ETV Bharat / state

କୋରାପୁଟ ଆସୁଛନ୍ତି ରେଳମନ୍ତ୍ରୀ, ଯାତ୍ରୀଙ୍କ ସମସ୍ୟାର ସମାଧାନ ପାଇଁ ଦେଲେ ପ୍ରତିଶୃତି - ରେଳମନ୍ତ୍ରୀ

ଗୁରୁବାର ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ହିରାଖଣ୍ଡ ଏକ୍ସପ୍ରେସରେ ଭୁବନେଶ୍ବରରୁ କୋରାପୁଟ ଜିଲ୍ଲା ଗସ୍ତ ପାଇଁ ଯାତ୍ରା ଆରମ୍ଭ କରିଛନ୍ତି । ଅଧିକ ପଢନ୍ତୁ...

ରେଳରେ କୋରାପୁଟ ଯାତ୍ରା କଲେ ରେଳମନ୍ତ୍ରୀ
ରେଳରେ କୋରାପୁଟ ଯାତ୍ରା କଲେ ରେଳମନ୍ତ୍ରୀ
author img

By

Published : Aug 20, 2021, 8:20 AM IST

କୋରାପୁଟ: ପ୍ରଧାନମନ୍ତ୍ରୀ ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣ ପରେ ପ୍ରଥମ ଥର ଓଡିଶା ଆସିଛନ୍ତି ଦୁଇ କେନ୍ଦ୍ରମନ୍ତ୍ରୀ । ଗତିକାଲି(ଗୁରୁବାର) କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଓଡିଶାରେ ପହଞ୍ଚିଛନ୍ତି । ଗୁରୁବାର ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ହିରାଖଣ୍ଡ ଏକ୍ସପ୍ରେସରେ ଭୁବନେଶ୍ବରରୁ କୋରାପୁଟ ଜିଲ୍ଲା ଗସ୍ତରେ ଯାତ୍ରା ଆରମ୍ଭ କରିଛନ୍ତି ।

ରେଳରେ କୋରାପୁଟ ଯାତ୍ରା କଲେ ରେଳମନ୍ତ୍ରୀ

ଦ୍ବିତୀୟ ଶ୍ରେଣୀ ଏସି କୋଚର ୨୫ ନମ୍ବର ସିଟରେ ବସି ଯାତ୍ରା କରିଛନ୍ତି ରେଳମନ୍ତ୍ରୀ । ଏହି ସମୟରେ ମନ୍ତ୍ରୀ ଟ୍ରେନରେ ବିଭିନ୍ନ ସମସ୍ୟାର ତଦାରଖ କରୁଥିବା ଦେଖିବାକୁ ମିଳିଛି । ଟ୍ରେନ ଯାତ୍ରୀଙ୍କ ସମସ୍ୟା ପଚାରି ବୁଝୁଥିବା ଦେଖିବାକୁ ମିଳିଛି । ଏହା ସହିତ କେନ୍ଦ୍ର ମନ୍ତ୍ରୀଙ୍କୁ ପାଖରେ ପାଇ ଯାତ୍ରୀମାନେ ମଧ୍ୟ ବେଶ ଖୁସି ଥିବା ଦେଖିବାକୁ ମିଳିଛି । ରେଳ ପ୍ରକଳ୍ପକୁ ମିଳିମିଶି ଆଗେଇ ନେବାକୁ ଲୋକଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି । ଜଣେ କେନ୍ଦ୍ର କ୍ୟାବିନେଟ ମନ୍ତ୍ରୀ ହୋଇ ସାଧାରଣ ଲୋକଙ୍କ ସହ ଯାତ୍ରା କରିବା ଓ ସାଧାରଣ ଜୀବନଶୈଳୀରେ ବଞ୍ଚିବା ଦେଖି ଅନେକ ଲୋକ ପ୍ରଶଂସା କରିଛନ୍ତି ।

ରେଳମନ୍ତ୍ରୀ ବୈଷ୍ଣବ ଅଶ୍ବିନୀ ଜନ ଆଶୀର୍ବାଦ ଯାତ୍ରାରେ ପ୍ରଥମେ ରାୟଗଡା ପର୍ଯ୍ୟନ୍ତ ରେଳ ଯୋଗେ ଆସି ଆଜି(ଶୁକ୍ରବାର) କୋରାପୁଟରେ ପହଞ୍ଚିବେ । କୋରାପୁଟ ସ୍କିଲ ଡେଭଲପମେଣ୍ଟ କେନ୍ଦ୍ରରେ ବିଭିନ୍ନ ସଂସ୍ଥା ଦ୍ଵାରା ମନ୍ତ୍ରୀଙ୍କୁ ସ୍ଵାଗତ ସମ୍ବର୍ଦ୍ଧନା କରାଯିବା ପରେ ସନ୍ଧ୍ୟା ୬ଟାରେ ବୁଦ୍ଧିଜୀବୀ ଏବଂ ୬.୩୦ ମିନିଟରେ ସାମ୍ବାଦିକ ସମ୍ମିଳନୀରେ ଆଲୋଚନା କରିବେ ବୋଲି ଦଳୀୟ ସୂତ୍ରରୁ ଜଣାପଡିଛି ।

ସରକାରଙ୍କ ଜନ ଧନ ଯୋଜନା, ଉଜ୍ବଳା ଯୋଜନା, ସୁକନ୍ୟା ସମୃଦ୍ଧି ଯୋଜନା ଭଳି କେନ୍ଦ୍ର ସରକାରଙ୍କ ଦ୍ବାରା କାର୍ଯ୍ୟକାରୀ ହେଉଥିବା ଯୋଜନାର କିଭଳି କାର୍ଯ୍ୟକାରି ହେଉଛି ଜନ ସାଧାରଣ ଏହି ଯୋଜନାର ସୁଫଳ ପାଉଛନ୍ତି କ ନାହିଁ ସେ ସମ୍ପର୍କରେ ସିଧାସଳଖ ଜନତାଙ୍କ ସହ କଥା ହେବେ କେନ୍ଦ୍ର ରେଳମନ୍ତ୍ରୀ ।

କୋଟାପୁଟରୁ ସିଏଚ ଶାନ୍ତାକାର,ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.