ETV Bharat / state

ଜିଲେଟିନ ଷ୍ଟିକ ଲଗାଇ ପଥର ବିସ୍ଫୋରଣ, ୩ ଗିରଫ - ସେମିଳିଗୁଡା ପୋଲିସ

ଜିଲେଟିନ ଷ୍ଟିକ ଲଗାଇ ପଥର ବିସ୍ଫୋରଣ । ବେଆଇନ ଭାବେ ଜିଲେଟିନ ଷ୍ଟିକ ଲଗାଇ ପଥର ବିସ୍ଫୋରଣ ଉଦ୍ୟମ ଚାଲିଥିବା ବେଳେ ପୋଲିସର ଚଢାଉ । ତିନି ଜଣ ଗିରଫ ହୋଇଥିବା ସୂଚନା । ଅଧିକ ପଢନ୍ତୁ

ଜିଲେଟିନ ଷ୍ଟିକ ଲଗାଇ ପଥର ବିସ୍ଫୋରଣ, ୩ ଗିରଫ
ଜିଲେଟିନ ଷ୍ଟିକ ଲଗାଇ ପଥର ବିସ୍ଫୋରଣ, ୩ ଗିରଫ
author img

By

Published : Sep 26, 2022, 3:22 PM IST

କୋରାପୁଟ: ଜିଲେଟିନ ଷ୍ଟିକ (Gelatin Sticks) ଲଗାଇ ପଥର ବିସ୍ଫୋରଣ । ତେବେ ବେଆଇନ ଭାବେ ପଥର ବିସ୍ଫୋରଣ କରିବାକୁ ଚାଲିଥିଲା ଉଦ୍ୟମ । ଏହି ସମୟରେ ଆତର୍କିତ ଭାବେ ଚଢାଉ କରିଥିଲା ପୋଲିସ । ଏହି ଘଟଣାରେ ତିନି ଜଣଙ୍କୁ ଗିରଫ କରାଯାଇଥିବା ବେଳେ 96ଟି ଜିଲେଟିନ ଷ୍ଟିକ ଜବତ କରିଛି ପୋଲିସ ।

ଜିଲେଟିନ ଷ୍ଟିକ ଲଗାଇ ପଥର ବିସ୍ଫୋରଣ, ୩ ଗିରଫ

ମିଳିଥିବା ସୂଚନା ଅନୁଯାୟୀ, କୋରାପୁଟର ସେମିଳିଗୁଡା ସହର ଉପକଣ୍ଠ ବେହେରା ଗୁଡା ନିକଟରେ ଜଣେ ବ୍ୟକ୍ତିଙ୍କ ଜମିରେ ବଡ଼ ବଡ଼ ପଥର ଚଟାଣ ରହିଛି । ତେବେ ବିସ୍ଫୋରଣ କରି ଜମିରୁ ପଥର ଚଟାଣ ସଫା କରିବା ନିମନ୍ତେ ଜିଲୋଟିନ ଷ୍ଟିକ ବ୍ୟବହାର କରିବାକୁ ଯୋଜନା କରିଥିଲେ । ଏଥିନିମନ୍ତେ ରବିବାର ରାତିରେ ଜିଲେଟିନ ଷ୍ଟିକ ଦ୍ବାରା ବିସ୍ଫୋରଣ କରିବାକୁ ଉଦ୍ୟମ ଆରମ୍ଭ କରିଥିଲେ ଅଭିଯୁକ୍ତ । ହେଲେ ଏନେଇ ପୋଲିସ ଠାରୁ କୌଣସି ଅନୁମତି ନେଇନଥିଲେ । ବିନା ଅନୁମତିରେ ପଥର ବ୍ଲାଷ୍ଟିଂ ଚାଲୁଥିବା ଖବର ପାଇଥିଲା ପୋଲିସ । ଏହାପରେ ସେମିଳିଗୁଡା ପୋଲିସ ଏସ୍‌ଆଇ ଦୀପକ କୁମାର ବାରିକ ପୋଲିସ ଟିମ ସହିତ ଘଟଣାସ୍ଥଳରେ ପହଞ୍ଚି ଛାନଭିନ କରିଥିଲେ । ପଥର ଚଟାଣରେ ଗାତ ଖୋଳି ଗାତ ଭିତରେ ଜିଲେଟିନ ଷ୍ଟିକ ଭର୍ତ୍ତି କରି ତାର ଲଗାଉଥିଲେ ଦୁର୍ବୃତ୍ତ । ଏହି ଘଟଣାରେ ପୋଲିସ ୩ଜଣଙ୍କୁ ଗିରଫ କରିଥିଲା । ଗିରଫ ତିନି ଅଭିଯୁକ୍ତ ହେଉଛନ୍ତି ଲୁଙ୍ଗୁରି ଗ୍ରାମର ଧନୀ ଖରା, ଗୋବିନ୍ଦ ଖରା ଏବଂ ମାନିଆର ତ୍ରିନାଥ ବେନିଆ ।

ଏହା ମଧ୍ୟ ପଢନ୍ତୁ-୨୦୨୪ ପାଇଁ କଂଗ୍ରେସର ୯ରୁ ୯୦ ମିଶନ, କର୍ମୀଙ୍କୁ ଗୁରୁମନ୍ତ୍ର ଦେଲେ ଶରତ

ପଥର ଚଟାଣର ପ୍ରାୟ 40ରୁ ଉର୍ଦ୍ଧ୍ବ ସ୍ଥାନରେ ପଥରରେ ଗାତ ଖୋଳି ଜିଲେଟିନ ଷ୍ଟିକ ଲଗାଯାଇଥିଲା । ତେବେ କୋରାପୁଟରୁ ଚି଼ନେୟା ରେଡିଙ୍କ ସମେତ 5 ଜଣିଆ ବୋମା ନିଷ୍କ୍ରିୟକାରୀ ଦଳ ଆସି ଏହାକୁ ନଷ୍ଟ କରିଥିଲେ । ପୋଲିସ ଅଭିଯୁକ୍ତଙ୍କୁ ଗିରଫ କରିବା ସହ 96ଟି ଜିଲେଟିନ ଷ୍ଟିକ, 17ଟି ଡିଟୋନେଟର ଓ 4 ବଣ୍ଡଲ ତାର ଜବତ କରିଛି ।ସେମିଳିଗୁଡା ଥାନାରେ ଏନେଇ ମାମଲା ରୁଜୁ କରାଯାଇ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି । ତେବେ ସହର ଉପକଣ୍ଠରେ ବେଆଇନ ଭାବେ ଜିଲେଟିନ ଓ ଡିଟୋନେଟର ବ୍ୟବହାର କିପରି କରାଯାଉଥିଲା । ଏତେ ପରିମାଣର ବିସ୍ଫୋରକ କେଉଁଠୁ ଆସିଲା ସେନେଇ ଅଧିକ ଖୋଳତାଡ ଚାଲିଥିବା ସୁନାବେଡା ଏସଡିପିଓ ମନୋଜ ବେହେରା ସୂଚନା ଦେଇଛନ୍ତି । ଏହି ଘଟଣାରେ ଆଉ କିଏ କିଏ ସାମିଲ ଅଛନ୍ତି ତାହା ତଦନ୍ତ ପରେ ସ୍ପଷ୍ଟ ହେବ ।

ଇଟିଭି ଭାରତ, କୋରାପୁଟ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.