶିନୀ ବର୍ଷ ତମାମ ମାଟିରେ ବିଭିନ୍ନ ସାମଗ୍ରୀ ତିଆରି କରୁଥିବା ସହ ଦେଶର ବିଭିନ୍ନ ସ୍ଥାନରେ ସଫଳତାର ସହ ବିକ୍ରି କରୁଛନ୍ତି । Conclusion:ଏହି ପ୍ରଦୀପ ଗୁଡିକୁ ଦୀପାବଳୀର ବ୍ୟବହାର କଲାପରେ ସେଗୁଡିକୁ ପୋଛାପୋଛି କରି ଘରେ ଏକ ସୌନ୍ଦର୍ଯ୍ୟବର୍ଧକ ଜିନିଷ ଭାବେ ସାଇତିରଖି ପାରୁଥିବା ଯୋଗୁଁ ଏହି କାରୁକାର୍ଯ୍ୟ ଭରା ପ୍ରଦୀପର ଆଦର ବୃଦ୍ଧି ପାଇଛି ବୋଲି ଶ୍ରୀ ସାହୁ ଜଣାଇଛନ୍ତି ।
....….
Byte :ଜଗଦୀଶ ସାହୁ , ଶିଳ୍ପୀ
Byte : ଦୁଖୁ ଚାଲାଣ , କୁମ୍ଭାର , ଡୁମାଗୁଡା
..…......
ଶାନ୍ତାକାର
କୋରାପୁଟ
..........
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.