ETV Bharat / state

ଶେଷରେ ଆଖି ବୁଜିଲା ସେମିଳିଗୁଡାର ଅର୍ଦ୍ଧଦଗ୍ଧ ନାବାଳିକା

ଏକତରଫା ପ୍ରେମ ଶେଷରେ ନେଲା ଜୀବନ । 9 ଦିନର ସଂଘର୍ଷ ପରେ ଶେଷରେ ଭୁବନେଶ୍ୱରର ବିବେକାନନ୍ଦ ହସ୍ପିଟାଲରେ ଆଖି ବୁଜିଲା ସେମିଳିଗୁଡାର ପୀଡିତା ନାବାଳିକା ।

author img

By

Published : Jun 10, 2019, 12:23 PM IST

ଫାଇଲ ଫଟୋ

କୋରାପୁଟ: ଏକତରଫା ପ୍ରେମ କରି ନାବାଳିକାଙ୍କୁ ପେଟ୍ରୋଲ ଢାଳି ଜାଳିଥିଲେ ପ୍ରେମିକ। ଜୁନ 1 ତାରିଖରୁ ମରଣ ସହ ସଂଗ୍ରାମ କରୁଥିଲେ ପୀଡିତା। ଆଉ ଆଜି ସକାଳେ ଆଖିବୁଜିଛନ୍ତି ସେ ।

ଫାଇଲ ଭିଜୁଆଲ

ସୂଚନା ଅନୁସାରେ, ସେମିଳିଗୁଡାର ଏକ ଘରୋଇ ଇଞ୍ଜିନିୟରିଂ କଲେଜର ଜନୈକ ନାବାଳିକାକୁ ସହପାଠୀ ଛାତ୍ର ଲଗେଇଥିଲେ ନିଆଁ । କାରଣ ଥିଲା ଏକତରଫା ପ୍ରେମ । ଅଭିଯୁକ୍ତ ଯୁବକ ଜଣକ ନାବାଳିକାଙ୍କୁ ବାରମ୍ବାର ପ୍ରେମ ନିବେଦନ କରିଆସୁଥିଲେ । ହେଲେ ଏଥିରେ ନାବାଳିକା ଜଣକ ରାଜି ହେଉ ନଥିଲେ ।

ତେଣୁ ସେ ଜୀବନରୁ ନାବାଳିକାଙ୍କୁ ମାରିବାକୁ ଚେଷ୍ଟା କରି ତାଙ୍କ ହଷ୍ଟେଲ ରୁମରେ ପହଞ୍ଚିଥିଲା । ଆଉ ସାଥିରେ ନେଇଥିବା ପେଟ୍ରୋଲ ନାବାଳିକା ଉପରେ ଢାଳି ନିଆଁ ଲଗାଇଦେଇଥିଲା । ଫଳରେ ଝିଅଟି ଅର୍ଦ୍ଧଦଗ୍ଧ ଅବସ୍ଥାରେ କୋରାପୁଟର ସହୀଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ହସ୍ପିଟାଲ ଭର୍ତ୍ତି ହୋଇଥିଲା ।

ପରେ ଅବସ୍ଥା ଅଧିକ ସଙ୍କଟାପନ୍ନ ହେବାରୁ ବ୍ରହ୍ମପୁର ଏମକେସିଜି ମେଡିକାଲ କଲେଜ ଓ ଶେଷରେ ଭୁବନେଶ୍ୱରର ବିବେକାନନ୍ଦ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଆଜି ଚିକିତ୍ସିତ ଅବସ୍ଥାରେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି ପୀଡିତା । ଇତିମଧ୍ୟରେ ନାବାଳକ କୋରାପୁଟ କୋର୍ଟରେ ଆତ୍ମସମର୍ପଣ କରିଥିଲା । ଏହାପରେ ପଚରା ଉଚୁରା କରିବା ପାଇଁ ପୋଲିସ ନିଜ ଜିମାରେ ନେଇ ପରେ ଜୁବେନାଇଲ କୋର୍ଟରେ ହାଜର କରାଇଥିଲା ।

କୋରାପୁଟରୁ ସି.ଏଚ ଶାନ୍ତାକାର,ଇଟିଭି ଭାରତ

Intro:Body:

fsfs

Conclusion:

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.