ETV Bharat / state

ଶାବର ଶ୍ରୀକ୍ଷେତ୍ରରେ ପଥମ ଥର 3ଟି ରଥରେ ବିରାଜିଲେ ଚତୁର୍ଦ୍ଧାମୂର୍ତ୍ତି, ଦେବୀ ସୁଭଦ୍ରାଙ୍କ ପହଣ୍ଡି କଲେ ମହିଳା - ପରଜା ଆଦିବାସୀ ସମ୍ପ୍ରଦାୟ

ଶାବର ଶ୍ରୀକ୍ଷେତ୍ରରେ ଚଳିତ ବର୍ଷ ପ୍ରଥମ ଥର ପାଇଁ 3ଟି ରଥରେ ଚତୁର୍ଦ୍ଧାମୂର୍ତ୍ତି ବିରାଜମାନ କରିଛନ୍ତି। ଏଥିସହ ଛେରାପହଁରା ଭଳି ଦିବ୍ୟ କାର୍ଯ୍ୟ କରିବାକୁ ସୁଯୋଗ ପାଇଛନ୍ତି ଆଦିବାସୀ ସେବକ । ଅଧିକ ପଢନ୍ତୁ

ଦେବୀ ସୁଭଦ୍ରାଙ୍କ ପହଣ୍ଡି କଲେ ମହିଳା
ଦେବୀ ସୁଭଦ୍ରାଙ୍କ ପହଣ୍ଡି କଲେ ମହିଳା
author img

By

Published : Jun 20, 2023, 10:47 PM IST

ଦେବୀ ସୁଭଦ୍ରାଙ୍କ ପହଣ୍ଡି କଲେ ମହିଳା

କୋରାପୁଟ: ଶାବର ଶ୍ରୀକ୍ଷେତ୍ର କୋରାପୁଟରେ ଚଳିତ ବର୍ଷ ପ୍ରଥମ ଥର ପାଇଁ 3ଟି ରଥରେ ଚତୁର୍ଦ୍ଧାମୂର୍ତ୍ତି ବିରାଜମାନ କରି ଭକ୍ତଙ୍କ ଭାବ ବନ୍ଧନରେ ବାନ୍ଧି ହୋଇ ଶ୍ରୀଗୁଣ୍ଡିଚା ଯାତ୍ରା ଆରମ୍ଭ କରିଛନ୍ତି । ଚଳିତ ବର୍ଷ ତୃତୀୟ ଥର ପାଇଁ ମା ସୁଭଦ୍ରାଙ୍କ ପହଣ୍ଡି ମହିଳାମାନେ କରିଥିବାବେଳେ ତାଙ୍କ ରଥକୁ ଟାଣିବା ଓ ଡାହୁକର କାର୍ଯ୍ୟ ସମ୍ପାଦନ ଆଦି ମହିଳାମାନେ କରିଛନ୍ତି । ଏହିପରି ସୁଯୋଗ ଫଳରେ ରଥଯାତ୍ରାର ଇତିହାସରେ ଅନନ୍ୟ ପରମ୍ପରା ସୃଷ୍ଟି ହୋଇଛି ବୋଲି ରାଜ୍ୟର ବିଶିଷ୍ଟ କବି ପ୍ରୀତିଧାରା ସାମଲ ମତ ରଖିଛନ୍ତି ।

ଠାକୁରଙ୍କ ପହଣ୍ଡିକାର୍ଯ୍ୟ ସମ୍ପନ୍ନ ହେବା ପରେ ରଥ ଉପରେ ଗାଁ ନାୟକଙ୍କୁ ସମ୍ମାନ ପ୍ରଦାନ ସାଙ୍ଗକୁ ବିଶିଷ୍ଟ ବ୍ୟକ୍ତିଙ୍କୁ ଶିରୋପା ମଣ୍ଡନ ପ୍ରଭୃତି କାର୍ଯ୍ୟକ୍ରମ କରାଯାଇଥିଲା। ଏହା ସରିବା ପରେ ରଥଟଣା ଆରମ୍ଭ କରାଯାଇଥିଲା । ଆଦିବାସୀ ଭକ୍ତ କୋରାପୁଟର ଗିରିକନ୍ଦରରୁ ଫଳମୂଳ, ପୁଷ୍ପ, ଚେରମୁଳି ଆଣି ରଥ ଉପରେ ମହାପ୍ରଭୁ ଜଗନ୍ନାଥ , ବଳଭଦ୍ର ଓ ଦେବୀ ସୁଭଦ୍ରାଙ୍କ ପାଖରେ ଭୋଗ ଲଗାଇଛନ୍ତି । ଜଗନ୍ନାଥଙ୍କ ରଥରେ ଉପର କଣ୍ଡାପାଲି ଗ୍ରାମର ଆଦିବାସୀଙ୍କ ସମେତ ପଟ୍ଟାଙ୍ଗି ଜଗନ୍ନାଥ ମନ୍ଦିରର ସେବକଙ୍କ ଦ୍ଵାରା ଅଣାଯାଇଥିବା ଭୋଗ ଲାଗିଥିବାବେଳେ ଦେବୀ ସୁଭଦ୍ରାଙ୍କ ରଥରେ ଦଶମନ୍ତପୁର ବ୍ଲକର ପରଜା ଆଦିବାସୀ ସମ୍ପ୍ରଦାୟର ଭକ୍ତଙ୍କ ଭୋଗ ଲାଗି ହୋଇଥିଲା ।

