ETV Bharat / state

ଏମିତି ଗୁରୁ, ନିଜେ ଦୃଷ୍ଟିବାଧିତ ହୋଇବି ଛାତ୍ରଛାତ୍ରୀଙ୍କୁ ଦେଖାଉଛନ୍ତି ଜ୍ଞାନର ଆଲୋକ... - ଅନଲାଇନ କ୍ଲାସ

ଆଜି ଗୁରୁ ଦିବସ । ତେବେ ଆମେ ଆଜି ଏଭଳି ଜଣେ ଗୁରୁଙ୍କ ସହିତ ଆପଣଙ୍କ ପରିଚୟ କରିବୁ ଯେକି, ନିଜେ ଜଣେ ଦୃଷ୍ଟିବାଧିତ ହୋଇବି ଛାତ୍ରଛାତ୍ରୀଙ୍କୁ ଜ୍ଞାନର ଆଲୋକ ଦେଖାଉଛନ୍ତି । ସେ ହେଉଛନ୍ତି କୋରାପୁଟ ସରକାରୀ ମହାବିଦ୍ୟାଳୟର ଇତିହାସ ବିଭାଗରେ ଅଧ୍ୟାପନା କରୁଥିବା ପ୍ରଫେସର କାମାକ୍ଷା ପ୍ରସାଦ ଦାସ । ଅଧିକ ପଢନ୍ତୁ...

ଏମିତି ଗୁରୁ, ନିଜେ ଦୃଷ୍ଟିବାଧିତ ହୋଇବି ଛାତ୍ରଛାତ୍ରୀଙ୍କୁ ଦେଖାଉଛନ୍ତି ଜ୍ଞାନର ଆଲୋକ...

author img

By

Published : Sep 5, 2020, 9:44 AM IST

କୋରାପୁଟ: ମୋ ଛାତ୍ରଛାତ୍ରୀ ହିଁ ମୋ ପାଇଁ ଆଖି । ପିଲାଟି ବେଳୁ ରୋଗାକ୍ରାନ୍ତ ହୋଇ ଦୃଷ୍ଟିବାଧିତ ହୋଇଥିଲେ ହେଁ ନିଜ ଦୃଢ ସଂକଳ୍ପ ଓ ଅଧ୍ୟବସାୟ ବଳରେ ଆଜି କୋରାପୁଟ ସରକାରୀ ମହାବିଦ୍ୟାଳୟର ଇତିହାସ ବିଭାଗରେ ଅଧ୍ୟାପନା କରୁଥିବା ପ୍ରଫେସର କାମାକ୍ଷା ପ୍ରସାଦ ଦାସଙ୍କ ଏହି ଭାବନା ହିଁ ତାଙ୍କ ଛାତ୍ରବତ୍ସଳତାର ନିଦର୍ଶନ ସାଜିଛି ।

ମହାବିଦ୍ୟାଳୟରେ ବ୍ରେଲପୁସ୍ତକକୁ ଆଧାର କରି, ପୂର୍ବରୁ ରେକର୍ଡ କରାଯାଇଥିବା ବିଷୟଗତ ଜ୍ଞାନକୁ ପାଥେୟ କରି ପ୍ରଫେସର ଦାସ ଶ୍ରେଣୀଗୃହରେ ସମସ୍ତ ଛାତ୍ରଛାତ୍ରୀଙ୍କ ପ୍ରିୟ ଭାଜନ ହୋଇପାରିଛନ୍ତି । ଏବେ କୋରୋନା ଜନିତ ପ୍ରତିବନ୍ଧକକୁ ଆଖିଆଗରେ ରଖି ଛାତ୍ରଛାତ୍ରୀଙ୍କ ପାଇଁ ମହାବିଦ୍ୟାଳୟକୁ ଆସିବା ମନା କରାଯାଇଛି । କିନ୍ତୁ ଏବେବି ପ୍ରଫେସର ଦାସ ହାରିଯାଇନାହାନ୍ତି ।

ଏମିତି ଗୁରୁ, ନିଜେ ଦୃଷ୍ଟିବାଧିତ ହୋଇବି ଛାତ୍ରଛାତ୍ରୀଙ୍କୁ ଦେଖାଉଛନ୍ତି ଜ୍ଞାନର ଆଲୋକ...

ଅନ୍ୟ ଶିକ୍ଷକଙ୍କ ଭଳି ସେ ମଧ୍ୟ ନିଜ ଛାତ୍ରଛାତ୍ରୀଙ୍କୁ ଅନଲାଇନରେ କ୍ଲାସ କରୁଛନ୍ତି । ଖାଲି ନିଜ ଛାତ୍ରଛାତ୍ରୀ ନୁହେଁ ଇତିହାସକୁ ସରସ ସୁନ୍ଦର ଭାବେ ବୁଝିବା ପାଇଁ ଆଗ୍ରହ ଦେଖାଉଥିବା ରାଜ୍ୟର ବିଭିନ୍ନ ଅଞ୍ଚଳର ଛାତ୍ରଛାତ୍ରୀଙ୍କୁ ତଥା ଦୃଷ୍ଟିବାଧିତ ଛାତ୍ରଛାତ୍ରୀଙ୍କୁ ମଧ୍ୟ ପ୍ରତିଦିନ ଅନଲାଇନ କ୍ଳାସ କରୁଛନ୍ତି ସେ ।

ତେବେ ସେ କହିଦେଲେ ଛାତ୍ରଛାତ୍ରୀ ଶୁଣନ୍ତି ଓ ସାଥେ ସାଥେ ନିଜ ଧର୍ମପତ୍ନୀଙ୍କ ସହଯୋଗରେ ପୂର୍ବରୁ ପ୍ରସ୍ତୁତ କରିଥିବା ବ୍ୟାଖ୍ୟାକୁ ମଧ୍ୟ ସେମାନଙ୍କ ପାଖକୁ ଅନଲାଇନରେ ପଠାଇ ଦିଆଯାଉଛି ବୋଲି କୋରାପୁଟ ସରକାରୀ ମହାବିଦ୍ୟାଳୟର ଛାତ୍ରୀ ପ୍ରଗତି ସାହୁ ଜଣାଇଛନ୍ତି ।

ପ୍ରଫେସର ଦାସ ବାହ୍ୟ ନେତ୍ରରେ ଦୁନିଆକୁ ଦେଖି ନପାରିଲେ ବି ଅନ୍ତର୍ଦୃଷ୍ଟିରେ ଲାଭ କରିଥିବା ଜ୍ଞାନକୁ ସମସ୍ତଙ୍କ ସହିତ ବାଣ୍ଟିଦେବାରେ କେବେ ବି କୃଣ୍ଠାବୋଧ କରୁନଥିବା ପ୍ରଗତି ଜଣାଇଛନ୍ତି । ତାଙ୍କର ଏହି ଅଭିନବ ଯାତ୍ରାରେ ସାଥିଟିଏ ହୋଇ ନିଜକୁ ଗର୍ବିତ ଅନୁଭବ କରୁଥିବା ପତ୍ନୀ ନିଳିମା ଦାସ ଜଣାଇଛନ୍ତି ।

କୋରାପୁଟରୁ ସିଏଚ ଶାନ୍ତାକାର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.