ETV Bharat / state

କୁନ୍ଦୁରାରେ ଷ୍ଟେଟବ୍ୟାଙ୍କ ଶାଖା ପ୍ରତିଷ୍ଠା ପାଇଁ ସଚେତନ ନାଗରିକ ମଞ୍ଚର ଦାବି - କୁନ୍ଦୁରାରେ ଷ୍ଟେଟବ୍ୟାଙ୍କ ନିର୍ମାଣ

କୋରାପୁଟ ଜିଲ୍ଲା କୁନ୍ଦୁରା ବ୍ଲକ ସଦର ମହକୁମାଠାରେ ଷ୍ଟେଟବ୍ୟାଙ୍କ ଶାଖା ପ୍ରତିଷ୍ଠା ପାଇଁ ଜିଲ୍ଲାପାଳଙ୍କୁ ସଚେତନ ନାଗରିକ ମଞ୍ଚର ଦାବି ପତ୍ର । ଟଙ୍କା ଦେଣନେଣ ପାଇଁ ଅଞ୍ଚଳବାସୀ ଏଠାରୁ 25 କିଲୋମିଟର ଦୂର ଜୟପୁର ସହରର ଷ୍ଟେଟବ୍ୟାଙ୍କ ଉପରେ ନିର୍ଭରଶୀଳ ହୋଇଥାନ୍ତି । ଅଧିକ ପଢନ୍ତୁ...

କୁନ୍ଦୁରାରେ ଷ୍ଟେଟବ୍ୟାଙ୍କ ନିର୍ମାଣ ପାଇଁ ସଚେତନ ନାଗରିକ ମଞ୍ଚର ଦାବି

author img

By

Published : Jul 6, 2020, 6:31 PM IST

Updated : Jul 6, 2020, 8:11 PM IST

କୋରାପୁଟ: କୁନ୍ଦୁରା ବ୍ଲକ ସଦର ମହକୁମାଠାରେ ଭାରତୀୟ ଷ୍ଟେଟବ୍ୟାଙ୍କର ଏକ ଶାଖା ପ୍ରତିଷ୍ଠା ପାଇଁ ସଚେତନ ନାଗରିକ ମଞ୍ଚ ପକ୍ଷରୁ ବିଡିଓ ସ୍ନେହପ୍ରଭା ମାଝିଙ୍କ ଜରିଆରେ ଜିଲ୍ଲାପାଳଙ୍କୁ ଦାବି ପତ୍ର ପ୍ରଦାନ କରାଯାଇଛି । ତେବେ ଟଙ୍କା ଦେଣନେଣ ପାଇଁ ଅଞ୍ଚଳବାସୀ ଏଠାରୁ 25 କିଲୋମିଟର ଦୂର ଜୟପୁର ସହରର ଷ୍ଟେଟବ୍ୟାଙ୍କ ଉପରେ ନିର୍ଭରଶୀଳ ହୋଇଥାନ୍ତି ।

କୁନ୍ଦୁରାରେ ଷ୍ଟେଟବ୍ୟାଙ୍କ ନିର୍ମାଣ ପାଇଁ ସଚେତନ ନାଗରିକ ମଞ୍ଚର ଦାବି
କୁନ୍ଦୁରାରେ ଷ୍ଟେଟବ୍ୟାଙ୍କ ନିର୍ମାଣ ପାଇଁ ସଚେତନ ନାଗରିକ ମଞ୍ଚର ଦାବି

କୋରାପୁଟ ଜିଲ୍ଲା ସଦର ମହକୁମାଠାରୁ କୁନ୍ଦୁରା ବ୍ଲକର ଦୂରତା ପ୍ରାୟ 60 କିଲୋମିଟର । ଏହା ଏକ ଆଦିବାସୀ ବହୁଳ ଅଞ୍ଚଳ ହୋଇଥିବାବେଳେ ବ୍ଲକର ଗରିବ ହିତାଧିକାରୀ ସରକାରୀ ଯୋଜନାର ସୁଫଳ ଲାଭ ପାଇଁ 25 କିଲୋମିଟର ଦୂର ଜୟପୁର ସହରର ଷ୍ଟେଟବ୍ୟାଙ୍କ ଯିବାକୁ ବାଧ୍ୟ ହେଉଛନ୍ତି । ଏହାଫଳରେ ସମସ୍ତଙ୍କ ଯାତାୟତରେ ଅସୁବିଧା ସହ ଅର୍ଥ ଓ ସମୟ ଅପଚୟ ହେଉଥିବା ଏହି ଦାବି ପତ୍ରରେ ଜଣାଇଛନ୍ତି ।

ପୂର୍ବରୁ 2012-13ରେ ଏଠାରେ ଏକ ଷ୍ଟେଟବ୍ୟାଙ୍କ ପ୍ରତିଷ୍ଠା ପାଇଁ କୁଆଡେ କର୍ମଚାରୀ ନିଯୁକ୍ତି ହୋଇଥିଲେ । ହେଲେ କୌଣସି କାରଣବଶତଃ ବ୍ୟାଙ୍କଟି କୁନ୍ଦୁରାରେ ସ୍ଥାପନ କରାନଯାଇ ଏଠାରୁ 28 କିଲୋମିଟର ଦୂର ବୈପାରୀଗୁଡାରେ ସ୍ଥାପନ କରାଯାଇଥିବା ଅଭିଯୋଗ ହୋଇଛି । ଏ ସମ୍ପର୍କରେ ଜିଲ୍ଲାପାଳଙ୍କ ଅନେକ ଥର ଦୃଷ୍ଟି ଆକର୍ଷଣ କରାଯାଇଥିଲେ ମଧ୍ୟ କୌଣସି ସୁଫଳ ମିଳିପାରିନାହିଁ । ଏନେଇ କୁନ୍ଦୁରାରେ ଷ୍ଟେଟବ୍ୟାଙ୍କର ଏକ ଶାଖା ସ୍ଥାପନ ପାଇଁ ସଚେତନ ନାଗରିକ ମଞ୍ଚ ପକ୍ଷରୁ ଜିଲ୍ଲାପାଳଙ୍କୁ ପୂନର୍ବାର ଦାବିପତ୍ର ପ୍ରଦାନ କରାଯାଇଛି । ତେବେ ଅଞ୍ଚଳବାସୀଙ୍କ ସମସ୍ୟାକୁ ହୃଦୟଙ୍ଗମ କରି ଆଗାମୀ ଦିନରେ ଏଠାରେ ବ୍ୟାଙ୍କ ନିର୍ମାଣ କରାଯାଉଛି କି ନାହିଁ ତାହା ଦେଖିବାକୁ ବାକି ରହିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Jul 6, 2020, 8:11 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.