ଶ୍ରୀ ଜଗନ୍ନାଥଙ୍କ ରଥରେ ଗତ 25 ବର୍ଷ ଧରି ଚାଲି ଆସିଥିବା ପରମ୍ପରା ଅନୁଯାୟୀ ଉପର କଣ୍ଡାପାଲିର ଭକ୍ତଙ୍କ ଦ୍ୱାରା ଅଣାଯାଇଥିବା ଫଳମୂଳକୁ ପ୍ରଥମ ଭୋଗ ଭାବେ ଲଗାଯାଇଥିଲା । ଚଳିତ ବର୍ଷ 3ଟି ରଥରେ 3 ଜଣ ଆଦିବାସୀଙ୍କ ଦ୍ବାରା ଛେରାପହଁରା କରାଯାଇଛି । ତେବେ ଜଗନ୍ନାଥଙ୍କ ରଥରେ କୋରାପୁଟ ନିକଟସ୍ଥ କୁମ୍ଭାଗାଁ ବାସିନ୍ଦା ଦାସୀ ନାୟକ , ଦେବୀ ସୁଭଦ୍ରାଙ୍କ ରଥରେ ଲକ୍ଷ୍ମୀପୁର ବ୍ଲକର ଖଜୁରିପୁଟ ଗ୍ରାମର ସାଧୁ ସାଉଁତା ଛେରାପହଁରା କରିଥିବାବେଳେ ପ୍ରଭୁ ବଳଭଦ୍ରଙ୍କ ରଥରେ କୋଟିଆର ଦାନୁ ତାଡିଙ୍ଗି ଏହି ଦିବ୍ୟ କାର୍ଯ୍ୟକୁ ସମ୍ପାଦିତ କରିଛନ୍ତି ।

କୋରାପୁଟ ଜିଲ୍ଲାର ସୁନାବେଡା, ସେମିଳିଗୁଡା, ଦାମନଯୋଡି, ନନ୍ଦପୁର, ବୋରିଗୁମ୍ମା ପ୍ରଭୃତି ଅଞ୍ଚଳରେ ରଥଯାତ୍ରା ସମ୍ପନ୍ନ ହୋଇଥିବାବେଳେ ଜୟପୁର ଓ କୋଟିଆରେ ଆଜିଠୁ ରଥଟଣା କାର୍ଯ୍ୟ ଆରମ୍ଭ କରାଯାଇ ଆସନ୍ତାକାଲି ଯାତ୍ରା ଅନୁଷ୍ଠିତ କରିବା ପାଇଁ ପ୍ରସ୍ତୁତି ହୋଇଛି । ରାଜାରାଜୁଡା ସମୟରୁ ଜୟପୁରରେ ଏହି ପରମ୍ପରା ଚାଲି ଆସିଥିବାବେଳେ ଓଡିଶା ଓ ଆନ୍ଧ୍ର ସୀମାରେ ଓଡ଼ିଆ ଭାଷା ସଂସ୍କୃତିର ପ୍ରଚାର ପ୍ରସାର ପାଇଁ ପ୍ରତିଷ୍ଠା କରାଯାଇଥିଲା ଜଗନ୍ନାଥ ମନ୍ଦିର। ତେବେ ଏଠାରେ ଆୟୋଜିତ ରଥଯାତ୍ରାରେ ଜିଲ୍ଲାବାସୀ ଅଧିକ ସଂଖ୍ୟାରେ ଯୋଗ ଦେବା ଉଦ୍ଦେଶ୍ୟରେ ଏହିପରି ବ୍ୟବସ୍ଥା କରାଯାଇଛି ।

ଇଟିଭି ଭାରତ, କୋରାପୁଟ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.