ETV Bharat / state

ଶାବର ଶ୍ରୀକ୍ଷେତ୍ରରେ ରଥଯାତ୍ରା ଅନୁଷ୍ଠିତ - ଶାବର ଶ୍ରୀକ୍ଷେତ୍ର ରଥଯାତ୍ରା ଅନୁଷ୍ଠିତ

କୋରାପୁଟରେ ପାଳିତ ହୋଇଛି ରଥଯାତ୍ରା । ମନ୍ଦିର ପରିଚାଳନା କମିଟି ଦ୍ବାରା ମହିଳାଙ୍କ ଦ୍ଵାରା ସୁଭଦ୍ରାଙ୍କ ପହଣ୍ଡି ଓ ରଥ ଉପରେ ମହିଳାଙ୍କ ଦାୟିତ୍ଵକୁ ହଟାଇ ଦିଆଯାଇ କେବଳ ସୁଭଦ୍ରାଙ୍କ ରଥକୁ ମହିଳା ମାନଙ୍କୁ ଟାଣିବାର ସୁଯୋଗ ଦିଆଯାଇଥିଲା । ଅଧିକ ପଢନ୍ତୁ

ଶାବର ଶ୍ରୀକ୍ଷେତ୍ର ରଥଯାତ୍ରା ଅନୁଷ୍ଠିତ
ଶାବର ଶ୍ରୀକ୍ଷେତ୍ର ରଥଯାତ୍ରା ଅନୁଷ୍ଠିତ
author img

By

Published : Jul 1, 2022, 9:46 PM IST

କୋରାପୁଟ: ଦୀର୍ଘ ଦୁଇ ବର୍ଷ ପରେ ଆଜି ଶାବର ଶ୍ରୀକ୍ଷେତ୍ରରେ ପୁଣିଥରେ ତିନୋଟି ରଥରେ ତିନି ଠାକୁରଙ୍କ ଶ୍ରୀଗୁଣ୍ଡିଚା ଯାତ୍ରା ଅନୁଷ୍ଠିତ ହୋଇଯାଇଛି । ପ୍ରଥମ ଥର ପାଇଁ 2019ରେ କୋରାପୁଟରେ ତିନୋଟି ରଥର ପ୍ରଚଳନ ଆରମ୍ଭ ହେବା ସହ ମହିଳା ମାନଙ୍କୁ ସ୍ବତନ୍ତ୍ର ସୁଯୋଗ ଦେବା ପାଇଁ ଦେବୀ ସୁଭଦ୍ରାଙ୍କ ମୂର୍ତ୍ତିକୁ ପହଣ୍ଡି କରିବା ଓ ସୁଭଦ୍ରାଙ୍କ ରଥରେ ଦୁଇଜଣ ମହିଳା ଡାହୁକ ରହିବା ଭଳି ଐତିହାସିକ ପଦକ୍ଷେପ ନିଆଯାଇଥିଲା । ବିନା କୌଣସି ଅସୁବିଧାରେ ସମ୍ପନ୍ନ ହୋଇଥିବା ଏହି ନୂତନ ପରମ୍ପରାକୁ ପ୍ରଶଂସା କରାଯାଇଛି ।

ଶାବର ଶ୍ରୀକ୍ଷେତ୍ର ରଥଯାତ୍ରା ଅନୁଷ୍ଠିତ

ତେବେ ପୂର୍ବ ଦୁଇ ବର୍ଷ କୋଭିଡ କଟକଣା ଯୋଗୁଁ ଭକ୍ତଙ୍କ ଗହଣରେ ରଥଯାତ୍ରା ସମ୍ପନ୍ନ ହୋଇପାରିନଥିଲା ଏବଂ ଆଜି ପୁଣିଥରେ ତିନୋଟି ରଥକୁ ନେଇ ଘୋଷଯାତ୍ରା ଅନୁଷ୍ଠିତ ହୋଇଛି । କିନ୍ତୁ, ମନ୍ଦିର ପରିଚାଳନା କମିଟି ଦ୍ବାରା ମହିଳାଙ୍କ ଦ୍ଵାରା ସୁଭଦ୍ରାଙ୍କ ପହଣ୍ଡି ଓ ରଥ ଉପରେ ମହିଳାଙ୍କ ଦାୟିତ୍ଵକୁ ହଟାଇ ଦିଆଯାଇ କେବଳ ସୁଭଦ୍ରାଙ୍କ ରଥକୁ ମହିଳା ମାନଙ୍କୁ ଟାଣିବାର ସୁଯୋଗ ଦିଆଯାଇଥିଲା । ମହିଳାଙ୍କ ସହଯୋଗକୁ ସଂକୀର୍ଣ୍ଣ କରିବା ପାଇଁ ମନ୍ଦିର କମିଟି ଏପରି କାର୍ଯ୍ୟ କରିଥିବା ଅଭିଯୋଗ କରି ଆସନ୍ତା ଥର ମହିଳାଙ୍କ ଯୋଗଦାନକୁ ପ୍ରାଥମିକତା ଦେବା ପାଇଁ ଓଡ଼ିଶାର ଲବ୍ଧ ପ୍ରତିଷ୍ଠିତ ମହିଳା କବି ପ୍ରିତିଧାରା ସାମଲ ଦାବି କରିଛନ୍ତି ।

ଅପରପକ୍ଷରେ ଚଳିତ ବର୍ଷ ତିନୋଟି ରଥରେ ତିନି ଜଣ ଆଦିବାସୀ ଛେରାପହଁରା କରିଛନ୍ତି । ପରମ୍ପରା ଅନୁଯାୟୀ, ଆଦିବାସୀଙ୍କୁ ପ୍ରାଧାନ୍ୟତା ଦିଆଯାଇ ଜଗନ୍ନାଥଙ୍କ ରଥରେ କୋରାପୁଟ ବ୍ଲକର କୁମ୍ଭା ନିବାସୀ ଦାସୀ ନାୟକ, ବଳଭଦ୍ରଙ୍କ ରଥରେ କୋଟିଆର ଦାନୁ ତାଡ଼ିଙ୍ଗି ଓ ଦେବୀ ସୁଭଦ୍ରାଙ୍କ ରଥରେ ଖଜୁରିପୁଟର ସାଧୁ ସାଉନ୍ତା ଛେରାପହଁରା କରିଛନ୍ତି ।

ରଥ ଟଣା ହେବା ଅବସରରେ ଜଗନ୍ନାଥଙ୍କ ରଥରେ ପରମ୍ପରା ଅନୁଯାୟୀ ଗାଁ ନାୟକଙ୍କୁ ସମ୍ମାନ ପ୍ରଦାନ ସ୍ୱରୂପ ସିରୋପା ବନ୍ଧନ କରାଯାଇଛି । ଦୁଇ ବର୍ଷ ପରେ ଅନୁଷ୍ଠିତ ହେଉଥିବା ଏହି ରଥଯାତ୍ରା ଦେଖିବା ପାଇଁ ଜିଲ୍ଲାର ପୁରପଲ୍ଲୀରୁ ଭକ୍ତ ଯୋଗ ଦେଇ ନାଚ, ଗୀତ ଓ ସଙ୍କୀର୍ତ୍ତନ ମାଧ୍ୟମରେ ସେମାନଙ୍କ ଭକ୍ତି ଅର୍ପଣ କରିଛନ୍ତି ।

ଇଟିଭି ଭାରତ, କୋରାପୁଟ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.