କୋରାପୁଟ: ଆଜି କୋରାପୁଟ ସହରରେ ଏକ ବିଶାଳ ଶୋଭାଯାତ୍ରାରେ ବାହାରି ଥିଲେ ବହୁଜନ ସମାଜ ପାର୍ଟିର କର୍ମକର୍ତ୍ତା । ନାଗରିକତା ସଂଶୋଧନ ଆଇନ ଓ ଜାତୀୟ ନାଗରିକତା ପଞ୍ଜିକାକୁ ତୁରନ୍ତ ପ୍ରତ୍ୟାହାର କରିବା ଦାବିରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣା ପ୍ରଦର୍ଶନ କରିଥିଲେ ।
ଏହି ଆନ୍ଦୋଳନ ମୁସଲିମ ସମ୍ପ୍ରଦାୟଙ୍କ ସମେତ ଦଳିତ ଓ ଆଦିବାସୀଙ୍କୁ ମଧ୍ୟ ପ୍ରଭାବିତ କରିବ ବୋଲି ବିଏସପିର ଜିଲ୍ଲା ସଭାପତି ଜଗବନ୍ଧୁ ମାଣ୍ଡି ମତ ରଖିଛନ୍ତି ।
କୋରାପୁଟରୁ ସିଏଚ୍ ଶାନ୍ତାକାରଙ୍କ ରିପୋର୍ଟ, ଇଟିଭି ଭାରତ