କୋରାପୁଟ: ରେଳବାଇ କର୍ମଚାରୀଙ୍କୁ କୋରୋନା । ରେଳବାଇ କଲୋନୀରେ ରହୁଥିବା ଜଣେ କର୍ମଚାରୀ କୋରୋନା ପଜିଟିଭ ବାହାରିବା ପରେ ପ୍ରଶାସନ ପାଇଁ ଚିନ୍ତାର କାରଣ ପାଲଟିଛି । ସମ୍ପୃକ୍ତ ଆକ୍ରାନ୍ତ ରହୁଥିବା ଅଞ୍ଚଳକୁ କ୍ବାରେଣ୍ଟାଇନ ଜୋନ ଭାବେ ଘୋଷଣା କରାଯାଇଛି ।
ତାଙ୍କର କଣ୍ଟାକ୍ଟ ଟ୍ରେସିଂ ଚାଲିଥିବା ବେଳେ କୋରାପୁଟ ସ୍ଥିତ ଶହୀଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ହସ୍ପିଟାଲକୁ ଆକ୍ରାନ୍ତ ଜଣକ ସ୍ବାସ୍ଥ୍ୟ ପରୀକ୍ଷା କରିବାକୁ ଆସିଥିଲା । ତେଣୁ ସେ ଯେଉଁମାନଙ୍କ ସହ ସିଧାସଳଖ ସାକ୍ଷାତ କରିଥିଲେ ସେମାନଙ୍କ ସ୍ବାବ ପରୀକ୍ଷା କରାଯିବ ବୋଲି ଜିଲ୍ଲାପାଳ ମଧୁସୂଦନ ମିଶ୍ର ସୂଚନା ଦେଇଛନ୍ତି ।
କୋରୋପୁଟରୁ ସିଏଚ ଶାନ୍ତାକାର, ଇଟିଭି ଭାରତ