ETV Bharat / state

ଅପହଞ୍ଚ ଇଲାକାରେ ଆଦିବାସୀଙ୍କ ‘ଚଳନ୍ତି ବ୍ୟାଙ୍କ’ ସଲାମୀ ଶଶାଙ୍କର - ଆଦିବାସୀଙ୍କ ଚଳନ୍ତି ବ୍ୟାଙ୍କ ସଲାମୀ ଶଶାଙ୍କର

ଘର ବାରଣ୍ଡାରେ ବ୍ୟାଙ୍କ୍ ସେବା । ପେମେଣ୍ଟଠୁ ଡିପୋଜିଟ୍ ସବୁ ସୁବିଧା ହାତପାହାନ୍ତାରେ । କୋରୋନା କାଳରେ ଆଦିବାସୀ ଇଲାକାରେ ଏପରି ଚାଲିଥିଲା ବ୍ୟାଙ୍କ୍ ସେବା । କାନ୍ଧରେ ଲାପଟପ ଓ ହାତରେ ଟଙ୍କା ବ୍ୟାଗ୍ ଧରି ସେବା ଯୋଗାଉଥିଲେ ବ୍ୟାଙ୍କ ମ୍ୟାଡାମ୍ । ମହାମାରୀ କାଳରେ ସାମାଜିକ ଦୂରତା ରକ୍ଷା କରି ବ୍ୟାଙ୍କ ମ୍ୟାଡାମଙ୍କ ‘ଚଳନ୍ତି ବ୍ୟାଙ୍କ’ରେ ଲାଗେ ଲମ୍ବା ଲାଇନ । ଜାଣନ୍ତୁ ଅଧିକ, 27 ବର୍ଷୀୟା ସଲାମୀ ଶଶାଙ୍କର ‘ଚଳନ୍ତି ବ୍ୟାଙ୍କ’ ସମ୍ପର୍କରେ....

ଅପହଞ୍ଚ ଇଲାକାରେ ଆଦିବାସୀଙ୍କ ଚଳନ୍ତି ବ୍ୟାଙ୍କ ସଲାମୀ ଶଶାଙ୍କର

author img

By

Published : Mar 3, 2021, 3:58 PM IST

କୋରାପୁଟ: ତାଙ୍କ ପାଇଁ ଉପାନ୍ତ ଅଞ୍ଚଳରେ ଆଦିବାସୀଙ୍କ ହାତପାହାନ୍ତାରେ ପହଞ୍ଚିଥିଲା ବ୍ୟାଙ୍କ ସେବା । ସେ ଗାଁରେ ପହଞ୍ଚିଲେ ‘ବ୍ଯାଙ୍କ ମାଡାମ’ କହି ପାଖକୁ ଧାଇଁ ଆସୁଥିଲେ ଲୋକେ । ଯେଉଁଠିକୁ ପ୍ରଶାସନ ଯାଇପାରୁନି, ସେଠାରେ ସେ ବ୍ୟାଙ୍କ ସେବା ପ୍ରଦାନ କରି ଲୋକଙ୍କ ଗୁରୁତ୍ବପୂର୍ଣ୍ଣ ମୌଳିକ ଆବଶ୍ୟକତାକୁ ପୂରଣ କରୁଛନ୍ତି । ଆଦିବାସୀ ଝିଅ ସଲାମୀ ଶଶାଙ୍କର । ଅନ୍ତର୍ଜାତୀୟ ମହିଳା ଦିବସ ଉପଲକ୍ଷେ ଆଜି ଇଟିଭି ଭାରତର ସ୍ବତନ୍ତ୍ର ଉପସ୍ଥାପନା ‘ବୀରାଙ୍ଗନା’ରେ ସଲାମୀଙ୍କ ମହତ୍ବପୂର୍ଣ୍ଣ କାର୍ଯ୍ୟ ସମ୍ପର୍କରେ ଅଧିକ ଜାଣିବା ।

