ETV Bharat / state

ଆଦିବାସୀ ଜନଜୀବନ ଉପରେ ଆଲୋଚନାଚକ୍ର, ବିଲୁପ୍ତ ସଂସ୍କୃତି ସଂରକ୍ଷଣ ନେଇ ଚର୍ଚ୍ଚା - ଦେଶିଆ ସଙ୍ଗୀତ

Seminar on Tribal Culture Preservation in Koraput : କୋରାପୁଟର ଆଦିବାସୀଙ୍କ ଜୀବନ ଶୈଳୀ ଉପରେ ଏକ ଆଲୋଚନା ଚକ୍ର ଆୟୋଜିତ ହୋଇଛି । ଆଦିବାସୀଙ୍କ ସଙ୍ଗୀତ, ନୃତ୍ୟ, ପରମ୍ପରା, ଚାଷ ପ୍ରକ୍ରିୟା ଓ ସାପ୍ତାହିକ ହାଟର ପୁନରୁଦ୍ଧାର ଉପରେ ଗୁରୁତ୍ବ । ଅଧିକ ପଢନ୍ତୁ

ଆଦିବାସୀ ଜନଜୀବନ ଉପରେ ଆଲୋଚନାଚକ୍ର, ବିଲୁପ୍ତ ସଂସ୍କୃତି ସଂରକ୍ଷଣ ନେଇ ଚର୍ଚ୍ଚା

author img

By ETV Bharat Odisha Team

Published : Dec 24, 2023, 10:44 PM IST

ଆଦିବାସୀ ଜନଜୀବନ ଉପରେ ଆଲୋଚନାଚକ୍ର, ବିଲୁପ୍ତ ସଂସ୍କୃତି ସଂରକ୍ଷଣ ନେଇ ଚର୍ଚ୍ଚା

କୋରାପୁଟ: ଜିଲ୍ଲାରେ ବିଭିନ୍ନ ଆଦିବାସୀ ସମ୍ପ୍ରଦାୟ ବସବାସ କରିଥାନ୍ତି । ତେବେ ଆଜି(ରବିବାର) କୋରାପୁଟର ଆଦିବାସୀ ସଂଗ୍ରହାଳୟର ଅଡିଟୋରିୟମରେ କେନ୍ଦ୍ର ସାହିତ୍ୟ ଏକାଡେମୀ ଆନୁକୂଲ୍ୟରେ ଆଦିବାସୀ ସଂସ୍କୃତିରେ ମାନବୀୟ ମୂଲ୍ୟବୋଧ ଉପରେ ଏକ ଆଲୋଚନା ଚକ୍ର ଆୟୋଜିତ ହୋଇଯାଇଛି । ଏହି ଆଲୋଚନା ଚକ୍ରରେ କୋରାପୁଟ ସାହିତ୍ୟ ପରିବାର ସହଯୋଗ କରିଥିବା ବେଳେ ଆଦିବାସୀ ଜନ ଜୀବନର ଏକ ଅଭିନ୍ନ ଅଙ୍ଗ ଭାବେ ସେମାନଙ୍କ ସାଂସ୍କୃତିକ ବିଭବର ସଂରକ୍ଷଣ ଓ ପୁନରୁଦ୍ଧାରର ଆବଶ୍ୟକ ରହିଛି ବୋଲି ମତ ପ୍ରକାଶ ପାଇଥିଲା ।

ମାନବୀୟ ସମ୍ପର୍କ, ଆଦିବାସୀଙ୍କ ସଙ୍ଗୀତ, ନୃତ୍ୟ, ପରମ୍ପରା, ଚାଷ ପ୍ରକ୍ରିୟା ଓ ଏପରିକି ସାପ୍ତାହିକ ହାଟର ପୁନରୁଦ୍ଧାର ଆବଶ୍ୟକ ହୋଇପଡିଥିବା କୋରାପୁଟ ଜିଲ୍ଲାର ବରିଷ୍ଠ ଆଦିବାସୀ ଗବେଷକ ଜଗବନ୍ଧୁ ସାମଲ ମତ ରଖିଥିଲେ । ଦାଣ୍ଡରେ ଡୁଣ୍ଡୁଙ୍ଗା ଭଳି ପାରମ୍ପରିକ ବାଦ୍ୟ ବାଜିଲେ ସଙ୍ଗୀତ ପ୍ରେମୀ ଆଦିବାସୀଟିଏର ମନ ଉତ୍ସାହରେ ଭରି ଯାଏ । ଅନେକ ଆଦିବାସୀ ବାଦ୍ୟ ସମୟର ପ୍ରବାହରେ ନୂତନ କଳେବର ଧାରଣ କରିଥିଲେ ହେଁ ପାରମ୍ପରିକ ଭାବେ ତିଆରି ହୋଇଥିବା ଡୁଣ୍ଡୁଙ୍ଗା, ଢାମ୍ପ, ତୁରୀ, ଟିଡିବିଡି, ଧୁର୍ମୁଷ ପ୍ରଭୃତି ବାଦ୍ୟଯନ୍ତ୍ର ତାର ରୂପ, ଆକାର କିମ୍ବା ନିର୍ମାଣର ଗୁରୁତ୍ବକୁ ଛାଡ଼ିନାହିଁ ।

