ETV Bharat / state

ଶାବର ଶ୍ରୀକ୍ଷେତ୍ରରେ ଅଟକିଲା ରଥ, ଆସନ୍ତାକାଲି ପୁଣି ଟଣା ହେବ - Car festival , Koraput,chariot

ରଥଯାତ୍ରାରେ ଉତ୍ସବ ମୁଖରିତ କୋରାପୁଟର ଶାବର ଶ୍ରୀକ୍ଷେତ୍ର । ବଡ ଭାଇ ବଳଭଦ୍ର ମାଉସୀ ମାଁ ମନ୍ଦିରରେ ପହଞ୍ଚିଥିବାବେଳେ ମଝିରେ ଅଟକିଛନ୍ତି ମହାପ୍ରଭୁ ଓ ଦେବୀ ସୁଭଦ୍ରା ।

ଫଟୋ ସୌଜନ୍ୟ: ସମ୍ବାଦଦାତା, କୋରାପୁଟ
author img

By

Published : Jul 4, 2019, 10:22 PM IST

କୋରାପୁଟ: ଆଜି ଶାବର ଶ୍ରୀକ୍ଷେତ୍ରରେ ଅନୁଷ୍ଠିତ ହୋଇଛି ରଥଯାତ୍ରା । ଭାଇ ଭଉଣୀକୁ ସାଥିରେ ନେଇ ମାଉସୀମା ଘରକୁ ଯାଇଛନ୍ତି ମହାପ୍ରଭୁ । ବଳଭଦ୍ରଙ୍କ ରଥ ମାଉସୀ ଘରେ ପହଞ୍ଚିଥିବାବେଳେ ରାସ୍ତାରେ ଅଟକିଛନ୍ତି ମହାପ୍ରଭୁ ଜଗନ୍ନାଥ ଓ ଦେବୀ ସୁଭଦ୍ରା ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କୋରାପୁଟ

ଅପରାହ୍ନ 2ଟାରେ ରଥ ଟଣା ଆରମ୍ଭ କରାଯାଇଥିଲେ ହେଁ ସନ୍ଧ୍ୟା 7ଟା ସୁଦ୍ଧା କେବଳ ବଳଭଦ୍ରଙ୍କ ରଥ ଶ୍ରୀଗୁଣ୍ଡିଚା ମନ୍ଦିରରେ ପହଞ୍ଚିପାରିଥିଲା । ତେଣୁ ମନ୍ଦିର ପରିଚାଳନା କମିଟି ଓ ଜିଲ୍ଲା ପ୍ରଶାସନର ନିଷ୍ପତ୍ତି କ୍ରମେ ବାକି ଦୁଇ ରଥ ଉପରେ ହିଁ ସନ୍ଧ୍ୟା ଆଳତୀ ସମ୍ପନ୍ନ କରିଛନ୍ତି । ଆସନ୍ତାକାଲି ଦିନ 10ଟାବେଳେ ପୁଣିଥରେ ରଥଟଣା ଆରମ୍ଭ ହେବ ବୋଲି ମନ୍ଦିରର ସମ୍ପାଦକ ଗଦାଧର ପରିଡା ସୂଚନା ଦେଇଛନ୍ତି ।

ଆଜି ପ୍ରଥମ ଥର ପାଇଁ ତିନୋଟି ରଥକୁ ନେଇ ଯାତ୍ରା ଅନୁଷ୍ଠିତ ହୋଇଥିବା ଯୋଗୁଁ ଜିଲ୍ଲା ଓ ଜିଲ୍ଲା ବାହାରୁ ହଜାର ହଜାର ଭକ୍ତ ଯାତ୍ରାରେ ଯୋଗ ଦେଇଥିଲେ । ଦେବୀ ସୁଭଦ୍ରାଙ୍କ ରଥକୁ ମହିଳାମାନେ ଅତି ଆଗ୍ରହର ସହ ଟାଣିବା ଦେଖାଯାଇଥିଲା ।

କୋରାପୁଟରୁ ସି ଏଚ ଶାନ୍ତାକାର, ଇଟିଭି ଭାରତ

Intro:ଆଜି ଶାବର ଶ୍ରୀକ୍ଷେତ୍ର ରେ ଅନୁଷ୍ଠିତ ଶ୍ରୀଗୁଣ୍ଡିଚା ଯାତ୍ରା ରେ ମହାପ୍ରଭୁ ଜଗନ୍ନାଥ ଓ ଦେବୀ ସୁଭଦ୍ରାଙ୍କ ରଥ ଅଧାବାଟରେ ଅଟକି ରହିଲା ।Body:ଅପରାହ୍ନ ଦୁଇଟା ସମୟରେ ରଥ ଟଣା ଆରମ୍ଭ କରାଯାଇଥିଲେ ହେଁ ସନ୍ଧ୍ୟା ସାତଟା ସୁଦ୍ଧା କେବଳ ବଳଭଦ୍ରଙ୍କ ରଥ ଶ୍ରୀଗୁଣ୍ଡିଚା ମନ୍ଦିରରେ ପହଂଚିପାରିଥିଲା । ତେଣୁ ମନ୍ଦିର ପରିଚାଳନା କମିଟି ଓ ଜିଲ୍ଲା ପ୍ରଶାସନ ର ନିଷ୍ପତ୍ତି କ୍ରମେ ଏହି ଦୁଇ ରଥ ଉପରେ ସନ୍ଧ୍ୟା ଆଳତି ସମ୍ପନ୍ନ କରିବା ପରେ ବଡ଼ଦାଣ୍ଡରେ ହିଁ ଆଜି ରାତ୍ରି ପାଈଁ ବିଶ୍ରାମ ଦିଆଯାଇଛି । ଆସନ୍ତା କାଲି ଦିନ ଦଶଟା ବେଳେ ପୁଣିଥରେ ରଥଟଣା ଆରମ୍ଭ ହେବ ବୋଲି ମନ୍ଦିରର ସମ୍ପାଦକ ଗଦାଧର ପରିଡା ସୂଚନା ଦେଇଛନ୍ତି ।Conclusion:ଆଜି ପ୍ରଥମ ଥର ପାଇଁ ତିନୋଟି ରଥକୁ ନେଇ ଯାତ୍ରା ଅନୁଷ୍ଠିତ ହୋଇଥିବା ଯୋଗୁଁ ଜିଲ୍ଲା ଓ ଜିଲ୍ଲା ବାହାରୁ ହଜାର ହଜାର ଭକ୍ତ ଯାତ୍ରାରେ ଯୋଗ ଦେଇଥିଲେ । ଦେବୀ ସୁଭଦ୍ରାଙ୍କ ରଥକୁ ମହିଳା ମାନେ ଅତି ଆଗ୍ରହର ସହ ଟାଣିବା ଦେଖାଯାଇଥିଲା ।
........
Byte : Bhagaban Bahinipati , Ex- Chairman , Koraput Municipality
..........
ଶାନ୍ତାକାର
କୋରାପୁଟ
...........
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.