ETV Bharat / state

ରଣକ୍ଷେତ୍ର ପାଲଟିଲା ଜନ ଶୁଣାଣି କେନ୍ଦ୍ର; ପ୍ରଶାସନ, କମ୍ପାନୀ ଅଧିକାରୀଙ୍କୁ ତଡିଲେ ଅଞ୍ଚଳବାସୀ - ମାଳିପର୍ବତର ବକ୍ସାଇଟ ଖନନ ବିରୋଧ

ମାଳିପର୍ବତର ବକ୍ସାଇଟ ଖନନ ବିରୋଧ । ରଣକ୍ଷେତ୍ର ପାଲଟିଲା ଜନଶୁଣାଣି କେନ୍ଦ୍ର । ବିରୋଧ ପ୍ରଦର୍ଶନ କରି ଜନଶୁଣାଣୀରେ ବ୍ୟାପକ ଭଙ୍ଗାରୁଜା କରିଛନ୍ତି ଅଞ୍ଚଳବାସୀ । ଅଧିକ ପଢନ୍ତୁ...

Mali parvat bauxite public hearing meeting classh in koraput
ରଣକ୍ଷେତ୍ର ପାଲଟିଲା ଜନ ଶୁଣାଣି କେନ୍ଦ୍ର, ପ୍ରଶାସନ ଓ କମ୍ପାନୀ ଅଧିକାରୀଙ୍କୁ ତଡିଲେ ଅଞ୍ଚଳବାସୀ
author img

By

Published : Sep 22, 2021, 9:04 PM IST

Updated : Sep 23, 2021, 10:49 AM IST

କୋରାପୁଟ: ରଣକ୍ଷେତ୍ର ପାଲଟିଲା ଜନଶୁଣାଣି କେନ୍ଦ୍ର । ବିରୋଧ ପ୍ରଦର୍ଶନ କରି ଜନଶୁଣାଣୀରେ ବ୍ୟାପକ ଭଙ୍ଗାରୁଜା କରିଛନ୍ତି ଅଞ୍ଚଳବାସୀ । ହିଣ୍ଡାଲକୋ ପକ୍ଷରୁ ଆଜି (ବୁଧବାର) ସେମିଳିଗୁଡା ବ୍ଲକ ଅନ୍ତର୍ଗତ କଙ୍କଡାଆମ୍ବ ଗାଁରେ ବକ୍ସାଇଟ ଉତ୍ତୋଳନ ପାଇଁ ପରିବେଶ ଜନ ଶୁଣାଣି ହେବାକୁ ରହିଥିବା ବେଳେ ରଣକ୍ଷେତ୍ର ପାଲଟିଲା ସଭାସ୍ଥଳ ।

ରଣକ୍ଷେତ୍ର ପାଲଟିଲା ଜନ ଶୁଣାଣି କେନ୍ଦ୍ର, ପ୍ରଶାସନ ଓ କମ୍ପାନୀ ଅଧିକାରୀଙ୍କୁ ତଡିଲେ ଅଞ୍ଚଳବାସୀ

ଖଣିଜ ସମ୍ପଦର ଭରପୁର କୋରାପୁଟ ଜିଲ୍ଲା । ମାଳି ପର୍ବତରୁ ଖଣି ଉତ୍ତୋଳନ କରିବା ପାଇଁ ଆଜିର ଜନ ଶୁଣାଣୀ ହେବା ପାଇଁ ଆୟୋଜନ ହୋଇଥିଲା । ଏହାକୁ ୧୮ଟି ଗ୍ରାମପଞ୍ଚାୟତରୁ ଆସିଥିବା ୭୦ ଖଣ୍ଡ ଗ୍ରାମବାସୀ ସଭାକ୍ଷେତ୍ରରେ ପଶି ତୁମୁଳ କାଣ୍ଡ ଭିଆଇଛନ୍ତି । ସଭା ଚାଲିଥିବାବେଳେ ହିଣ୍ଡାଲକୋ କମ୍ପାନୀର ବରିଷ୍ଠ ଅଧିକାରୀ, କୋରାପୁଟ ଏଡିଏମ, କୋରାପୁଟ ଉପଜିଲ୍ଲାପାଳ, ମୈତ୍ରୀ କମ୍ପାନୀର ବରିଷ୍ଠ କର୍ମଚାରୀଙ୍କ ଉପରକୁ ଜନସମୁଦ୍ର ମାଡିଯାଇଥିଲା । ହିଣ୍ଡାଲକୋ କମ୍ପାନୀର ଜଣେ ଵରିଷ୍ଠ ଅଧିକାରୀ ଗୁରୁତର ଭାବେ ଆହତ ହୋଇ ସେମିଳିଗୁଡା ମେଡିକାଲରେ ଭର୍ତ୍ତି ହୋଇଥିବା ଜଣାପଡ଼ିଛି । ଘଟଣାସ୍ଥଳରେ ୧୦ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହୋଇଥିବା ବେଳେ ଆଜି ଜନଶୁଣାଣୀକୁ ବାତିଲ କରି ପ୍ରଶାସନିକ ଅଧିକାରୀ ଖାଲିହାତରେ ଫେରିଯିବାକୁ ବାଧ୍ୟ ହୋଇଥିଲେ ।

'ମରିଲେ ମିଶା ଡରିବୁ ନାହିଁ, ଭିଟାମାଟିକୁ ଛାଡ଼ିବୁ ନାହିଁ' ସ୍ଲୋଗାନ ଦେଇ ମାଳିପର୍ବତ ସୁରକ୍ଷା ସମିତିର ସଭାପତି ରଣହୁଙ୍କାର ଦେଇଛନ୍ତି । ଏହାକୁ ଶହ ଶହ ଆଦିବାସୀଙ୍କ ମେଳି ସମ୍ମୁଖରେ ପ୍ରଶାସନର ସମସ୍ତ ପୋଲିସ ପ୍ରସ୍ତୁତି ଫିକା ପଡିଯାଇଥିଲା । ସରକାରଙ୍କ ଦ୍ବାରା ଲୋକଙ୍କୁ ଭୟଭୀତ କରାଇ ସଭାସ୍ଥଳକୁ ସେମାନେ ଆସିନପାରିବା ପାଇଁ ପକ୍କା ବନ୍ଦୋବସ୍ତ କରିଥିବା ଅଭିଯୋଗ କରି ଲୋକଶକ୍ତି ଅଭିଯାନର ସଭାପତି ପ୍ରଫୁଲ୍ଲ ସାମନ୍ତରାୟ ଗ୍ରାମବାସୀଙ୍କ ଦ୍ବାରା ସ୍ଵତଃ ସ୍ଫୁର୍ତ୍ତ ଭାବେ କରାଯାଇଥିବା ପ୍ରବଳ ବିରୋଧକୁ ସ୍ବାଗତ ଜଣାଇ ଭବିଷ୍ୟତରେ ମଧ୍ୟ ଏହି ଖଣି ଖନନ ପାଇଁ କୌଣସି ଜନଶୁଣାଣୀ ନ କରିବା ପାଇଁ ସେ ସରକାରଙ୍କ ପାଖରେ ଦାବି ଜଣାଇଛନ୍ତି ।

କୋରାପୁଟରୁ ସିଏଚ ଶାନ୍ତାକାର, ଇଟିଭି ଭାରତ

Last Updated : Sep 23, 2021, 10:49 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.