ETV Bharat / state

କେବେ ଦୂର ହେବ 57 ବର୍ଷର ଦୁଃଖ ? ସ୍କୁଲକୁ ମିଳିବ ପକ୍କା ଘର - ଘର

ପଟ୍ଟାଙ୍ଗି ବ୍ଲକ ଅନ୍ତର୍ଗତ କୋଟିଆ ପଞ୍ଚାୟତର ମାଡ଼କାର ଗାଁ । ଗାଁରେ ୧୯୬୨ ମସିହାରେ ଗୋଟିଏ ମାତ୍ର ଟିଣ ଛାତ କୋଠରୀରେ ବିଦ୍ୟାଳୟ ପ୍ରତିଷ୍ଠା ହୋଇଥିଲା । କୋଟିଆରୁ ମାଡ଼କାରକୁ କୌଣସି ରାସ୍ତା ନଥିବା ଯୋଗୁଁ ଟିଣ ଘର ଏ ପର୍ଯ୍ୟନ୍ତ ପକ୍କା ଘରରେ ପରିଣତ ହୋଇ ପାରିଲା ନାହିଁ ।  ଏହି ଅଭିଯୋଗ ଆଣିଛନ୍ତି ବିଦ୍ୟାଳୟ ଶିକ୍ଷକ ଆର.ଈଶ୍ୱର ରାଓ । ରାସ୍ତାଟିଏ ପାଇଁ ୫୭ ବର୍ଷ ଧରି ଅପେକ୍ଷା କରିଛି ମାଡ଼କାରର ବିଦ୍ୟାଳୟ

ଫଟୋ ସୌଜନ୍ୟ: ସମ୍ବାଦଦାତା. କୋରାପୁଟ
author img

By

Published : May 1, 2019, 12:12 AM IST

କୋରାପୁଟ: ଘଞ୍ଚ ଜଙ୍ଗଲ ସହ ଦୁଇ ତିନୋଟି ପାହାଡର ଉଠାଣି ଗଡାଣି ରାସ୍ତା ଅତିକ୍ରମ କଲେ ପଡେ ପାହାଡିଆ ଗାଁ । ରାସ୍ତାର ଅନେକ ଜାଗାରେ ରହିଛି ଜଳ ସ୍ରୋତ । ଆଖିକୁ ଏସବୁ ଦୃଶ୍ୟ ସୁନ୍ଦର ଦେଖାଯାଏ । ହେଲେ ଏହି ଦୁର୍ଗମ ରାସ୍ତା ଅତିକ୍ରମ କରି ଗଲେ ଯେଉଁ ଗ୍ରାମ ପଡେ ସେଠାକାର ଲୋକେ ଦୁର୍ଦ୍ଦିନରେ ସମୟ କାଟୁଛନ୍ତି । ଏହେଉଛି ପଟ୍ଟାଙ୍ଗି ବ୍ଲକ ଅନ୍ତର୍ଗତ କୋଟିଆ ପଞ୍ଚାୟତର ମାଡ଼କାର ଗାଁ । ଆସନ୍ତୁ ଦେଖିବା ଏହାର ନିଚ୍ଛକ ପ୍ରତିଛବି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା. କୋରାପୁଟ

ମାଡ଼କାର ଗାଁରେ ୧୯୬୨ ମସିହାରେ ଗୋଟିଏ ମାତ୍ର ଟିଣ ଛାତ କୋଠରୀରେ ବିଦ୍ୟାଳୟ ପ୍ରତିଷ୍ଠା ହୋଇଥିଲା । କୋଟିଆରୁ ମାଡ଼କାରକୁ କୌଣସି ରାସ୍ତା ନଥିବା ଯୋଗୁଁ ଟିଣ ଘରକୁ ଏ ପର୍ଯ୍ୟନ୍ତ ପକ୍କା ଘରଟିଏ ହୋଇ ପାରିଲା ନାହିଁ । ଏହି ଅଭିଯୋଗ ଆଣିଛନ୍ତି ବିଦ୍ୟାଳୟ ଶିକ୍ଷକ ଆର.ଈଶ୍ୱର ରାଓ । ରାସ୍ତାଟିଏ ପାଇଁ ୫୭ ବର୍ଷ ଧରି ଅପେକ୍ଷା କରିଛି ମାଡ଼କାରର ବିଦ୍ୟାଳୟ

ଏବେ ଗରମ ଓ ଶୀତ ଦିନେ କାକର ଖାଇ ପାଠ ପଢିଥିବା ବେଳେ ଏବେ ଏହି ବିଦ୍ୟାଳୟରେ ପଢ଼ୁଥିବା ୧୮ ଜଣ ପିଲାଙ୍କ ପାଇଁ ପକ୍କା ଘରଟିଏ ତିଆରି ହେବାର ସମ୍ଭାବନା ରହିଥିବା ଶିକ୍ଷକ ମନରେ ଆଶା ରହିଛି ।

ଅବହେଳାରେ ଘାଣ୍ଟି ଚକଟି ହେଉଛି ଗାଁ । ବିକାଶ ଏଠି ବାଟମାରଣା । ଖରାପ ରାସ୍ତା ପାଇଁ ଗର୍ଭବତୀଙ୍କ ଜୀବନ ବିପଦରେ ପଡୁଛି । ଖୁବ ଶୀଘ୍ର ଗାଁକୁ ଭଲ ରାସ୍ତା ଖଣ୍ଡେ ହେବ ବୋଲି ଅଙ୍ଗନବାଡି କର୍ମୀ କାନ୍ତମଣି ଖରା ଆଶାପୋଷଣ କରିଛନ୍ତି । ଏପଟେ ରାସ୍ତା ସମସ୍ୟାର ସମାଧାନ ପାଇଁ ମିଳିଛି ପ୍ରତିଶ୍ରୃତି ଦେଇଛନ୍ତି ପଟାଙ୍ଗୀ ବିଡିଓ ।

ମାଡ଼କାର ଗାଁକୁ ଆନ୍ଧ୍ର ଦେଇଛି ବିଜୁଳି । ଓଡିଶା ନିର୍ମାଣ କରିଛି ରାସ୍ତା । ଆନ୍ଧ୍ର ଏହି ଗ୍ରାମକୁ ଆପଣାର କରିଛି । ଆନ୍ଧ୍ର ଅଧିକାରୀ ମାଡ଼କାରେ ବିକାଶର ବାର୍ତ୍ତା ବାଣ୍ଟିବା ପରେ ଚେତା ପଶିଛି ଓଡ଼ିଶାର । ହେଲେ ଓଡିଶା-ଆନ୍ଧ୍ର ସରକାରଙ୍କ କାଳି ନ ଥିବା କଲମମୁନରେ କିଏ କେତେ ବିକାଶ କରିଛି ମାଡକାର ଗାଁ ଚିତ୍ର ଜଳଜଳ କରି ଦେଖାଉଛି ।

କୋରାପୁଟରୁ ସିଏଚ୍‌ ଶାନ୍ତାକାର, ଇଟିଭି ଭାରତ

Intro:Body:

blank

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.