ETV Bharat / state

କୋରାପୁଟ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ରଜ ଉତ୍ସବ ଆୟୋଜିତ - ଓଡ଼ିଶା ସଂସ୍କୃତି ବିଭାଗ

କୋରାପୁଟ ଜିଲ୍ଲା ସଂସ୍କୃତି ବିଭାଗ ଆନୁକୂଲ୍ୟରେ ରଜ ଉତ୍ସବ ପାଳିତ । ଓଡ଼ିଶାର ଛାତ୍ରଛାତ୍ରୀ ଓଡ଼ିଶାର ବିଭିନ୍ନ ପର୍ବପର୍ବାଣୀ ସମ୍ପର୍କୀତ ତଥ୍ୟ ଜାଣିବା ଆବଶ୍ୟକତାକୁ ଦୃଷ୍ଟିରେ ରଖି ରାଜ୍ୟ ସଂସ୍କୃତି ବିଭାଗର ନିର୍ଦ୍ଦେଶ କ୍ରମେ ପାଳିତ । ସହରର ବିଭିନ୍ନ ବିଦ୍ୟାଳୟ ଛାତ୍ରୀଙ୍କ ସମେତ ସ୍ଥାନୀୟ ଶିଶୁ ବିକାଶ କେନ୍ଦ୍ରର ବାଳିକାଙ୍କୁ ନେଇ ପାଳନ ହେଲା ରଜ । ଅଧିକ ପଢ଼ନ୍ତୁ

କୋରାପୁଟ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ରଜ ଉତ୍ସବ ଆୟୋଜିତ

author img

By

Published : Jun 20, 2022, 6:39 PM IST

କୋରାପୁଟ: ଜିଲ୍ଲା ସଂସ୍କୃତି ବିଭାଗ ଆନୁକୂଲ୍ୟରେ ରଜ ଉତ୍ସବ ପାଳିତ । ଗ୍ରୀଷ୍ମଛୁଟି ଯୋଗୁଁ ପିଲାଙ୍କ ମଧ୍ୟରେ ରଜ ଉତ୍ସବ ସମ୍ପର୍କରେ ଉପଯୁକ୍ତ ତଥ୍ୟ ଜାଣିବା ସମ୍ଭବ ହେଉନଥିବାରୁ ରାଜ୍ୟ ସଂସ୍କୃତି ବିଭାଗ ନିର୍ଦ୍ଦେଶ କ୍ରମେ ଆଜି ଜିଲ୍ଲାରେ ଏହି କାର୍ଯ୍ୟକ୍ରମ ପାଳିତ ହୋଇଛି ।

କୋରାପୁଟ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ରଜ ଉତ୍ସବ ଆୟୋଜିତ

ଓଡ଼ିଶାର ଛାତ୍ରଛାତ୍ରୀ ଓଡ଼ିଶାର ବିଭିନ୍ନ ପର୍ବପର୍ବାଣୀ ସମ୍ପର୍କୀତ ତଥ୍ୟ ଜାଣିବା ନିହାତି ଆବଶ୍ୟକ । ଏହିପରି ଏକ ଆବଶ୍ୟକତାକୁ ଦୃଷ୍ଟିରେ ରଖି ରାଜ୍ୟ ସଂସ୍କୃତି ବିଭାଗର ନିର୍ଦ୍ଦେଶ କ୍ରମେ କୋରାପୁଟରେ ପାଳିତ ହୋଇଥିବା ଏହି ଉତ୍ସବରେ ପିଲା ମାନଙ୍କ ମଧ୍ୟରେ ଝୋଟି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ସହରର ବିଭିନ୍ନ ବିଦ୍ୟାଳୟ ଛାତ୍ରୀଙ୍କ ସମେତ ସ୍ଥାନୀୟ ଶିଶୁ ବିକାଶ କେନ୍ଦ୍ରର ବାଳିକାଙ୍କୁ ରଜ ଦୋଳିରେ ଝୁଲିବା ସହ ପୋଡପିଠା, ମିଠା ଓ ରଜ ସ୍ବତନ୍ତ୍ର ପାନ ଖାଇବାର ସୁଯୋଗ ପ୍ରଦାନ କରାଯାଇଛି । ଏହି ଉତ୍ସବ ସମ୍ପର୍କରେ ଆବଶ୍ୟକୀୟ ତଥ୍ୟ ଜାଣିବାର ସୁଯୋଗ ପାଇ ପିଲାଏ ବେଶ ଖୁସି ହୋଇଥିବା ଜିଲ୍ଲା ସଂସ୍କୃତି ଅଧିକାରୀ ପ୍ରୀତିସୁଧା ଜେନା ଜଣାଇଛନ୍ତି ।

ଇଟିଭି ଭାରତ, କୋରାପୁଟ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.