ETV Bharat / state

ଗାଁକୁ ଗାଡି ମନା, ରେଳବାଇ କର୍ତ୍ତୃପକ୍ଷଙ୍କ ରାସ୍ତା ଅବରୋଧ ଅଭିଯୋଗ - ରେଳବାଇ କର୍ତ୍ତୃପକ୍ଷ

ସହରଠାରୁ 5 କିଲୋମିଟର ଦୂରବର୍ତ୍ତୀ ଗାଁ ମୁସୁରିଆଗୁଡାକୁ ଯାନବାହନ ଯିବା ମନା । ରେଳବାଇ କର୍ତ୍ତୃପକ୍ଷ ଗାଁ ମୁଣ୍ଡରେ ଥିବା ରେଳ ଧାରଣା ନିକଟରେ ରାସ୍ତା ଖୋଳି ଲୁହା ପୋଲ ପୋତି ଦେଇଛନ୍ତି । ମଟର ସାଇକଲଟିଏ ବି ଗାଁ ଭିତରକୁ ପଶିପାରୁନାହିଁ । ଅଧିକ ପଢନ୍ତୁ...

ଗାଁକୁ ଗାଡି ମନା, ରେଳବାଇ କର୍ତ୍ତୃପକ୍ଷର ରାସ୍ତା ଅବରୋଧ ଅଭିଯୋଗ

author img

By

Published : Mar 16, 2021, 8:37 PM IST

କୋରାପୁଟ: ସହରଠାରୁ 5 କିମି ଦୁରବର୍ତୀ ଗାଁ ମୁସୁରିଆଗୁଡାକୁ ଯାନବାହନ ଯିବା ମନା । ରେଳବାଇ କର୍ତ୍ତୃପକ୍ଷ ଗାଁ ମୁଣ୍ଡରେ ଥିବା ରେଳ ଧାରଣା ନିକଟରେ ରାସ୍ତା ଖୋଳି ଲୁହା ପୋଲ ପୋତି ଦେଇଛନ୍ତି । ମଟର ସାଇକଲଟିଏ ବି ଗାଁ ଭିତରକୁ ପଶିପାରୁନାହିଁ ।

ମଟର ସାଇକଲଟିଏ ବି ଗାଁ ଭିତରକୁ ପଶିପାରୁନାହିଁ । ଶତାଧିକ ବର୍ଷ ପୁରୁଣା ଏହି ଗାଁ ବାଟଦେଇ ନାରିଆଗୁଡା, ମେଣ୍ଢାଗୁଡା, ଲାଟିଗୁଡା, ଛଡାପଦର ଓ ଜରଟି ଭଳି ଅନେକ ଗାଁକୁ ଲୋକେ ଯିବା ଆସିବା କରୁଥିବା ଜିଲ୍ଲା ପରିଷଦ ସଭ୍ୟା ପାର୍ବତୀ ମସ୍ତି ଜଣାଇଛନ୍ତି ।

ଗାଁକୁ ଗାଡି ମନା, ରେଳବାଇ କର୍ତ୍ତୃପକ୍ଷଙ୍କ ରାସ୍ତା ଅବରୋଧ ଅଭିଯୋଗ

ଏବେ ରେଳଲାଇନର ଦୋହରିକରଣ କାରଣ ହେଉ ବା ଫାଟକ ବିହୀନ ରେଳ ଧାରଣା ଦେଇ ଅସୁରକ୍ଷିତ ଯାତ୍ରା । ଏହାକୁ ରୋକିବା ପାଇଁ ରେଳବାଇ କର୍ତ୍ତୃପକ୍ଷ ହଠାତ ରାସ୍ତା ଅବରୋଧ କରିଦେବା ଯୋଗୁଁ ଗାଁରେ ଏକପ୍ରକାର କାରାଗାରରେ ବନ୍ଦୀ ସ୍ଥିତି ଉପୁଜିଛି । ଯାହାକୁ ନେଇ ଗ୍ରାମବାସୀ ଅଭିଯୋଗ କରିଛନ୍ତି ।

ରେଳ ଧାରଣା ଦେଇ ବୋରିଗୁମ୍ମା- କୋରାପୁଟ ରାସ୍ତାକୁ ଛୁଇଁଲେ କୋରାପୁଟ 5 କିଲୋମିଟର ରାସ୍ତା । କିନ୍ତୁ ଏବେ ଏହି ବାଟକୁ ରେଳବାଇ ଓଗାଳି ଦେଇଥିବା ଯୋଗୁଁ ଗ୍ରାମବାସୀଙ୍କୁ ମେଣ୍ଢାଗୁଡା ବାଟଦେଇ ପାହାଡିଆ ରାସ୍ତା ଅତିକ୍ରମ କରି ଦଶ କିଲୋମିଟରରୁ ଅଧିକ ବାଟ ବୁଲିବୁଲି କୋରାପୁଟ ପହଁଞ୍ଚିବା କଷ୍ଟ ହେଉଥବା ଗ୍ରାମବାସୀ ଅଭିଯୋଗ କରିଛନ୍ତି ।

ମଣିଷ ରହୁଥିବା ଗାଁକୁ ଏପରି ଅମାନବୀୟ ଭାବେ ବନ୍ଦୀ ଭଳି ଅଟକ ରଖିବା କେତେଦୂର ଯଥାର୍ଥ ବୋଲି ସେମାନେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଁଞ୍ଚି ପ୍ରଶ୍ନ କରିଛନ୍ତି । ତୁରନ୍ତ ସେହି ସ୍ଥାନରେ ପୁଶିଙ୍ଗ ବ୍ରିଜ ନିର୍ମାଣ କରିବା ପାଇଁ ସେମାନେ ଦାବି ରଖିଛନ୍ତି । ସେମାନଙ୍କ ଦାବିପତ୍ର ଗ୍ରହଣ କରି ଉପ ଜିଲ୍ଲାପାଳ ଲଳିତ କୁମାର କହଁର ଏହି ବିଷୟରେ ଜିଲ୍ଲାପାଳଙ୍କ ସହ ଆଲୋଚନା କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି।

କୋରାପୁଟରୁ ସି.ଏଚ୍. ଶାନ୍ତାକାର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.