ଏହା ମଧ୍ୟ ପଢନ୍ତୁ ... ଶାବର ଶ୍ରୀକ୍ଷେତ୍ରରେ 'ଆଦିବାସୀ ଓ ଜଗନ୍ନାଥ' ଶୀର୍ଷକ ଆଲୋଚନା ଚକ୍ର

ଏପରିକି ଲୋକେ ରାତିରେ କାମଦାମ ସରିଯିବା ପରେ ଡୁଣ୍ଡୁଙ୍ଗା ଶୁଣି ଜୀବନର କିଛି କଥାକୁ ସଙ୍ଗୀତ ମାଧ୍ୟମରେ ଶୁଣିବାକୁ ପସନ୍ଦ କରିଥାନ୍ତି । ଆଦିବାସୀ ମହିଳାଙ୍କ ଆଭୂଷଣ, ବେଶଭୁଷା ସେମାନଙ୍କ ଜୀବନର ସୌନ୍ଦର୍ଯ୍ୟକୁ ପ୍ରତିଫଳିତ କରିଛି ବୋଲି ଆଦିବାସୀ ଜୀବନ ଧାରା ସମ୍ପର୍କରେ ଗବେଷଣା କରୁଥିବା ଉମରକୋଟର ବିଶିଷ୍ଟ ଲେଖକ ପ୍ରଦୀପ ମିଶ୍ର ଜଣାଇଛନ୍ତି । ଆଦିବାସୀ ସଂସ୍କୃତିରେ ପ୍ରତିଟି ସ୍ତରରେ ମାନବୀୟ ମୂଲ୍ୟବୋଧ ଭରି ରହିଥିବା ବେଳେ ଆଦିବାସୀ ଯୁବପିଢି ମଧ୍ୟରେ ସମୟ କ୍ରମେ ଏହି ଅତି ଉନ୍ନତ ସଂସ୍କୃତିର ସଂରକ୍ଷଣ ଦିଗରେ ଆଗ୍ରହ କମି ଚାଲିଥିବା ପରିଲକ୍ଷିତ ହେଉଥିବା କେନ୍ଦ୍ରୀୟ ସାହିତ୍ୟ ଏକାଡେମୀ ଓଡ଼ିଆ ଭାଷା ପରାମର୍ଶ ମଣ୍ଡଳୀର ର ସଦସ୍ୟ ଡ. ପ୍ରିତିଧାରା ସାମଲ ଚିନ୍ତା ପ୍ରକଟ କରିଛନ୍ତି ।

କୋରାପୁଟ ଅଞ୍ଚଳରେ ଆଦିବାସୀ ସମ୍ପ୍ରଦାୟ ମଧ୍ୟରେ ଏହି ଅବକ୍ଷୟକୁ ରୋକିବା ପାଇଁ କେନ୍ଦ୍ରୀୟ ସାହିତ୍ୟ ଏକାଡେମୀ ଆୟୋଜିତ କରିଥିବା ଏହି ଆଲୋଚନାଚକ୍ର ଏକ ନୂତନ ଆଶା ସଂଚାର କରିବାର ପ୍ରୟାସ କରିଥିବା ଡ. ସାମଲ ମତ ରଖିଛନ୍ତି । ଭବିଷ୍ୟତରେ ଅଧିକରୁ ଅଧିକ ଏପରି ଆଲୋଚନା ଚକ୍ରର ଆୟୋଜନ କରି ଆଦିବାସୀ ଯୁବପିଢ଼ି ମଧ୍ୟରେ ସଚେତନତା ସୃଷ୍ଟି କରାଯିବ ବୋଲି ସେ ଜଣାଇଛନ୍ତି ।

ଇଟିଭି ଭାରତ, କୋରାପୁଟ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.