ETV Bharat / state

କୋରାପୁଟରେ ଚାଞ୍ଚଲ୍ୟ, ଜାମିନ ନ ମିଳିବାରୁ କାନ କାଟିଲା କଏଦୀ

author img

By

Published : Dec 2, 2020, 10:13 PM IST

ଜାମିନ ଆବେଦନ ନାମଞ୍ଜୁର ହେବା ପରେ ନିଜ କାନ କାଟିଦେଲେ କଏଦୀ । ଅଧିକ ପଢନ୍ତୁ...

_prisoner cuts ear after bail plea rejected at koraput
କୋରାପୁଟରେ ଚାଞ୍ଚଲ୍ୟ, ଜାମିନ ନ ମିଳିବାରୁ କାନ କାଟିଦେଲା କଏଦୀ

କୋରାପୁଟ: ମଣ୍ଡଳ କାରାଗାରରେ ଜନୈକ କଏଦୀଙ୍କ ଉନ୍ମତ୍ତ କାଣ୍ଡ । ଜାମିନ ଆବେଦନ ନାମଞ୍ଜୁର ହେବା ପରେ ନିଜ କାନ କାଟିଦେଲେ କଏଦୀ ।

ଏହି ଘଟଣା କୋରାପୁଟରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ସୂଚନା ଅନୁଯାୟୀ, ବୁଧବାର ଭିଡିଓ କନଫରେନ୍ସିଂ ଜରିଆରେ କୋରାପୁଟ ଏଡିଜେ, ବିକାଶ ପାତ୍ର ନାମକ କଏଦୀର ଜାମିନ ଆବେଦନ ନାମଞ୍ଜୁର କରିଥିଲେ । ଜାମିନ ନ ମିଳିବା ଶୁଣି ହତୋତ୍ସାହିତ ହୋଇ ବିକାଶ ବ୍ଲେଡରେ ନିଜ କାନ କାଟି ଦେଇଥିବା ଜଣାପଡିଛି ।

ପରେ ଗୁରୁତର ଅବସ୍ଥାରେ ତାଙ୍କୁ କୋରାପୁଟ ମେଡିକାଲ କଲେଜ ହସପିଟାଲରେ ଭର୍ତି କରାଯାଇଛି । ସେଠାରେ ତାଙ୍କର ଚିକିତ୍ସା ଚାଲିଛି । ଚିକିତ୍ସା ପରେ ବିକାଶ ସୁସ୍ଥ ଥିବା ଜେଲ ସୁତ୍ରରୁ ପ୍ରକାଶ । ଚଳିତ ବର୍ଷ ଅକ୍ଟୋବର ମାସରେ ଗଞ୍ଜେଇ ଚାଲାଣ ମାମଲାରେ ସେ ଜେଲରେ ଥିବା ଜଣାପଡିଛି ।

କୋରାପୁଟରୁ ସି. ଶାନ୍ତାକାର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.