ଅପହଞ୍ଚ ଇଲାକାରେ ଆଦିବାସୀଙ୍କ ‘ଚଳନ୍ତି ବ୍ୟାଙ୍କ’ ସଲାମୀ ଶଶାଙ୍କର

ଅପହଞ୍ଚ ଇଲାକାରେ ବ୍ୟାଙ୍କିଙ୍ଗ ସେବା ପହଞ୍ଚାଇ ଆଦିବାସୀ ଝିଅ ସଲାମୀ ଶଶାଙ୍କର ଅଞ୍ଚଳବାସୀଙ୍କ ସାବାସୀ ପାଇଲେ । ସଲାମୀ ଲକ୍ଷ୍ମୀପୁର ବ୍ଲକ ଅନ୍ତର୍ଗତ ତୟାପୁଟ ଗ୍ରାମର ଏକ ଗରିବ ପରିବାରର ଆଦିବାସୀ ଝିଅ । କିନ୍ତୁ ନିଜ ଦୃଢ ସଂକଳ୍ପ ଓ ରାଜ୍ୟ ସରକାରଙ୍କ ଜୀବିକା ମିଶନ ସହଯୋଗରେ ଲକଡାଉନ ସମୟରେ ଗାଁ ଗାଁ ବୁଲି ଲୋକଙ୍କୁ ବ୍ୟାଙ୍କ୍ ସେବା ପ୍ରଦାନ କରିଛନ୍ତି । ଏହି ସମୟରେ ସରକାରଙ୍କ ଆର୍ଥିକ ସେବା ଯୋଗାଉଥିବା ବିଭିନ୍ନ ଯୋଜନାରେ 2 କୋଟି ଟଙ୍କା ଲୋକଙ୍କ ପାଖରେ ପହଞ୍ଚାଇବା ସହ ନିଜେ 69 ହଜାର ଟଙ୍କାର କମିଶନ ଅର୍ଜନ କରିପାରିଥିଲେ ।

ସଲାମୀର ଏହି ଅଭୂତପୂର୍ବ ସଫଳତାକୁ ସମ୍ମାନ ଜଣାଇ ସେ ସମୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଟ୍ୱିଟ ଯୋଗେ ସଲାମୀକୁ ପ୍ରଶଂସା କରିଥିଲେ । ଏହାସହ ଓଡିଶା ଜୀବିକା ମିଶନର କୋରାପୁଟ ଜିଲ୍ଲା ଅଧିକାରୀ ସୁସ୍ମିତା ସାମନ୍ତରାୟ ମଧ୍ୟ ତାଙ୍କୁ ସାଧୁବାଦ ଜଣାଇଥିଲେ ।

ସରକାରଙ୍କ ଅନେକ ଯୋଜନା ବିଶେଷ କରି ଆର୍ଥିକ ସୁବିଧା ପହଞ୍ଚାଇବା ପାଇଁ ବ୍ୟାଙ୍କ ଗୁଡିକର ଭୂମିକା ଗୁରୁତ୍ୱପୂର୍ଣ୍ଣ । କିନ୍ତୁ ବିଭିନ୍ନ କାରଣରୁ ବ୍ୟାଙ୍କ ଗୁଡିକ ମଧ୍ୟ ଲୋକଙ୍କ ପାଖରେ ସେବା ପହଞ୍ଚାଇବାରେ ଅସମର୍ଥ ହେଉଛନ୍ତି । ଏପରି ଏକ ସମୟରେ ଓଡିଶା ଜୀବିକା ମିଶନ ଜିଲ୍ଲାର ବିଭିନ୍ନ ବ୍ଲକରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟଙ୍କ ମଧ୍ୟରୁ ଚୟନ କରି 28 ଜଣ ବ୍ୟବସାୟ ସଂଯୋଜିକାଙ୍କୁ ଲାପଟପ, ପ୍ରିଣ୍ଟର ପ୍ରଦାନ କରାଯାଇଥିଲା । ଏପରିକି ପ୍ରତ୍ୟେକ ବ୍ୟବସାୟ ସଂଯୋଜିକାଙ୍କୁ 85 ହଜାର ଟଙ୍କା ଲେଖାଏଁ ସହାୟତା ରାଶି ପ୍ରଦାନ କରି ବ୍ୟାଙ୍କିଙ୍ଗ ସେବାକୁ ଲୋକଙ୍କ ପାଖରେ ପହଞ୍ଚାଇବାରେ ସଫଳତା ହାସଲ କରିଛି ।

ତେବେ ସଲାମୀଙ୍କ ସଫଳତା ଅନ୍ୟ ସମସ୍ତଙ୍କ ମଧ୍ୟରେ ଏକ ନୂତନ ଉତ୍ସାହ ଭରି ଦେଇଥିବା ବେଳେ ଚଳିତ ବର୍ଷ ନୂତନ ଭାବେ 20 ଜଣ ସଂଯୋଜିକାଙ୍କୁ ଚୟନ କରିବାରେ ସହାୟକ ହୋଇଛି ବୋଲି ସୁସ୍ମିତା ସାମନ୍ତରାୟ ଜଣାଇଛନ୍ତି ।

