କୋରାପୁଟ: କୋରାପୁଟର ଶାବର ଶ୍ରୀକ୍ଷେତ୍ର ଶ୍ରୀଗୁଣ୍ଡିଚା ମନ୍ଦିରରେ ମିଳୁଥିବା ମାଲପୁଆ ଓ ଅନ୍ନଭୋଗ ଭକ୍ତଙ୍କ ମନ ଜିଣିଲା । ଶାବର ଶ୍ରୀକ୍ଷେତ୍ର ଶ୍ରୀଗୁଣ୍ଡିଚା ମନ୍ଦିରରେ ଚତୁର୍ଧାମୂର୍ତ୍ତି ପ୍ରତିଦିନ ଭକ୍ତଙ୍କୁ ବିଭିନ୍ନ ଅବତାରରେ ସଜ୍ଜିତ ହୋଇ ଦର୍ଶନ ଦେଉଥିବା ବେଳେ ସନ୍ଧ୍ୟା ଆଳତୀ ସାଙ୍ଗକୁ ମଧ୍ୟାହ୍ନରେ ଅନ୍ନଭୋଗ ଓ ଦିନ ତମାମ ମାଲପୁଆ ଓ ଶୁଖିଲା ଭୋଗ ଭକ୍ତଙ୍କ ଆନନ୍ଦକୁ ଦ୍ବିଗୁଣିତ କରିଦେଇଛି ।
ରଥଯାତ୍ରାରେ ଶ୍ରୀଗୁଣ୍ଡିଚା ମନ୍ଦିରରେ ମିଳୁଥିବା ମାଲପୁଆ ଭକ୍ତଙ୍କ ମନ ମୋହିଥିବା ବେଳେ ଅନ୍ନ ପ୍ରସାଦ ଏହାର ଉନ୍ନତ ଗୁଣାତ୍ମକ ମାନ ବଜାୟ ରଖି ବର୍ଷ ବର୍ଷ ଧରି ସମସ୍ତଙ୍କ ହୃଦୟ ଜିଣିବାରେ ସକ୍ଷମ ହୋଇଛି ।
କୋରାପୁଟରୁ ସି.ଏଚ୍ ଶାନ୍ତାକାର, ଇଟିଭି ଭାରତ