ETV Bharat / state

କୋରାପୁଟରେ ଉଦଘାଟିତ ହେଲା ଦ୍ଵିତୀୟ କୋଭିଡ କେୟାର ସେଣ୍ଟର - second covid care centre inagurated in koraput

କୋରାପୁଟରେ ଆରମ୍ଭ ହେଲା ଦ୍ବିତୀୟ କୋଭିଡ କେୟାର ସେଣ୍ଟର । ଗାନ୍ଧିନଗର ଅନ୍ବାଶା ଛାତ୍ରାବାସରେ 70 ଶଯ୍ୟା କେୟାର ସେଣ୍ଟରକୁ ଉଦଘାଟନ କରିଛନ୍ତି ଜିଲ୍ଲାପାଳ ମଧୂସୂଦନ ମିଶ୍ର ।

କୋରାପୁଟରେ ଉଦଘାଟିତ ହେଲା ଦ୍ଵିତୀୟ କୋଭିଡ କେୟାର ସେଣ୍ଟର

author img

By

Published : Jul 25, 2020, 6:19 PM IST

କୋରାପୁଟ: କୋରାପୁଟରେ ଆଜି ଉଦଘାଟିତ ହୋଇଯାଇଛି 70 ବେଡ଼ ଯୁକ୍ତ କୋଭିଡ କେୟାର ସେଣ୍ଟର । ଗାନ୍ଧିନଗରର ଅନ୍ବେଶା ଛାତ୍ରାବାସରେ ଜିଲ୍ଲାପାଳ ମଧୁସୂଦନ ମିଶ୍ରଙ୍କ ଦ୍ବାରା ଉଦଘାଟିତ ଏହି କେୟାର ସେଣ୍ଟରରେ ଡାକ୍ତରଙ୍କ ସହିତ ଷ୍ଟାଫ ନର୍ସ ଓ ଅନ୍ୟାନ୍ୟ ପାରାମେଡିକାଲ କର୍ମଚାରୀ ନିୟୋଜିତ ହୋଇଛନ୍ତି ।

କୋରାପୁଟରେ ଉଦଘାଟିତ ହେଲା ଦ୍ଵିତୀୟ କୋଭିଡ କେୟାର ସେଣ୍ଟର

କୋରୋନା ଭୂତାଣୁ ପ୍ରଭାବର ସାମାନ୍ୟ ଲକ୍ଷଣ ଦେଖାଗଲେ ସମ୍ପୃକ୍ତ ବ୍ୟକ୍ତିଙ୍କୁ ଏହିଠାରେ ଚିକିତ୍ସା ପ୍ରଦାନ କରାଯିବ । ଏହାସହ ଗୁରୁତର ଭାବେ ଅସୁସ୍ଥ ହୋଇଥିବା ରୋଗୀଙ୍କୁ ଜୟପୁରସ୍ଥିତ କୋଭିଡ ହସ୍ପିଟାଲକୁ ସ୍ଥାନାନ୍ତର କରାଯିବ ବୋଲି ଜିଲ୍ଲାପାଳ ଜଣାଇଛନ୍ତି ।

ଏଥି ସହିତ HAL ଦ୍ବାରା ସୁନାବେଡ଼ାରେ ଓ ନାଲକୋ ଦ୍ବାରା ଦାମନଯୋଡି ଠାରେ ଅନୁରୂପ କେନ୍ଦ୍ର ଖୋଲାଯାଉଥିବାବେଳେ ପ୍ରତି ପଞ୍ଚାୟତରେ କୋଭିଡ କେୟାର ହୋମ ଖୋଲାଯିବାର ଯୋଜନା ଥିବା ସେ ସୂଚନା ପ୍ରଦାନ କରିଛନ୍ତି ।

କୋରାପୁଟରୁ ସି ଏଚ ଶାନ୍ତାକାର, ଇଟିଭି ଭାରତ

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.