ETV Bharat / state

Akshaya Tritiya: ଅକ୍ଷୟ ତୃତୀୟା ଅବସରରେ ଶାବର ଶ୍ରୀକ୍ଷେତ୍ରରେ ରଥକାଠ ଅନୁକୂଳ - ଅକ୍ଷୟ ତୃତୀୟା

ପବିତ୍ର ଅକ୍ଷୟ ତୃତୀୟା ଅବସରରେ ଶାବର ଶ୍ରୀକ୍ଷେତ୍ରରେରେ ଅନୁକୂଳ ହେଲା ରଥକାଠ । ଅଧିକ ପଢନ୍ତୁ

ratha katha anukula ritual
ratha katha anukula ritual
author img

By

Published : Apr 23, 2023, 3:22 PM IST

ଶାବର ଶ୍ରୀକ୍ଷେତ୍ରରେ ରଥକାଠ ଅନୁକୂଳ

କୋରାପୁଟ: ଆଜି ପବିତ୍ର ଅକ୍ଷୟ ତୃତୀୟା । ଏହି ଅବସରରେ ଆଜି ଶାବର ଶ୍ରୀକ୍ଷେତ୍ର କୋରାପୁଟରେ ତିନିଠାକୁରଙ୍କ ଦିବ୍ୟ ରଥଯାତ୍ରା ନିମନ୍ତେ ରଥକାଠ ଅନୁକୂଳ କରାଯାଇଛି । ପାରମ୍ପରିକ ହୋମ, ଯଜ୍ଞ, ପୂଜାବିଧିକୁ ଅନୁସରଣ କରାଯାଇ ରଥକାଠ ଅନୁକୂଳ କାରାଯାଇଛି । ଜଗନ୍ନାଥ ମନ୍ଦିର ପରିସର ମଧ୍ୟରେ ଥିବା ଗାୟତ୍ରୀ ମଣ୍ଡପକୁ ଜଗନ୍ନାଥଙ୍କ ପାଖରୁ ଆଜ୍ଞା ମାଳ ଆସିବା ପରେ ରଥ କାଠ ଅନୁକୂଳ କରିବା ପାଇଁ ପ୍ରକ୍ରିୟା ଆରମ୍ଭ କରାଯାଇଥିଲା ।

ଜଗନ୍ନାଥଙ୍କଠାରୁ ଆସିଥିବା ସେହି ଆଜ୍ଞାମାଳକୁ ତିନି ରଥରେ ବ୍ୟବହାର କରିବା ଉଦ୍ଦେଶ୍ୟରେ ଅଣାଯାଇଥିବା ତିନୋଟି କାଠକୁ ନୀତି ଅନୁଯାୟୀ ପୂଜା କରାଯାଇଥିଲା । ଏହାପରେ ଗାୟତ୍ରୀ ଯଜ୍ଞ ଏବଂ ନୃସିଂହ ମହା ଯଜ୍ଞ କରାଯାଇଥିଲା । ଯଜ୍ଞ ପରେ ବିଶ୍ୱକର୍ମା ବିଶ୍ୱନାଥ ମହାରଣାଙ୍କ ଦ୍ଵାରା ତିନୋଟି କାଠରେ ଅଷ୍ଟଦଳ ପଦ୍ମ ଅଙ୍କନ କରାଯାଇ ଯଜ୍ଞବେଦୀରେ ସମର୍ପିତ କରାଯାଇଥିଲା । ଆଜିର ଏହି ପବିତ୍ର ଅକ୍ଷୟ ତୃତୀୟା ଅବସରରେ ପୂଜା ପାଇଥିବା କାଠ ତିନୋଟିକୁ ତିନି ରଥରେ ତିନିଠାକୁରଙ୍କ ଆସ୍ଥାନ ସିଂହାସନ ପଛପଟେ ଲଗାଇଦିଆଯିବ ବୋଲି ମହାରଣାଙ୍କ ପକ୍ଷରୁ କୁହାଯାଇଛି । ଏହାପରେ ଶାବର ଶ୍ରୀକ୍ଷେତ୍ରର ପରମ୍ପରା ଅନୁଯାୟୀ ନୃସିଂହ ଦେବତାଙ୍କ ଚନ୍ଦନ ଯାତ୍ରା ଅନୁଷ୍ଠିତ ହେବା ସହ ଆଦିବାସୀଙ୍କ ଇଷ୍ଟ ଦେବତା ମାତାରବନଙ୍କୁ ପୂଜାର୍ଚ୍ଚନା କରାଯାଇଥିଲା । ।

ଅଧିକ ପଢନ୍ତୁ: Irasis Acharya Released: ଜେଲରୁ ମୁକୁଳିଲେ ବିଜେପି ଯୁବମୋର୍ଚ୍ଚା ସଭାପତି, ଲଢେଇ ତୀବ୍ର ହେବ କହିଲେ ଇରାଶିଷ

ବର୍ଷକେ ଥରେ ଆୟୋଜିତ ହେଉଥିବା ବରାହ ନୃସିଂହଙ୍କ ଚନ୍ଦନ ଯାତ୍ରାରେ ଆଜି ଚନ୍ଦନ ଲେପନ ସହିତ ଚନ୍ଦନ ଛଡାଇବାର ନୀତି କରାଯାଇଥିଲା । ଏନେଇ ଜଗନ୍ନାଥ ଗବେଷକ ତଥା ଜଗନ୍ନାଥ ମନ୍ଦିରର ସଦସ୍ୟ ନୀଳାଦ୍ରି ପଟ୍ଟନାୟକ ଜଣାଇଛନ୍ତି । ମନ୍ଦିର ପ୍ରତିଷ୍ଠା ଓ ରଥଯାତ୍ରାର ଏହା 50ତମ ବର୍ଷ ପୂର୍ତ୍ତି ହୋଇଥିବା ଯୋଗୁଁ ଏହି ଯାତ୍ରାର ବିଶେଷ ମହତ୍ତ୍ଵ ରହିଛି । ଯାତ୍ରାର ଆରମ୍ଭରୁ ଶାବର ଶ୍ରୀକ୍ଷେତ୍ରରେ ତିନି ଠାକୁର ଗୋଟିଏ ରଥରେ ଘୋଷଯାତ୍ରା ସମ୍ପନ୍ନ କରିଥିବା ବେଳେ 2019ରେ ପ୍ରଥମ ଥର ପାଇଁ ଏହି ବଡ଼ ଦାଣ୍ଡରେ ତିନୋଟି ରଥକୁ ନେଇ ଯାତ୍ରା ସମ୍ପନ୍ନ ହୋଇଥିଲା । କୋଭିଡ କଟକଣା ଯୋଗୁଁ ଦୁଇ ବର୍ଷ ମନ୍ଦିର ବେଢ଼ା ମଧ୍ୟରେ ଏକ ଛୋଟ ରଥରେ ଯାତ୍ରା ସମ୍ପନ୍ନ କରାଯାଇଥିବା ବେଳେ ଚଳିତ ବର୍ଷ ଧୁମଧାମରେ ଣାକଟକଣାରେ ରଥଯାତ୍ରା ଅନୁଷ୍ଠିତ ହେବ । ମହାବାହୁଙ୍କ ଦର୍ଶନ କରିବା ପାଇଁ ଜନସମୁଦ୍ର ପାଲଟିବ ଶାବର ଶ୍ରୀକ୍ଷେତ୍ର ।

ଇଟିଭି ଭାରତ, କୋରାପୁଟ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.