ସକାଳ ହେଲେ ତୟାପୁଟରେ ଥିବା ପୈତୃକ ଘରେ ସଲାମୀଙ୍କୁ ଦେଖା କରିବା ପାଇଁ ଲୋକଙ୍କ ଭିଡ ଲାଗିଯାଏ । ନିଜ ଲ୍ଯାପଟପ ଟିକୁ ଧରି ସଲାମୀ ଯେତେବେଲେ ଘର ଭିତରୁ ବାହାରି ଆସନ୍ତି ଘରେ ଓ ନିଜ ନିଜ ଗାଁ ଗଣ୍ଡାରେ ଅପେକ୍ଷା କରିଥିବା ଛାତ୍ରଛାତ୍ରୀଙ୍କ ଠାରୁ ଆରମ୍ଭକରି ମହିଳା ସ୍ଵୟଂ ସହାୟକ ଗୋଷ୍ଠୀ ପର୍ଯ୍ୟନ୍ତ ସମସ୍ତେ ଆନନ୍ଦରେ ତାଙ୍କୁ ସ୍ଵାଗତ କରିଥାନ୍ତି ।

ଅନଲାଇନରେ ନିଜ ନିଜ ବ୍ୟାଙ୍କରେ ଖୋଲିଥିବା ଜମା ଖାତାରେ କେତେ ଅର୍ଥ ଅଛି ତା ସମ୍ପର୍କରେ ଜାଣିବା ସହ ସେଥିରୁ ଅର୍ଥ କାଢିବା କିମ୍ବା କିଛି ଅର୍ଥ ଡିପୋଜିଟ୍, ସଲାମୀଙ୍କ ଦ୍ଵାରା କରାଇ ନେବାରେ ସେମାନେ ସମର୍ଥ ହେଉଥିବା ଯୋଗୁଁ ସଲାମୀଙ୍କ ପ୍ରତି ସମସ୍ତଙ୍କ ଆଦର ବଢିଛି । ସଲାମୀଙ୍କ ସାଙ୍ଗସାଥି ଓ ଏପରିକି ତାଙ୍କ ମା ସଲାମୀଙ୍କ ଏପରି ସମାଜସେବା କାର୍ଯ୍ୟ ପାଇଁ ସମ୍ମାନ ବୃଦ୍ଧି ପାଇଥିବା କହିଥିବା ବେଳେ ଗାଁ ଗଣ୍ଡାରେ ନିର୍ଭୀକ ଭାବେ ଘୂରିବୁଲି ସାହସିକତା ପ୍ରଦର୍ଶନ କରିଥିବା, ସଲାମୀଙ୍କ ବାନ୍ଧବୀ ଅଞ୍ଜଳୀ ଗରଡ଼ା ମତ ରଖିଛନ୍ତି ।

ତେବେ ସଲାମୀଙ୍କ ପାଇଁ ଏହି ଯାତ୍ରା ଏତେ ସହଜ ନଥିଲା । ଗରିବ ଘରର ଝିଅ ହୋଇଥିବା ଯୋଗୁଁ 10 କିଲୋମିଟର ଯାଇ ବ୍ୟାଙ୍କରୁ ଅର୍ଥ ଆଣି ସେହି ଅର୍ଥରୁ ଲୋକଙ୍କୁ ବାଣ୍ଟିବା ଭଳି କାର୍ଯ୍ୟ କରିବା ବହୁତ କଠିନ ବ୍ୟାପାର ବୋଲି ଜିପିଏଲଏଫର ସଭାପତି ବାର ମୁସକା ଜଣାଇଛନ୍ତି । ସଲାମୀଙ୍କୁ ଯଦି ସରକାରଙ୍କ ଦ୍ଵାରା କିଛି ଋଣ ଦିଆଯାଇପାରନ୍ତା ସେ ଆହୁରି ଭଲଭାବରେ ଲୋକଙ୍କ ଆର୍ଥିକ ଆବଶ୍ୟକତାକୁ ସ୍ବଚାରୁରୂପେ ସମ୍ପାଦିତ କରିପାରିଥାନ୍ତେ ବୋଲି ସେ ମତ ରଖିଛନ୍ତି ।

ତେବେ ଲୋକଙ୍କୁ ସେବା ଯୋଗାଇ, ଲୋକଙ୍କ ମଧ୍ୟରେ ରହି ଏକ ଅପୂର୍ବ ଅନୁଭୂତି ପାଉଛି । ଆଗକୁ ଏହି କାର୍ଯ୍ୟକୁ ଆହୁରି ଅଧିକ ଦକ୍ଷତାର କରିବି ବୋଲି ଆଶା ରଖିଛନ୍ତି ସଲାମୀ ।

କୋରାପୁଟରୁ ସି.ଏଚ୍. ଶାନ୍ତାକାର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.