ETV Bharat / state

ସୀମା ଚିହ୍ନଟ ଖୁଣ୍ଟିକୁ ଭାଙ୍ଗିଲେ ଆନ୍ଧ୍ରବାସୀ, ଜିପିଏସ ସର୍ଭେ କରୁଛି ଆନ୍ଧ୍ର - ଆନ୍ଧ୍ର ଓଡିଶା ସୀମା ବିବାଦ ଖବର

ପୁଣି କୁହୁଳୁଛି ସମ୍ବାଇ ସୀମା ବିବାଦ । ଦୁଇ ପଡୋଶୀଙ୍କ ମଧ୍ୟରେ ଧସ୍ତା ଧସ୍ତି ପରିସ୍ଥିତି ,ସୀମା ଚିହ୍ନଟ ଖୁଣ୍ଟିକୁ ଭାଙ୍ଗିଲେ ଆନ୍ଧ୍ରବାସୀ। ଗତ ମାର୍ଚ୍ଚ ମାସ ୧୬ ତାରିଖରେ ଉଭୟ ସୀମାନ୍ତ ବାସୀଙ୍କ ପରସ୍ପର ବୁଝାମଣାରେ ସୀମାରେ ଚିହ୍ନଟ ପାଇଁ ସିମେଣ୍ଟ ଖୁଣ୍ଟ ପୋତାଯାଇଥିଲା । ଅଧିକ ପଢନ୍ତୁ...

sambai border dispute
ସୀମା ଚିହ୍ନଟ ଖୁଣ୍ଟିକୁ ଭାଙ୍ଗିଲେ ଆନ୍ଧ୍ରବାସୀ, ଆନ୍ଧ୍ର କରୁଛି ଜିପିଏସ ସର୍ଭେ
author img

By

Published : Apr 4, 2021, 12:03 PM IST

କୋରାପୁଟ: ପୁଣି କୁହୁଳୁଛି ସମ୍ବାଇ ସୀମା ବିବାଦ । ଦୁଇ ପଡୋଶୀଙ୍କ ମଧ୍ୟରେ ଧସ୍ତାଧସ୍ତି ପରିସ୍ଥିତି ,ସୀମା ଚିହ୍ନଟ ଖୁଣ୍ଟିକୁ ଭାଙ୍ଗିଲେ ଆନ୍ଧ୍ରବାସୀ। କିଛି ଦିନର ନିରବତା ପରେ ପୁଣି ମୁଣ୍ଡ ଟେକୁଛି ସମ୍ବାଇ ସୀମାବିବାଦ ।

ସୀମା ଚିହ୍ନଟ ଖୁଣ୍ଟିକୁ ଭାଙ୍ଗିଲେ ଆନ୍ଧ୍ରବାସୀ, ଆନ୍ଧ୍ର କରୁଛି ଜିପିଏସ ସର୍ଭେ

କୋରାପୁଟ ଜିଲ୍ଲା ପଟ୍ଟାଙ୍ଗି ବ୍ଲକ ସମ୍ବାଇ ଗ୍ରାମପଞ୍ଚାୟତରେ ପୁଣି କୁହୁଳୁଛି ସୀମାବିବାଦ । ଗତ ମାର୍ଚ୍ଚ ମାସ ୧୬ ତାରିଖରେ ଉଭୟ ସୀମାନ୍ତ ବାସୀଙ୍କ ପରସ୍ପର ବୁଝାମଣାରେ ସୀମାରେ ଚିହ୍ନଟ ପାଇଁ ସିମେଣ୍ଟ ଖୁଣ୍ଟ ପୋତାଯାଇଥିଲା । କିନ୍ତୁ ଉକ୍ତ ପୋତାଯାଇଥିବା ଖୁଣ୍ଟକୁ ମିଟାମ ଗ୍ରାମର ଗ୍ରାମବାସୀ ଭାଙ୍ଗିଦେବା ନେଇ ଜାମୁଗୁଡା ଗ୍ରାମବାସୀ ଜାଣିବା ପରେ ସୀମାରେ ପୁଣି ଉତ୍ତେଜନା ସୃଷ୍ଟିହେବା ସହ ଉଭୟଙ୍କ ମଧ୍ୟରେ କିଛି ସମୟପାଇଁ ଧସ୍ତାଧସ୍ତି ପରିସ୍ଥିତି ମଧ୍ୟ ସୃଷ୍ଟି ହୋଇଛି ।

sambai border dispute
ସୀମା ଚିହ୍ନଟ ଖୁଣ୍ଟିକୁ ଭାଙ୍ଗିଲେ ଆନ୍ଧ୍ରବାସୀ, ଆନ୍ଧ୍ର କରୁଛି ଜିପିଏସ ସର୍ଭେ

ସୂଚନାଯୋଗ୍ୟ ଆନ୍ଧ୍ର ସରକାରଙ୍କ ପକ୍ଷରୁ ଫରେଷ୍ଟ ରେଞ୍ଜର ଚନ୍ଦ୍ରଶେଖର ରାଓ , ଫରେଷ୍ଟୋର ,ଆର ଆଇ ଓ ଅମିନଙ୍କ ସହ ସୀମାନ୍ତରେ ପହଞ୍ଚି ଜିପିଏସ ମାଧ୍ୟମରେ ଏକ ତରଫା ସୀମା ଚିହ୍ନଟ ପ୍ରକ୍ରିୟା ଆରମ୍ଭ କରିଥିଲେ । ଏହି ଖବର ପାଇ ଓଡିଶା ପକ୍ଷରୁ ପଟ୍ଟାଙ୍ଗି ତହସିଲଦାର ହରିପଦ ମଣ୍ଡଳ,ଆର ଆଇ ସୁପରଭାଇଜର ବି ଏନ ଖଟେଇ ,ଆର ଆଇ ,ସଭା ହରିଜନ ଓ ଆଇଆଇସି କୈବଲ୍ୟ ସେଠ ପ୍ରମୁଖ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଥିଲେ । ତହସିଲଦାର ମଣ୍ଡଳଙ୍କ କହିବାନୁଯାୟୀ ବର୍ତ୍ତମାନ ଆନ୍ଧ୍ର ସରକାରଙ୍କ ଅଧିକାରୀ ଓଡ଼ିଶାର ଅଧିକାରୀଙ୍କୁ ନ ଜଣାଇ ଜିପିଏସ ମାଧ୍ୟମରେ ସର୍ଭେ କାର୍ଯ୍ୟ ଆରମ୍ଭ କରିଛନ୍ତି । ବର୍ତ୍ତମାନ ସୁଦ୍ଧା ସେମାନେ ଓଡିଶା ଭିତରକୁ ପଶିଛନ୍ତି କି ନାହିଁ ତାହା ଜଣାପଡିନାହିଁ । ସେମାନଙ୍କ କାର୍ଯ୍ୟ ସମ୍ପୂର୍ଣ୍ଣ ହେଲେ ଜଣାପଡିବ ଓ ଏନେଇ ସେ ଜିଲ୍ଲାପାଳଙ୍କୁ ଜଣାଇବେ ବୋଲି ପଟାଙ୍ଗୀ ତହସିଦାର କହିଛନ୍ତି ।

କୋରାପୁଟରୁ ସିଏଚ ଶାନ୍ତାକାର,ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.