ETV Bharat / state

ବିଜେଡି ବ୍ଲକ ସଭାପତିଙ୍କ ବିରୁଦ୍ଧରେ ଜିଲ୍ଲା ସଭାପତିଙ୍କ ନିକଟରେ ଅଭିଯୋଗ - ବ୍ଲକ ବିଜେଡି ସଭାପତି

ବୈପାରୀଗୁଡା ବ୍ଲକ ବିଜେଡି ସଭାପତିଙ୍କ ଦଳୀୟ କର୍ମୀଙ୍କୁ ଅଣଦେଖା କରୁଥିବା ଜିଲ୍ଲା ବିଜେଡି ସଭାପତିଙ୍କ ନିକଟରେ ଅଭିଯୋଗ କରିଛନ୍ତି ପୂର୍ବତନ ସମିତି ସଭ୍ୟ । ଅଧିକ ପଢନ୍ତୁ...

revolt against boipariguda block Bjd president in koraput
ବିଜେଡି ବ୍ଲକ ସଭାପତିଙ୍କ ବିରୁଦ୍ଧରେ ଜିଲ୍ଲା ସଭାପତିଙ୍କ ନିକଟରେ ଅଭିଯୋଗ
author img

By

Published : May 4, 2021, 6:57 PM IST

କୋରାପୁଟ: ବିଜେଡି ବ୍ଲକ ସଭାପତିଙ୍କ ବିରୁଦ୍ଧରେ ଜିଲ୍ଲା ସଭାପତିଙ୍କ ନିକଟରେ ଅଭିଯୋଗ । ବୈପାରୀଗୁଡା ବ୍ଲକ ବିଜେଡି ସଭାପତିଙ୍କ ଦଳୀୟ କର୍ମୀଙ୍କୁ ଅଣଦେଖା କରୁଥିବା ଅଭିଯୋଗ କରିଛନ୍ତି ପୂର୍ବତନ ସମିତି ସଭ୍ୟ ।

ବିଜେଡି ବ୍ଲକ ସଭାପତିଙ୍କ ବିରୁଦ୍ଧରେ ଜିଲ୍ଲା ସଭାପତିଙ୍କ ନିକଟରେ ଅଭିଯୋଗ

ବୈପାରିଗୁଡା ବ୍ଲକର କୋଡ଼ିଏ ଖଣ୍ଡ ଗ୍ରାମର ଲୋକେ ସେହି ବ୍ଲକର ବିଜୁ ଜନତା ଦଳର ସଭାପତି ଦଳୀୟ କର୍ମୀଙ୍କୁ ଅଣଦେଖା କରୁଥିବା ଅଭିଯୋଗ କରି ଦଳର ଜିଲ୍ଲା ସଭାପତି ଈଶ୍ୱର ଚନ୍ଦ୍ର ପାଣିଗ୍ରାହୀଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି । ବ୍ଲକର ବିଜେଡି ସଭାପତି ଜୟପୁରରେ ରହୁଥିବା ଯୋଗୁଁ ବୈପାରିଗୁଡା ବ୍ଲକ ଅଞ୍ଚଳର ଦଳୀୟ କର୍ମୀଙ୍କ ଭଲମନ୍ଦ ବୁଝି ପାରୁନଥିବା ସେମାନେ ଅଭିଯୋଗ କରିଛନ୍ତି । ଯଦି ତାଙ୍କୁ ପରିବର୍ତନ କରାନଯାଏ ତେବେ କର୍ମୀ ମାନେ ଦଳର କୌଣସି କାର୍ଯ୍ୟରେ ସହଯୋଗ କରିବେ ନାହିଁ ବୋଲି ଧମକ ଦେଇଛନ୍ତି । ତେବେ ବୈପାରିଗୁଡା ବ୍ଲକର ଦଳୀୟ ପର୍ଯ୍ୟବେକ୍ଷକ ଅଶ୍ବିନୀ ସାହୁଙ୍କ ଅଧ୍ୟକ୍ଷତାରେ ଏକ ଟିମ ଯାଇ ପରିସ୍ଥିତିର ଅନୁଧ୍ୟାନ କରି ରିପୋର୍ଟ ଦେବା ପରେ ଏହି ଅଭିଯୋଗକୁ ନେଇ ଉପଯୁକ୍ତ ପଦକ୍ଷେପ ନିଆଯିବ ବୋଲି ଜିଲ୍ଲା ବିଜେଡି ସଭାପତି ଈଶ୍ୱର ଚନ୍ଦ୍ର ପାଣିଗ୍ରାହୀ କହିଛନ୍ତି ।

ସେପଟେ ବିଜେଡି ଏକ ଶୃଙ୍ଖଳିତ ଦଳ ଓ ଆପୋଷ ଆଲୋଚନା ମାଧ୍ୟମରେ ସବୁ ସମସ୍ୟାର ସମାଧାନ ହୋଇପାରିବ ବୋଲି କୋରାପୁଟ ବିଧାୟକ ରଘୁରାମ ପୋଡାଲ ଆଶା ବ୍ୟକ୍ତ କରିଛନ୍ତି ।

କୋରାପୁଟରୁ ସିଏଚ ଶାନ୍ତାକାର,ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.