ETV Bharat / state

ଚମକିବ ଜଗନ୍ନାଥ ସାଗର - ଜଗନ୍ନାଥ ସାଗରର ପୁନରୁଦ୍ଧାର

ବଦଳିବ ସହରବାସୀଙ୍କ ଭାବାବେଗ ସହ ଜଡ଼ିତ ଜଗନ୍ନାଥ ସାଗରର ରୂପରେଖ । ଆକର୍ଷଣୀୟ ହେବ ସାଗରର ଐତିହ୍ୟ । ଅଧିକ ପଢ଼ନ୍ତୁ

resettlement of jagannath sagar in jeypore
ବଦଳିବ ଜଗନ୍ନାଥ ସାଗରର ରୂପରେଖ
author img

By

Published : May 1, 2022, 8:17 AM IST

Updated : May 1, 2022, 11:55 AM IST

କୋରାପୁଟ: ବଦଳିବ ସହରବାସୀଙ୍କ ଭାବାବେଗ ସହ ଜଡ଼ିତ ଜଗନ୍ନାଥ ସାଗରର ରୂପରେଖ । ଆକର୍ଷଣୀୟ ହେବ ସାଗରର ଐତିହ୍ୟ । ଜୟପୁରର ଏହି ସର୍ବପୁରାତନ ଜଗନ୍ନାଥ ସାଗରର ପୁନଃରୁଦ୍ଧାର କରିବା ନେଇ ଜିଲ୍ଲା ପ୍ରଶାସନ ତତ୍ପରତା ଦେଖାଇଛି ।

ଚମକିବ ଜଗନ୍ନାଥ ସାଗର

କୋରାପୁଟ ଜିଲ୍ଲା ଜୟପୁର ସହରର ପରିଚୟ ହେଉଛି ଜଗନ୍ନାଥ ସାଗର । କେଉଁ ରାଜରାଜୁଡା ସମୟରୁ ଏହା ଥିବାବେଳେ ଧିରେଧିରେ ତାର ସତ୍ତା ହରାଇବାରେ ଲାଗିଛି । ଯାହାକୁ ପୁନର୍ଜୀବିତ କରିବା ପାଇଁ ପ୍ରଶାସନ ପକ୍ଷରୁ ଆରମ୍ଭ ହୋଇଛି ଅଭିଯାନ । ଜୟପୁର ପୌରପାଳିକା ପକ୍ଷରୁ ଏକ ଡିପିଆର କରି ଜିଲ୍ଲା ପ୍ରଶାସନର ଅନୁମୋଦନ କ୍ରମେ (HAL) ହିନ୍ଦୁସ୍ଥାନ ଏରୋନୋଟିକ୍ସ ଲିମିଟେଡର ସିଏସଆର ଫଣ୍ଡରେ ଏହି କାର୍ଯ୍ୟ କରାଯିବ । ଏଥିପାଇଁ ଗତକାଲି (ଶନିବାର) HAL ଓ ଜୟପୁର ପୌରପାଳିକା ମଧ୍ୟରେ ଏକ ଚୁକ୍ତିନାମା ସ୍ବାକ୍ଷର ହୋଇଥିବା ପୌର ନିର୍ବାହୀ ଅଧିକାରୀ ସିଦ୍ଧାର୍ଥ ପଟ୍ଟନାୟକ ସୂଚନା ଦେଇଛନ୍ତି । ଚୁକ୍ତିନାମା ଅନୁଯାୟୀ ଆସନ୍ତା ତିନି ବର୍ଷ ମଧ୍ୟରେ HAL ସାତ କୋଟି ଟଙ୍କାର ଅନୁଦାନ ପ୍ରଦାନ କରିବ ବୋଲି ସିଦ୍ଧାର୍ଥ ପଟ୍ଟନାୟକ କହିଛନ୍ତି ।

କୋରାପୁଟରୁ ସି.ଏଚ ଶାନ୍ତାକାର, ଇଟିଭି ଭାରତ

Last Updated : May 1, 2022, 11:55 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.